Latest Odisha News

BREAKING NEWS

Browsing Category

ସହର

City

‘ନିଶା ମୁକ୍ତ ଭାରତ’ ପାଇଁ ବିଶାଳ ଗଣଦୌଡ଼

ଭୁବନେଶ୍ୱର: ‘ନିଶା ମୁକ୍ତ ଭାରତ’ ପାଇଁ ରାଜଧାନୀରେ ବିଶାଳ ଗଣଦୌଡ଼ । ଆଜି ସକାଳୁ କଳିଙ୍ଗ ଷ୍ଟାଡିୟମ୍‌ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏହି ଗଣଦୌଡ଼ ଆୟୋଜନ ହୋଇଛି ।  ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାପରେ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଗଣଦୌଡରେ ଦୌଡିଥିବା…

ଆଜି ପବିତ୍ର ମହାଳୟା ଅବସରରେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା । ପିତୃପକ୍ଷର ଶେଷ ଦିନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଚାଲିଛି ଶ୍ରାଦ୍ଧ ଓ ପିଣ୍ଡଦାନ । ସକାଳୁ ସକାଳୁ ପୁରୀର ବିଭିନ୍ନ ପବିତ୍ର ତୀର୍ଥ ପୁଷ୍କରୀଣି ସହ ଭୁବନେଶ୍ବରର ବିନ୍ଦୁସାଗର ଓ ଯାଜପୁରର ନାଭିଗୟାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିବା…

Solar Eclipse: ଆଜି ବର୍ଷର ଶେଷ ସୂର୍ଯ୍ୟପରାଗ; କେଉଁଠି ହେବ ଦୃଶ୍ୟମାନ…

ନୂଆଦିଲ୍ଲୀ: ଆଜି ହେଉଛି ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ । ଯଦିଓ ଏହା ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିକୋଣରୁ ଏକ ଅଦ୍ଭୁତ ଘଟଣା ହେଲେ ଧାର୍ମିକ ବିଶ୍ୱାସ ଏବଂ ପରମ୍ପରାରେ ସୂର୍ଯ୍ୟପରାଗକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ । ତେବେ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏହା…

ସେପ୍ଟେମ୍ବର ଶେଷରେ ୩ ଲଘୁଚାପ; ୨୩ରୁ ରାଜ୍ୟରେ ଅତିପ୍ରବଳ ବର୍ଷା!

ଭୁବନେଶ୍ବର: ସେପ୍ଟେମ୍ବର ଶେଷ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ୩ଟି ଲଘୁଚାପ । ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏହା ସୃଷ୍ଟି ସମ୍ଭାବନା ରହିଛି । ମିଆଁମାର-ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇପାରେ ସ୍ପଷ୍ଟ ଲଘୁଚାପ କ୍ଷେତ୍ର । ଯାହାର ପ୍ରଭାବରେ ରାଜ୍ୟରେ…

ଓଡିଶାରେ ବିଧାୟକଙ୍କ ବିରୁଦ୍ଧରେ ରହିଛି ୧୫୬ ମାମଲା: ଆଇନ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ବିଧାୟକଙ୍କ ନାଁରେ ରହିଛି ୧୫୬ଟି ମାମଲା । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଏହିସବୁ ମାମଲା ଅପରାଧିକ ଶ୍ରେଣୀର ହୋଇଥିବା ବେଳେ ସମସ୍ତ ମାମଲା ବିଚାରାଧୀନ ରହିଛି । ଗତ ଏକ ବର୍ଷରେ କୌଣସି ବିଧାୟକ ଦୋଷୀ…

ରାଜ୍ୟରେ ଏହି ଜିଲ୍ଲାରେ ସର୍ବାଧିକ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି…

ଭୁବନେଶ୍ଵର: ରାଜ୍ୟରେ ଶିଶୁ ପୁଷ୍ଟିହୀନତା ନେଇ ବଡ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି । ସେଥିମଧ୍ୟରୁ ସର୍ବାଧିକ…

ସୁଭଦ୍ରା ୩ୟ କିସ୍ତିରୁ ବାଦ୍‍ ପଡିଛନ୍ତି ୩ ଲକ୍ଷ ୯୯ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ: ମନ୍ତ୍ରୀ

ଭୁବନେଶ୍ବର: ସୁଭଦ୍ରାର ୩ୟ କିସ୍ତିରୁ ବାଦ ପଡିଛନ୍ତି ୩ଲକ୍ଷ ୯୯ହଜାର ୩୫୨ଜଣ ହିତାଧିକାରୀ । ୨ୟ କିସ୍ତିରୁ ୧ଲକ୍ଷ ୮୩ହଜାର ୭୮୫ଜଣ ବାଦ ପଡିଥିବା ବେଳେ ସୁଭଦ୍ରାର ପ୍ରଥମ କିସ୍ତିରେ ୧କୋଟି ୮୦ହଜାର ୯୨ଜଣ ପାଇଛନ୍ତି । ୨ୟ କିସ୍ତିରେ ୧କୋଟି ୯୬ହଜାର ୩୦୭ ଜଣ ପାଇଛନ୍ତି । ୩ୟ କିସ୍ତି ପାଇଛନ୍ତି…

ସାର ପ୍ରସଙ୍ଗରେ ବିରୋଧିଙ୍କ ହଟ୍ଟଗୋଳ; ସୋମବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ବି ଚାଲିପାରୁନି ଗୃହକାର୍ଯ୍ୟ । ତୃତୀୟ ଦିନରେ ଗୃହ ଆରମ୍ଭରୁ ଚାଲିପାରି ନାହିଁ । ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ । ସାର ପ୍ରସଙ୍ଗରେ ବିଜେଡି ବିଧାୟକ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଯାହା ଫଳରେ ଗୃହକୁ ମୁଲତବୀ ରଖିଲେ…

କୋଣାର୍କ-ଭୁବନେଶ୍ୱର ନୂଆ ରେଳପଥ ପାଇଁ ନିମାପଡା ଓ ଗୋପରେ ହେବ ଲୋକେଶନ ସର୍ଭେ

ଭୁବନେଶ୍ଵର: ବହୁ ପ୍ରତିକ୍ଷିତ କୋଣାର୍କ-ଭୁବନେଶ୍ୱର ରେଳପଥକୁ ନିକଟରେ ରେଳ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁର ମିଳିଛି । ନିମାପଡ଼ା ଓ ଗୋପ ଦେଇ ଭୁବନେଶ୍ୱରରୁ ନୂତନ ରେଳଲାଇନ କୋଣାର୍କ ଯିବ । ଫାଇନାଲ ଲୋକେଶନ ସର୍ଭେ ପାଇଁ ଅନୁମୋଦନ ମିଳିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।…

Second Bridge At Trisulia: ଟୁଇନ୍‌ ସିଟିରେ ଭିଡ଼ ନିୟନ୍ତ୍ରଣ ପାଇଁ ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ୱିତୀୟ ସେତୁ

ଭୁବନେଶ୍ୱର: ଟୁଇନ୍‌ ସିଟିରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ତ୍ରିଶୂଳିଆରେ ନିର୍ମାଣ ହେବ ଦ୍ବିତୀୟ ବ୍ରିଜ । ଏନେଇ ଆଜି ବିଧାନସଭାରେ କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଥିପାଇଁ ୨୯୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଟେଣ୍ଡର…