Latest Odisha News

BREAKING NEWS

Browsing Category

ସହର

City

ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଯାଏଁ ‘ସ୍ୱଚ୍ଛୋତ୍ସବ’ ପାଳନ ନେଇ ୟୁଏଲବି ମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ମାନଙ୍କୁ "ସ୍ୱଚ୍ଛୋତ୍ସବ" ଭାବନା ସହିତ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସ୍ୱଚ୍ଛତା ହି ସେବା (ଏସ୍ଏଚ୍ଏସ୍)-୨୦୨୫ ଅଭିଯାନକୁ ସକ୍ରିୟ ଭାବେ ପାଳନ କରିବାକୁ…

ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା: ଭାରତୀୟ ରେଳବାଇ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍‌ ସେବା ଯୋଗାଇବାକୁ ପ୍ରସ୍ତୁତି…

ଭୁବନେଶ୍ବର: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଅକ୍ଟୋବର ୨ ତାରିଖରେ ସମଗ୍ର ଦେଶବାସୀ ପାଳିବେ ଦଶହରା ପର୍ବ । ଆଉ ଦିନକ ପରେ ଆରମ୍ଭ ହେବ ପୀଠରେ ମାଆଙ୍କର ଷୋଡଶ ଉପଚାର । ଆସନ୍ତା ୨୨ ତାରିଖ ଠାରୁ ମା’ ଦୁର୍ଗାଙ୍କ ନବରାତ୍ରୀ ଆରମ୍ଭ ହୋଇଯିବ । ବିଶେଷ ଭାବରେ ଓଡ଼ିଶା, ପଶ୍ଚିମବଙ୍ଗ,…

୨୦୨୫ ଶେଷରେ ଓଡ଼ିଶାରେ ବାତ୍ୟା ଆଶଙ୍କା!

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ । ଏହାର ପ୍ରଭାବରେ ରାଜ୍ୟରେ ଆହୁରି ୨ ଦିନ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ । ଆସନ୍ତାକାଲି ପାଇଁ…

ସୁନା ଦରରେ ପୁଣି ବୃଦ୍ଧି; ରେକର୍ଡ ଭାଙ୍ଗିଲା ୨୪ କ୍ୟାରେଟ୍‌ ସୁନା

ଭୁବନେଶ୍ୱର: ଚିନ୍ତା ବଢାଇଲା ସୁନା ଦର । ଆଜି ପୁଣି ସୁନା ଦାମ୍‌ ରେ ବୃଦ୍ଧି ଘଟିଛି । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୧ ଲକ୍ଷ ୧୧ ହଜାର ୨୮୦ ଟଙ୍କା ରହିଛି । ଗତକାଲି ୧ ଲକ୍ଷ ୧୦, ହଜାର ୫୦୯ ଟଙ୍କା ଥିଲା । ଏଥିରେ ୭୭୧ ଟଙ୍କା ବୃଦ୍ଧି ହୋଇଥିବା ସୂଚନା ରହିଛି । ସେହିପରି,…

ସାର ନିଅଣ୍ଟ ପ୍ରସଙ୍ଗ: ଆସନ୍ତା ୧୭ରେ ରାଜଭବନ ଆଗରେ ବିଜେଡିର ବିଶାଳ ଗଣଧାରଣା

ଭୁବନେଶ୍ୱର: ସାର ଅଭାବକୁ ନେଇ ରାଜ୍ୟର କୃଷକ ସମାଜ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ସାର ମହଜୁଦ ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର ଦାବିକୁ ସମାଲୋଚନା କରି ସମବାୟ ବିଭାଗର ତଥ୍ୟ…

BMC: ସ୍ୱଚ୍ଛ ବାୟୁ ସହର; ୪ର୍ଥ ସ୍ଥାନରେ ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ବର: ସର୍ବଭାରତୀୟ ସ୍ତରରେ ପୁଣି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସମ୍ମାନିତ । ଜାତୀୟ ସ୍ୱଚ୍ଛ ବାୟୁ ସହର-୨୦୨୪ ତାଲିକାର ୪ର୍ଥ ସ୍ଥାନରେ ରହିଛି ବିଏମସି । ଦେଶର ସ୍ୱଚ୍ଛ ବାୟୁ ସହର ଭାବେ ବିଏମସି କୁ ମିଳିଲା ଚତୁର୍ଥ ସ୍ଥାନ । ସେହିପରି, ପ୍ରଥମ ସ୍ଥାନରେ ଆନ୍ଧ୍ରପ୍ରଦେଶର…

ସେପ୍ଟେମ୍ବର ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି: ମନ୍ତ୍ରୀ

ଭୁବନେଶ୍ବର: ବଡ଼ ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଚଳିତ ମାସ ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି । ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସମ୍ପୂର୍ଣ୍ଣ ଓଡ଼ିଶାରେ ଚଢ଼ାଉକୁ ଜୋରଦାର କରାଯାଇଛି । ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀରୁ…

‘ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବେଆଇନ ଭାବେ ରହୁଥିଲେ କାଲି ବିଦା ହେବେ’

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବେଆଇନ ଭାବେ ରହୁଥିଲେ କାଲି ବିଦା ହେବେ ବୋଲି ସୂଚନା ଦେଲେ ଏସିପି ଜୋନ୍‌-୫ ବିଶ୍ବରଞ୍ଜନ ସେନାପତି । ଯେଉଁମାନେ ବେଆଇନ ଭାବେ କ୍ବାର୍ଟର୍ସ ମାଡ଼ି ବସିଛନ୍ତି, କାଲି ବିଦା ହେବେ । ଆଜି ସରୁଛି ନୋଟିସ୍‌ର ଡେଡ୍‌ଲାଇନ, କାଲି ପୋଲିସ ଉଚ୍ଛେଦ…

୭୭୫ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଗଲା ସ୍ଵତନ୍ତ୍ର ଟ୍ରେନ

ଭୁବନେଶ୍ବର: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ଭୁବନେଶ୍ବର ରେଳ ଷ୍ଟେସନରୁ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ବାହାରିଲା ସ୍ଵତନ୍ତ୍ର ଟ୍ରେନ । ପ୍ଲାଟ୍‌ଫର୍ମ ନଂ-୧ ଠାରେ ସ୍ୱତନ୍ତ୍ର ଟ୍ରେନ୍‌କୁ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ…

ବିଏମସି ବୈଠକରେ ହଟ୍ଟଗୋଳ; ସାଙ୍ଘାତିକ ଅଭିଯୋଗ ଆଣି ଧାରଣାରେ ବସିଲେ କର୍ପୋରେଟର

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଫିସ ସମ୍ମୁଖରେ କର୍ପୋରେଟରଙ୍କ ଧାରଣା । କର୍ପୋରେଶନ ବୈଠକ ଚାଲିଥିବା ବେଳେ ବିଏମସି ଅଫିସ ସମ୍ମୁଖରେ ଧାରଣାରେ ବସିଲେ ୩୭ ନଂ ୱାର୍ଡ କର୍ପୋରେଟର ବନ୍ଦିତା ପାଲ । ଗତ ୩ ବର୍ଷ ହେବ କୌଣସି କାମ ହେଉ ନଥିବା ଅଭିଯୋଗରେ ଧାରଣା ବସିଥିବା ସୂଚନା…