Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶିମିଳିପାଳ ଜାତୀୟ ଉଦ୍ୟାନରେ ରହିଛନ୍ତି ୪୦ ମହାବଳ

ନୂଆଦିଲ୍ଲୀ: ଶିମିଳିପାଳ ଜାତୀୟ ଉଦ୍ୟାନରେ ୪୦ ମହାବଳ ଅଛନ୍ତି । ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ୍ କୁମାର ଝା ସୂଚନା ଦେଇଛନ୍ତି । ତେବେ ଏହି ୪୦ରୁ ୬ ଶାବକ, ୧୭ଟି ବାଘୁଣୀ ରହିଛନ୍ତି। ସେହିଭଳି ଶିମିଳିପାଳରେ ଥିବା ମହାବଳ ମଧ୍ୟରେ ୧୮ ଟି କଳା ମହାବଳ ଅଛନ୍ତି। ଆଗାମୀ ୧୦ ବର୍ଷରେ…

ଭିଜିଲାନ୍ସ ଜାଲରେ ଠିକାଦାର, ବିନା କାମରେ ୫୭ ଲକ୍ଷ ଟଙ୍କା ହଡ଼ପ କରି ହେଲେ ଗିରଫ

ଭୁବନେଶ୍ୱର: ସରକାରୀ ଅର୍ଥ ହଡ଼ପ ମାମଲାରେ ଠିକାଦାର ଲକ୍ଷ୍ମୀଧର ରାଉତରାୟଙ୍କୁ ଶୁକ୍ରବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ବିନା କାମରେ ସେ ୫୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ…

ରାଜଧାନୀର ଦୁଇ ଷ୍ଟେସନରୁ ୨ମୃତଦେହ ଉଦ୍ଧାର; ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ରାଜଧାନୀର ଦୁଇଟି ରେଳ ଷ୍ଟେସନରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି । ଗୋଟିଏ ମୃତଦେହ ବାଣୀବିହାର ନିକଟ ରେଳ ଧାରଣାରୁ ମିଳିଛି । ଅନ୍ୟ ଏକ ମୃତଦେହ ଲିଙ୍ଗରାଜ ରେଳ ଧାରଣାରୁ ଉଦ୍ଧାର ହୋଇଛି ।ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନି ।…

ରାଜ୍ୟରେ ଗଠିତ ହେଲା ୪୬ ସିଭିଲ୍‌ ଜଜ୍ କୋର୍ଟ

ଭୁବନେଶ୍ୱର: ରାଜ୍ୟରେ ଗଠିତ ହେଲା ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସିମୁଳିଆ, ସୋରୋ, ବାହାନଗା ଓ ଜଳେଶ୍ୱର, ସମ୍ୱଲପୁର ଜିଲ୍ଲାର ରେଙ୍ଗାଲି, ବାମରା, କୁଚିଣ୍ଡା ଓ ଜମନକିରା, ରାୟଗଡ଼ା ଜିଲ୍ଲାର ରାୟଗଡା, ପୁରୀ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ ନୀତି, କିଛି ସମୟ ପାଇଁ ବନ୍ଦ ହେଲା ସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ ନୀତି ଶୁକ୍ରବାର ହେଉଛି। ତେବେ ମହାପ୍ରଭୁଙ୍କ ବଡ ମହାସ୍ନାନ କରାଯିବାର କାରଣ ହେଉଛି ଜଣେ ଭକ୍ତ ବାନ୍ତି କରିବାରୁ ବଡ ମହାସ୍ନାନ କରାଯାଇଛି । ଯେଉଁଥି ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ଖବର ଅନୁଯାୟୀ, ଶୁକ୍ରବାର ଦିନ…

୩ ଦିନରେ ସମୁଦ୍ର ମୁହାଁ କୋଟିଏରୁ ଊର୍ଦ୍ଧ୍ବ ଛୁଆ କଇଁଛ

କେନ୍ଦ୍ରାପଡ଼ା: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଦେଢ଼ ମାସର ବ୍ୟବଧାନ ପରେ ଅଲିଭରିଡ଼ଲେ କଇଁଛ ଛୁଆ ବସାରୁ ବାହାରି ସମୁଦ୍ର ମୁହାଁ ହେବାରେ ଲାଗିଛନ୍ତି। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ପୁଣି ଚଳଚଞ୍ଚଳ ହୋଇଛି। ୩ଦିନ ଭିତରେ କୋଟିଏରୁ ଅଧିକ କଇଁଛ ଛୁଆ ଗଭୀର ସମୁଦ୍ରକୁ…

ନକଲି ଟଙ୍କା କାରବାରରେ ୩ ଅଟକ

ପୁରୀ: ଧରାପଡିଲା ନକଲି ଟଙ୍କା କାରବାର। ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଗାଁରେ ପଶି ଟଙ୍କା କାରବାର ବେଳେ ଘେରିଲେ ଗାଁ ଲୋକ। ନକଲି ଟଙ୍କା କାରବାର ସନ୍ଦେହରେ ୩ଜଣଙ୍କୁ ଅଟକ ରଖି ପୋଲିସ ଜିମା ଦେଲେ ଗ୍ରାମବାସୀ। ପୁରୀ ଜିଲ୍ଲା ଡେଲାଙ୍ଗ ସାଧପଡା ଗାଁରେ ଘଟିଛି…

ନବ ଦାସ ହତ୍ୟା ମାମଲା: ଗୋପାଳର ବଡ଼ଭାଇ ସହ ପୁତୁରାକୁ କ୍ରାଇମବ୍ରାଞ୍ଚର ପଚରାଉଚରା

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାରେ ପୁଣି ଥରେ ଛାନଭିନ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଗୋପାଳ ଦାସ ପରିବାରକୁ କ୍ରାଇମବ୍ରାଞ୍ଚର ପଚରାଉଚରା। ଗୋପାଳର ବଡ଼ ଭାଇ ସହ ପୁତୁରାକୁ ଗତକାଲି ଟାଉନ ଥାନାରେ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ। ଗୋପାଳଙ୍କ ପରିବାର ପକ୍ଷରୁ ଏନେଇ କୌଣସି…

ଆହୁରି ୨ ଦିନ ହିଟ୍ ୱେଭ୍ ୱାର୍ଣ୍ଣିଂ: ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୭ରୁ କାଳବୈଶାଖୀ

ଭୁବନେଶ୍ୱର: ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କଲାଣି ଜୀବନ। ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ, ଆଭ୍ୟନ୍ତରୀଣରେ ନିଆଁ ବର୍ଷା, ଉପକୂଳରେ ଗୁଳୁଗୁଳି । ପଦାକୁ ଯାଇ ହେଉନି, ଘରେ ବି ନିସ୍ତାର ମିଳୁନି। ଆହୁରି ଦୁଇଦିନ ଏମିତି ଛଟପଟ ହେବ ସାରା ଓଡ଼ିଶା। ୨୭ରୁ…

ରାଉରକେଲାରେ ପୋଲିସ ଏନକାଉଣ୍ଟର, ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼

ରାଉରକେଲା: ରାଉରକେଲାରେ ଏନକାଉଣ୍ଟର। ଗୁରୁବାର ରାତି ୧୦ଟାରେ ଲୁଟ୍‌ କରିବାକୁ ଆସି ହୋଟେଲ ମାଲିକଙ୍କୁ ଗୁଳି ମାଡ଼ କଲେ ୮ ଦୁର୍ବୃତ୍ତ। ହୋଟେଲ ମାଲିକ ଗଙ୍ଗେ ଓରାମଙ୍କ ଡ଼ାହାଣ ଗୋଡ଼ ଆଣ୍ଠୁ ତଳକୁ ବାଜିଛି ଗୁଳି। ଘଟଣା ଘଟିବାର ୪ ଘଣ୍ଟା ମଧ୍ୟରେ ଡବଲ ଏନକାଉଣ୍ଟର୍‌ କରିଛି ପୋଲିସ। ଏଥିରେ ଦୁଇ ଜଣ…