Latest Odisha News

BREAKING NEWS

Browsing Category

ସହର

City

ଓଡିଶା ରାଜ୍ୟ ଵିଧି ଆୟୋଗ କାର୍ଯ୍ୟାଳୟ ଉଦଘାଟିତ

ଭୁବନେଶ୍ୱର: ଓଡିଶା ରାଜ୍ୟ ଵିଧି ଆୟୋଗ କାର୍ଯ୍ୟାଳୟ ଆଜି ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି I ଭୁବନେଶ୍ୱର ସ୍ଥିତ ତୋଷାଳୀ ଭବନ ପରିସରରେ ସ୍ଥାପିତ ଆୟୋଗଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଚଳିତ ଆଇନର ତର୍ଜମା, ପରିବର୍ତ୍ତନ ଓ ସଂଶୋଧନ…

ବିଜେଡିରେ କ୍ଷମତା ଲଢେଇ

ଭୁବନେଶ୍ବର: ବିଜେଡି ରାଜନୀତିରେ ଟୁଇଷ୍ଟ ପରେ ଟୁଇଷ୍ଟ। ଓ୍ବକଫ୍ ସଂଶୋଧନ ବିଲ ସମର୍ଥନରେ ଭୋଟ୍ ପରଠୁ ନେତାଙ୍କ ବୟାନବାଜିରେ ଉଠୁଛି ପଡୁଛି ରାଜନୀତି। ଦଳର ଆଭିମୁଖ୍ୟରେ ୟୁ-ଟର୍ଣ୍ଣ ପରଠୁ ଅନେକ ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କୁ କାଠଗଡାକୁ ଟାଣିଲେ। ମୁନା ଖାଁ ନବୀନଙ୍କୁ ଭେଟିଲେ ତ…

୨୦୨୪-୨୫ ଆର୍ଥିକ ବର୍ଷରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର: ପୂର୍ବତଟ ରେଳପଥ ୨୦୨୪-୨୫ ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନୂତନ ରେକର୍ଡ ସ୍ଥାପନ କରିଛି । ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ ସଫଳତାର ସହିତ ମୋଟ ୨୮୧.୫ କିଲୋମିଟର ନୂତନ ରେଳ ଲାଇନ ଏବଂ ମଲ୍ଟି-ଟ୍ରାକିଂ ସଂଯୋଗ କରିଛି…

ଓଡ଼ିଆ ପକ୍ଷ ପାଳନର ୭ମ ଦିନ: ବିଦ୍ୟାଳୟର କୁନି ଶିଶୁମାନଙ୍କୁ ବର୍ଣ୍ଣବୋଧ ବାଣ୍ଟିଲେ ମନ୍ତ୍ରୀ ଓ ସାଂସଦ

ଭୁବନେଶ୍ବର: ଆଜି ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସ । ସାରା ରାଜ୍ୟରେ ଆଜି ପାଳିତ ହୋଇଯାଇଛି ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ ଉତ୍ସବ । ବିଦ୍ୟାରମ୍ଭର ଆଦ୍ୟ ପୁସ୍ତକ ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ରଚିତ ବର୍ଣ୍ଣବୋଧକୁ ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁମାନଙ୍କୁ ପ୍ରଦାନ କରିବା ପାଇଁ ଓଡ଼ିଆ ଭାଷା,…

୬ ସହରରେ ୩୮ ଡିଗ୍ରୀ ଟପିଲା ତାପମାତ୍ରା, ୪୧ ଡିଗ୍ରୀରେ ସିଝିଲା ଝାରସୁଗୁଡା

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଥିବା ଖରାର ପ୍ରକୋପ । ଫଳରେ ଅସହ୍ୟ ହେବାରେ ଲାଗିଛି ଗରମ । ୪୧ ଡିଗ୍ରୀ ତାପମାତ୍ରା ସହ ସୋମବାର ପଶ୍ଚିମ ଓଡ଼ିଶାର ଝାରସୁଗୁଡା ସହର ସବୁଠୁ ଉତ୍ତପ୍ତ ଭାବେ ରେକର୍ଡ ଭାଙ୍ଗିଛି । ଏହାପରକୁ ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ସହର ସମ୍ବଲପୁର, ରାଉରକେଲା ଏବଂ…

‘୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପୌରାଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହେବ’

ଭୁବନେଶ୍ୱର: ରାଜ୍ୟର ସମସ୍ତ ପୌରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସଂପର୍କରେ ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି ଯେ, ୨୦୨୭ ମାର୍ଚ୍ଚ ମାସ…

୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ୍-୨୦୨୫ ଉଦଘାଟିତ

ଭୁବନେଶ୍ବର: ଆଜି ଭୁବନେଶ୍ବରର ସପ୍ତମ ବାଟାଲିୟନ ପଡିଆରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ୍-୨୦୨୫ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗ ଦେଇ ଭବ୍ୟ ପ୍ୟାରେଡରେ ଅଭିବାଦନ…

ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ବିଶାଳ ଯୋଗ ମହୋତ୍ସବ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏକ ବିଶାଳ ‘ଯୋଗ ମହୋତ୍ସବ’ ଆୟୋଜନ କରାଯିବ । ଏହି ସମାରୋହ ସହିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର…

ରାମ ନବମୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପବିତ୍ର ଶ୍ରୀରାମ ନବମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ପ୍ଲାଟପର୍ମ 'ଏକ୍ସ' ରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ…

ଦ୍ବିତୀୟ ଥର ପାଇଁ ପ୍ରଶିକ୍ଷଣ ନେବେ ବିଜେପି ସାଂସଦ ଓ ବିଧାୟକ

ଭୁବନେଶ୍ବର: ରାଜ୍ୟରେ ଦ୍ବିତୀୟ ଥର ପାଇଁ ସାଂସଦ ଓ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ ହେବାକୁ ଯାଉଛି । ଆସନ୍ତା ୧୨ ଓ ୧୩ ତାରିଖରେ ପୁରୀ ମେରାଇନ୍ ଡ୍ରାଇଭ୍ ରୋଡ୍‌ ରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ । ଏହି ପ୍ରଶିକ୍ଷଣ ଶିବିରକୁ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା…