Latest Odisha News

BREAKING NEWS

Browsing Category

ସହର

City

ଅସୁରକ୍ଷିତ ରାଜଧାନୀ, ଦୁର୍ବୁତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୨ ଗୁରୁତର

ଭୁବନେଶ୍ବର: ରାଜଧାନୀରେ ପୁଣି ଫୁଟିଲା ଗୁଳି । ଭୁବନେଶ୍ବର ଉପକଣ୍ଠ ଇନଫୋଭାଲି ଥାନା ଅଞ୍ଚଳର ଦେଉଳିଆ ପାଟଣା ଭାଇ ଭାଇ ମଠ ନିକଟରେ ଗୁଳିମାଡ଼ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବାବେଳେ, ଅନ୍ୟ ଜଣେ ଆହତ ହୋଇଛନ୍ତି । ଦୁଇ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସି ୪ ରାଉଣ୍ଡ ଫାୟାରିଂ କରିଥିଲେ…

ଦାନା ବାନ୍ଧିଲାଣି ଆଉଏକ ଲଘୁଚାପ: ୧୦ରୁ ପୁଣି ବର୍ଷା, ଆଗାମୀ ୨୪ ଘଣ୍ଟା ପାଇଁ ୨୦ ଜିଲ୍ଲାକୁ ଓ୍ବାର୍ଣ୍ଣିଂ…

ଭୁବନେଶ୍ବର: ଆସନ୍ତା ୯ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବିଭିନ୍ନ ମଡେଲ ପୂର୍ବାନୁମାନ କରିଛନ୍ତି । ଅନ୍ୟପଟେ, ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି…

ଶିକ୍ଷାନୁଷ୍ଠାନ ନିକଟରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି ନେଇ ବିଶ୍ଳେଷଣ କରିବେ ସରକାର

ଭୁବନେଶ୍ବର: ସରକାରଙ୍କୁ ଘାରିଛି ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଚିନ୍ତା । ରାଜ୍ୟର ସମସ୍ତ ଦୁର୍ଘଟଣା ପ୍ରବଣ ଅଞ୍ଚଳ ନିକଟରେ ଥିବା ଶିକ୍ଷାନୁଷ୍ଠାନର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବାକୁ ସରକାର ନୂଆ ଯୋଜନା କରୁଛନ୍ତି । ବିଶ୍ଳେଷଣ ସମ୍ଭାବ୍ୟ ବିପଦ ଚିହ୍ନଟ କରିବା ଏବଂ ବିପଦ ହ୍ରାସ…

ରାଜଧାନୀର ଦୁର୍ଗା ପୂଜା ମଣ୍ଡପଗୁଡ଼ିକରୁ ୨୦୦ ଟନରୁ ଅଧିକ ସଫା ହେଲା ଅଳିଆ

ଭୁବନେଶ୍ବର: ସରିଛି ଦଶହରା ପର୍ବ । ଏବେ ଆରମ୍ଭ ହୋଇଛି ସଫେଇ କାମ । ରାଜଧାନୀର ସବୁ ଦୁର୍ଗା ପୂଜା ମଣ୍ଡପ ଗୁଡିକରୁ ବିଏମସି କର୍ମଚାରୀମାନେ ୨୦୦ ଟନ୍‌ରୁ ଅଧିକ ଅଳିଆ ସଫା କରିଛନ୍ତି । ଏହା ସହିତ ଦୈନିକ ୮୦୦ ମେଟ୍ରିକ୍ ଟନ୍ ଶୁଖିଲା ଅଳିଆ ସଫା କରାଯାଉଛି । ଏନେଇ ବିଏମସି ଅଧିକାରୀମାନେ ଆଜି…

ଅକ୍ଟୋବର ୫ରୁ ବିଦେଶ ଗସ୍ତରେ ଯିବେ ବାଚସ୍ପତି

ଭୁବନେଶ୍ୱର: ବିଦେଶ ଗସ୍ତରେ ଯିବେ ବାଚସ୍ପତି ସୁରମା ପାଢ଼ୀ । ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ଚଳିତ ମାସ ୫ରୁ ୧୯ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ଯିବେ ବାଚସ୍ପତି । ଏନେଇ ନିଜେ ଗଣାମଧ୍ୟମରେ ସେ ସୂଚନା ଦେଇଛନ୍ତି ।…

ଏସଆଇ ନିଯୁକ୍ତି ପରୀକ୍ଷା ମହାଘୋଟାଲା: ଶନିବାର ସୁଦ୍ଧା ରିପୋର୍ଟ ଦେବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ବାତିଲ ପରେ ଏବେ ଏହି ପ୍ରସଙ୍ଗକୁ ନେଇ ଚାରିଆଡେ ଚର୍ଚ୍ଚା ଯୋର ଧରିଛି । ରାଜନୀତିକ ମହଲରେ ବି ବେଶ୍ ଚର୍ଚ୍ଚାରେ ରହିଛି । ସେପଟେ, ବାତିଲ ନିଯୁକ୍ତି ପରୀକ୍ଷାକୁ ନେଇ ସରକାର କଡା ଆଭିମୁଖ୍ୟ ଜାହିର କରିଛନ୍ତି । ଜୁନ୍ ୨୦୨୪ରୁ ଆଜି ପର୍ଯ୍ୟନ୍ତ ବାତିଲ…

ରାଜ୍ୟର ଦଶହରା ଦୁର୍ଗାମେଢ଼ଗୁଡିକୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ

ଭୁବନେଶ୍ୱର: ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଦୁର୍ଗାମେଢ଼କୁ ୩…

ବହୁଚର୍ଚ୍ଚିତ ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲାରେ ପୁଣି ୨ ଗିରଫ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ପୁଣି ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର ଗ୍ରାମର ଭଗବାନ ସାହୁଙ୍କ ପୁଅ ଲୋକନାଥ ସାହୁ ଏବଂ ଉକ୍ତ ଗ୍ରାମର ତଳସାହିର ସାଧୁଆ…

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ

ଭୁବନେଶ୍ବର: ପୁଣି ଭୁବନେଶ୍ବର ବିମାନବନ୍ଦରରୁ ମାରିଜୁଆନ ଜବତ ହୋଇଛି । ଲଗେଜ ବ୍ୟାଗ୍‌ରୁ ଚେକିଂ ବେଳେ ୩.୨ କିଲୋ ମାରିଜୁଆନା ମିଳିଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ଏହି ମାମଲାରେ କଷ୍ଟମ ବିଭାଗ ଭୁବନେଶ୍ୱର ବିମାନବନ୍ଦରରୁ ଜଣକୁ ଉଠାଇ ନେଇ…

ଏସଆଇ ଚାକିରି ମହାଘୋଟାଲା; ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ଵର: ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଦ୍ୱାରା ପରିଚାଳିତ ଏସଆଇ ନିଯୁକ୍ତି ପରୀକ୍ଷା ଘୋଟାଲା ମାମଲାରେ ଆଉ ଜଣେ ଗିରଫ । ପୂର୍ବରୁ ଏହି ମାମଲାରେ ୧୧୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ, ଏବେ ପୁଣି ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଗିରଫ ଅଭିଯୁକ୍ତ ଜଣକ…