Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଦେଶକୁ ଯିବ ଢେଙ୍କାନାଳ ଆମ୍ବ ; ଏକ ଏନ୍‌ଜିଓ ସହ ୧୫ବର୍ଷ ପାଇଁ ଏମ୍‌ଓୟୁ ସ୍ବାକ୍ଷର

ଭୁବନେଶ୍ବର: ବିଦେଶକୁ ଆମ୍ବ ପଠେଇବ ଓଡ଼ିଶା। ଏନେଇ ସୋମବାର ଲୋକସେବା ଭବନରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ୧୫ବର୍ଷ ପାଇଁ ଏମଓୟୁ ସ୍ବାକ୍ଷରିତ ହୋଇଛି । ଢେଙ୍କାନାଳର ଆମ୍ବ ମିଠା । ସେହି ଆମ୍ବର ଚାହିଦା ବିଦେଶରେ ରହିଥିବାରୁ ତାକୁ ରପ୍ତାନି କରାଯିବା ନେଇ ସରକାର ଏଭଳି ନିଷ୍ପତ୍ତି…

ବନ୍ଧୁକ ମୁନରେ ଜମି ଜବରଦଖଲ; ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ବିନା ଅନୁମତିରେ ଅନ୍ୟ ଜମିରେ ବାଉଣ୍ଡ୍ରି ନିର୍ମାଣ କରିବା ଅଭିଯୋଗରେ ପୋଲିସ ଝାରପଡ଼ା ଅଞ୍ଚଳର ଶିଖର ଚନ୍ଦ୍ର ଜେନା (୬୫) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ୨୩ ମାର୍ଚ୍ଚରେ ଇମତିଆଜ ଖାନ ଏବଂ ତାଙ୍କ ପରିବାର ପୁରୀ ବାଇପାସ ରୋଡ୍ ନିକଟସ୍ଥ ଝାରପଡ଼ାର…

କୁଆପଥର ବର୍ଷାରେ କ୍ଷୟକ୍ଷତି; ମୟୂରଭଞ୍ଜ ପାଇଁ ୨୦.୩୮ କୋଟି ଟଙ୍କା ସହାୟତା ପ୍ରଦାନ

ଭୁବନେଶ୍ୱର: ମୟୂରଭଞ୍ଜରେ କୁଆପଥର ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। କ୍ଷୟକ୍ଷତିର ମୂଲ୍ୟାଙ୍କନ କରି ଲୋକମାନଙ୍କୁ ଓଡ଼ିଶା ସରକାର କ୍ଷତିପୂରଣ ବାବଦକୁ ୨୦.୩୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ଗୃହ ମରାମତି ସହାୟତା, ରିଲିଫ୍ କ୍ୟାମ୍ପ ପରିଚାଳନା ଓ ଅନ୍ୟାନ୍ୟ ସହାୟତା…

ରାଜନୀତି କରିବି କିନ୍ତୁ ନିର୍ବାଚନ ଲଢିବନି: ନିରଞ୍ଜନ

ଭୁବନେଶ୍ୱର: ଆଉ ନିର୍ବାଚନ ଲଢ଼ିବେ ନାହିଁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ। ଏନେଇ ସୋମବାର ଦିନ ସେ ଘୋଷଣା କରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବୟସକୁ ନଜରରେ ରଖି ନିର୍ବାଚନ…

ନୀଳମାଧବ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନୟାଗଡ ଜିଲ୍ଲା କଣ୍ଟିଲୋର ନୀଳମାଧବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କ ସହିତ ରାଜ୍ୟପାଳ ହରିବାବୁ କାମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ…

ଖୁସି ଖବର, ବଢିବନି ବିଦ୍ୟୁତ ଦର

ଭୁବନେଶ୍ଵର: ସାଧାରଣ ଗ୍ରାହକଙ୍କ ପାଇଁ ଖୁସି ଖବର । ବଡ ଘୋଷଣା କଲା ଓଇଆରସି । ୨୦୨୫-୨୬ ବର୍ଷ ଲାଗି ବିଦ୍ୟୁତ୍ ଦର ନିର୍ଦ୍ଧାରଣ କରିଛନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ-ଓଇଆରସି । ଏଥର ମଧ୍ୟ ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଟାରିଫ୍ । ଅର୍ଥାତ୍ ବଢିବନି ବିଦ୍ୟୁତ ବିଲ୍ । ଏନେଇ ଓଇଆରସି…

କୋରାପୁଟର ମୋହନପଡାରେ ଅଟକିଲା ଶହଶହ ଗାଡି଼

କୋରାପୁଟ: କୋରାପୁଟକୁ ବିଶାଖାପାଟଣା ସହିତ ସଂଯୋଗ କରୁଥିବା ଜାତୀୟ ରାଜପଥ ୨୬ର ମୋହନାପଡା ଅଞ୍ଚଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଛି। ସୂଚନା ଅନୁଯାୟୀ, ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ରାସ୍ତା ଅବରୋଧ ହୋଇଛି। ଯାହାଫଳରେ ରବିବାରଠାରୁ ରାଜପଥରେ ଭିଡ଼ ଲାଗି…

ଗୃହ ଅଚଳ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ହଟ୍ଟଗୋଳ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ନିନ୍ଦା କଲେ ରାଜସ୍ବ ମନ୍ତ୍ରୀ। ବିଧାନସଭାରେ ଘଣ୍ଟ ବଜାଇବାକୁ ନାପସନ୍ଦ କଲେ। ପୂର୍ବ ଉଦାହରଣ ଦେଇ କଂଗ୍ରେସକୁ ଟାର୍ଗେଟ୍ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କହିଲେ, ୧୮ ଦିନରେ ୩୧ ଘଣ୍ଟା ଚାଲିପାରିନାହିଁ ବିଧାନସଭା…

କିକିରିବେଡ଼ା ହତ୍ୟା ଘଟଣା: ଗୁଣି ଗାରେଡି ସନ୍ଦେହରେ ହତ୍ୟା

ନୂଆପଡା: କିକିରିବେଡ଼ା ହତ୍ୟା ମାମଲାର ତିନିଦିନ ପରେ ଘଟଣାର ପର୍ଦ୍ଧାଫାଶ କଲା ଖଡ଼ିଆଳ ପୋଲିସ । ହତ୍ୟା ଘଟଣାର ମୁଖ୍ୟ କାରଣ ଗୁଣିଗାରେଡ଼ି ସହ ପୂର୍ବ ଶତ୍ରୁତା ବୋଲି କହିଛି ପୋଲିସ । ଘଟଣାରେ ଜଣେ ନାବାଳକ ସହ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ…

ଯେଉଁ ଗାଁକୁ ଗଲେ ବି ପ୍ରଧାନମନ୍ତ୍ରୀ ଆବାସ ଘର ଦେଖିବାକୁ ପାଇଲିନି: ମନ୍ତ୍ରୀ

ଭୁବନେଶ୍ଵର: ମୟୂରଭଞ୍ଜରେ କ୍ଷୟକ୍ଷତି ଆକଳନକୁ ନେଇ ରୋଚକ ତଥ୍ୟ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଷ ପୂଜାରୀ । ଯେଉଁ ଗାଁକୁ ଗଲେ ବି ଦେଖିବାକୁ ପାଇଲେନି ଗୋଟେ ହେଲେ ବି ପ୍ରଧାନମନ୍ତ୍ରୀ ଆବାସ ଘର । ଯଦି ସରକାରୀ ଆବାସ ଘର ନିର୍ମାଣ ହୋଇଥାନ୍ତା ତାହେଲେ ଏତେ ପରିମାଣର କ୍ଷତି ହୋଇ ନ ଥାନ୍ତା ।…