Latest Odisha News

BREAKING NEWS

Browsing Category

ସହର

City

ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ୱାଇ.ବି ଖୁରାନିଆ

ଭୁବନେଶ୍ୱର: ବିଧିବଦ୍ଧ ଭାବେ ନୂତନ ପୋଲିସ ଡିଜି ଦାୟିତ୍ବ ଗ୍ରହଣ କଲେ ଯୋଗେଶ ବାହାଦୁର ଖୁରାନିଆ । ଆଜି ଅପରାହ୍ନ ସମୟରେ ସେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ସେ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ହେଉଛନ୍ତି ୱାଇ.ବି ଖୁରାନିଆ । ପ୍ରଥମେ ନବନିଯୁକ୍ତ…

ନରମିଲା ବିଜେପି…ଜିଦରେ ବିଜେଡି

ଭୁବନେଶ୍ବର: ବିଧାୟକଙ୍କ ପାଠଶାଳାକୁ ନେଇ ଥମୁନି ବିବାଦ। ବିରୋଧୀ ବିଜେଡି ଓ କଂଗ୍ରେସର ବୟକଟ୍ ଧମକ ପରେ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ନେଇ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେପି ନଡ୍ଡାଙ୍କୁ ଅତିଥି ତାଲିକାରୁ ବାଦ୍ ଦିଆଯାଇଥିବା ବେଳେ…

କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ, କହିଲେ ଏପରି କିଛି..

ଭୁବନେଶ୍ବର: ହାତ ଛାଡିଲେ ବିଜୟ ପଟ୍ଟନାୟକ । ଆଜି ସେ କଂଗ୍ରେସ ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମେଲ୍‌ ମାଧ୍ୟମରେ ସେ ନିଜର ଇସ୍ତଫାପତ୍ର ଏଆଇସିସିକୁ ପଠାଇ ଦେଇଛନ୍ତି । କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜୟ ପ୍ରତିକ୍ରିୟା ଦେଇ କହିଛନ୍ତି, ଦଳରେ ମୋର କୌଣସି ସମ୍ମାନ ଓ…

ରାଜଧାନୀରେ ଭୁଶୁଡିଲା ସ୍କୁଲ ପାଚେରୀ

ଭୁବନେଶ୍ବର: ଅସରାଏ ବର୍ଷାରେ ଭୁଶୁଡି ପଡିଛି ରାଜଧାନୀ ଛାତିରେ ଥିବା ସ୍କୁଲ କାନ୍ଥ । ଅଲ୍ପକେ ବଞ୍ଚିଗଲା ଅନେକ ଜୀବନ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ୟୁନିଟ୍ ୯ ମହାରାଜା ହଲ ପଛପଟେ ଥିବା ଏକ ଘରୋଇ ସ୍କୁଲରେ । ତେବେ ଏହି ପାଚେରୀ ପଛପଟେ ଲୋକମାନେ ବସବାସ କରୁଥିବାରୁ ଏଥିରେ…

ଆସୁଛି ଆଉ ଏକ ଲଘୁଚାପ, ୧୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ବାଙ୍ଗଲାଦେଶ ଓ ପାଶ୍ୱବର୍ତୀ ଅଂଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆଜି ନେବ ଲଘୁଚାପର ରୂପ । ଗାଙ୍ଗଟିକ ୱେଷ୍ଟ ବେଙ୍ଗଲଠାରେ ନେଇପାରେ ଲଘୁଚାପର ରୂପ । ଏହା ସହ ରାଜ୍ୟ ଉପରେ ମୌସୁମୀ ଟ୍ରପ ମଧ୍ୟ ସକ୍ରିୟ ରହିଛି । ପ୍ରଭାବରେ ୧୯ ତାରିଖ ଯାଏ…

ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବିଜେଡିର ବର୍ଜନ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ନୂଆ ବିଧାୟକଙ୍କଚ ଦିଆଯିବାକୁ ଥିବା ପ୍ରଶିକ୍ଷଣ ଶିବିର ବା ଦିଗଦର୍ଶନ କାର୍ଯ୍ୟକ୍ରମକୁ ବର୍ଜନ କରିଛି ବିଜେଡି । ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେବନି ବୋଲି ସ୍ପଷ୍ଟ କରିଛି ଦଳ । ଏ ସମ୍ପର୍କରେ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛନ୍ତି…

ବିଡିଓ ଦାୟିତ୍ୱ ତୁଲାଇବେ ୨୦୨୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ୮ ଆଇଏଏସ୍ ଅଫିସର

ଭୁବନେଶ୍ବର: ୮ ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ବ୍ଲକର ବିଡ଼ିଓ ଭାବେ ଅବସ୍ଥାପିତ କଲେ ରାଜ୍ୟ ସରକାର । ଏହି ସମସ୍ତ ଆଇଏଏସ୍ ଅଫିସର ୨୦୨୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର । ସମ୍ପୃକ୍ତ ବ୍ଲକରେ ଥିବା ବିଡିଓମାନଙ୍କୁ ସେହି ଜିଲ୍ଲାର ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ବଦଳି ହୋଇଛି । ଏନେଇ ରାଜ୍ୟ…

ପ୍ରଥମଥର ପତାକା ଉଡ଼ାଇ ପ୍ରତିଶ୍ରୁତିବଦ୍ଧ କଥା ଦୋହୋରାଇଲେ ମୋହନ ମାଝୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୋହନ ମାଝି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ ପରେ ସେ ଗାନ୍ଧୀମାର୍ଗରେ ରାଜ୍ୟବାସୀଙ୍କୁ…

ଚଳିତ ରାକ୍ଷୀପୂର୍ଣ୍ଣିମା ହେବ ଅତ୍ୟନ୍ତ ଶୁଭପ୍ରଦ; ଦେଖାଯିବ ‘ବ୍ଲୁ ମୁନ୍’, ଏହି ରାଶିର ବ୍ୟକ୍ତିଙ୍କ…

ଭୁବନେଶ୍ବର: ଆସନ୍ତା ୧୯ ତାରିଖରେ ଭାଇ ଓ ଭଉଣୀଙ୍କ ପବିତ୍ର ପର୍ବ ରାକ୍ଷୀପୂର୍ଣ୍ଣିମା ପାଳନ କରାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷର ରାକ୍ଷୀପୂର୍ଣ୍ଣିମା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । କାରଣ ଏହି ଦିନ, ଆକାଶରେ 'ବ୍ଲୁ ମୁନ୍' ମଧ୍ୟ ଦେଖାଯିବ, ଏହା ସହିତ ଏହି…

ଓଡ଼ିଶା ପାଇଁ କଂଗ୍ରେସର ଗଠନ ହେଲା ଷ୍ଟିୟରିଂ କମିଟି, ଜାଣନ୍ତୁ କେଉଁ ମାନଙ୍କୁ ମିଳିଲା ସଦସ୍ୟତା…

ଭୁବନେଶ୍ବର: ଓଡ଼ିଶା କଂଗ୍ରେସ ପାଇଁ ଷ୍ଟିୟରିଂ କମିଟି ଗଠିତ । ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏହି ଷ୍ଟିୟରିଂ କମିଟି ଗଠନ ହୋଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ଅଜୟଙ୍କ ସମେତ ୧୪ ଜଣ ସଦସ୍ୟ ଅଛନ୍ତି । ତେବେ କମିଟିରେ…