Latest Odisha News

BREAKING NEWS

Browsing Category

ଓଡିଶା

Odisha

ନକ୍ସଲଙ୍କ ବିସ୍ଫୋରଣ ଯୋଜନା ପଣ୍ଡ; ୪୫ କିଲୋ ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି: ସୀମାନ୍ତ ଛତିଗଡ଼ରେ ନକ୍ସଲଙ୍କର ଏକ ବଡ଼ ଯୋଜନାକୁ ପଣ୍ଡ କଲେ ଯବାନ। ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ଠାବ କଲେ ସୁରକ୍ଷା ବାହିନୀ । ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅନ୍ତର୍ଗତ ଚେରପାଲ ଏବଂ ପାଲନାର ରାସ୍ତାରେ ନକ୍ସଲ ୪୫ କିଲୋ ଓଜନର ଏକ…

ପୁଣି ବଢିଲା ତାତି, ଝାରସୁଗୁଡ଼ାରେ ୪୨ .୨ ଡିଗ୍ରୀ ରେକର୍ଡ

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହର। ଆକାଶରୁ ଯେପରି ବର୍ଷୁଛି ନିଆଁ । ଘରୁ ବାହାରିଲେ ମୁହଁ ପୋଡ଼ି ଯାଉଛି । ଆଉ ଏପରି ଅବସ୍ଥାରେ ଅସମ୍ଭାଳ ତାତିକୁ ଗୁଳୁଗଳିରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। କ୍ରମାଗତ ଭାବେ ରାଜ୍ୟର ବିଭିନ୍ନ…

ବେଆଇନ ଗୁଟ୍‌ଖା ଚାଲାଣବେଳେ ମାଡି ବସିଲା ପୋଲିସ

ଆଠଗଡ଼: ପିକ୍ଅପ ଭ୍ୟାନରେ ବେଆଇନ ଗୁଟ୍‌ଖା ଚାଲାଣବେଳେ ମାଡ଼ି ବସିଲା କଟକ ଖୁଣ୍ଟୁଣୀ ପୋଲିସ । ଗାଡିରୁ ଜବତ ହେଲା ୩୭ବସ୍ତା ଗୁଟୁଖା ସହ ୧୬ଲକ୍ଷ ୫୪ହଜାର ଟଙ୍କା । ଢେଙ୍କାନାଳରୁ କଟକ ଆସୁଥିବା ବେଳେ ଖୁଣ୍ଟୁଣୀ ନିକଟରେ ଜବତ କଲା ପୋଲିସ । ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ,…

ପ୍ରଦୀପ ଜେନା ହେଲେ ଓଇଆରସି ଅଧ୍ୟକ୍ଷ

ଭୁବନେଶ୍ଵର: ପ୍ରଦୀପ ଜେନା ହେଲେ ଓଇଆରସି ଅଧ୍ୟକ୍ଷ । ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରୀ କମିଶନ-ଓଇଆରସି ଚେୟାରମ୍ୟାନ ଭାବେ ପ୍ରଦୀପ ଜେନାଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି । ପୂର୍ବତନ ମୁଖ୍ୟ ଶାସନ ସଚିବ ହେଉଛନ୍ତି ପ୍ରଦୀପ…

ରାଜଧାନୀରେ ଟ୍ରାଫିକ୍ କଟକଣା; ସନ୍ଧ୍ଯା ୫ରୁ ମଧ୍ୟରାତ୍ରି ଯାଏଁ ଲାଗୁ…

ଭୁବନେଶ୍ୱର: କମିଶନରେଟ୍ ପୋଲିସ ଶୁକ୍ରବାର ଦିନ ଭୁବନେଶ୍ୱରବାସୀଙ୍କୁ ଭିଆଇପି ଗତିବିଧି ଯୋଗୁଁ ଆଚାର୍ଯ୍ୟ ବିହାର ଛକରୁ କେଶରୀ ଟକିଜ୍ ଏବଂ ରାମ ମନ୍ଦିର ଛକରୁ ହାଉସିଂ ବୋର୍ଡ ଛକ ପର୍ଯ୍ୟନ୍ତ ସନ୍ଧ୍ୟା ୫ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଜାରି କରିଛି। ସୂଚନା ଅନୁଯାୟୀ,…

ଦୁଲୁକିବ ଶ୍ରୀକ୍ଷେତ୍ର, ସମରକଳାରେ କମ୍ପିବ ଶ୍ରୀମନ୍ଦିର ଦାଣ୍ଡ!

ପୁରୀ: ଆସନ୍ତା ଏପ୍ରିଲ ୬ ତାରିଖରେ ପବିତ୍ର ଶ୍ରୀରାମ ନବମୀଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପ୍ରସିଦ୍ଧ ସାହିଯାତ ପର୍ବ । ଏଣୁ ଏହାକୁ ନେଇ ପୁରାତନ ଆଠ ସାହି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବିଭିନ୍ନ ସାହିରେ ଥିବା ଜାଗା ଆଖଡ଼ା ପରିସରରେ ସାହି ଯାତ ପାଇଁ ସମସ୍ତ…

ରାଜ୍ୟରେ ପୁଣି ଖୋଲିବ ବନ୍ଦ ସ୍କୁଲ୍

ଭୁବନେଶ୍ୱର: ପୂର୍ବ ଶାସନର ମିଶ୍ରଣ ନୀତିର ଅଂଶ ସ୍ୱରୂପ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକୁ ପୁନର୍ବାର ଖୋଲିବା ନେଇ ଶୁକ୍ରବାର ଦିନ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ…

ବଡ଼ଗଡ଼ ସ୍କୁଲରେ ପିଲାଙ୍କୁ ପ୍ରଥମେ ଖଡ଼ି ଛୁଆଁଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଡ଼ଗଡ଼ ସ୍କୁଲରେ ପିଲାଙ୍କୁ ପ୍ରଥମେ ଖଡ଼ି ଛୁଆଁଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଆସନ୍ତା ଏପ୍ରିଲ ୨ ତାରିଖରେ ରାଜ୍ୟ ତମାମ ଖଡି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ କରି ନାମ ଲେଖାଉଥିବା କୁନି କୁନି ପିଲାଙ୍କୁ ସେହି ଦିନ ଖଡି ଛୁଆଇବେ…

ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ

ଆଠମଲ୍ଲିକ; ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୂ । ଲାଞ୍ଚ ନେଉଥିବା ବେଳେ ଅନୁଗୁଳ ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଲେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ସୂଚନା ଅନୁସାରେ, ଆଠମଲ୍ଲିକ କେନ୍ଦୁପାଟି ଗାଁର ଚରଣ ନାୟକ ନାମକ ଜଣେ ବ୍ୟକ୍ତି ତାଙ୍କ ପୂର୍ବ ପୁରୁଷ…

କଂଗ୍ରେସ ବିଧାୟକଙ୍କ ଅଭିନବ ପ୍ରତିବାଦ: ଘଣ୍ଟ ବାଡେଇ ଚାଲିଲେ ୧୪ ନିଲମ୍ବିତ ବିଧାୟକ

ଭୁବନେଶ୍ୱର: ଆଜି ବି କଂଗ୍ରେସ ପ୍ରତିବାଦ ରାଲି। ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଅଭିନବ ପ୍ରତିବାଦ। ବାଜିଲା ଘଣ୍ଟ, ରାଲିରେ ଚାଲିଲେ ୧୪ ନିଲମ୍ବିତ ବିଧାୟକ। ବିଧାନସଭା ଘେରାଉ ବେଳେ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣାରେ କଂଗ୍ରେସ ପ୍ରତିବାଦ ରାଲି କରିଛି। କଂଗ୍ରେସ ଭବନରୁ ଘଣ୍ଟ ବାଡେଇ ବାଡେଇ…