Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭରତପୁର ଥାନା ଘଟଣାର ସମୀକ୍ଷା କଲେ ପୋଲିସ ଡିଜି

ଭୁବନେଶ୍ବର : ଭୁବନେଶ୍ୱର ଅନ୍ତର୍ଗତ ଭରତପୁର ଥାନାରେ ପୋଲିସ ଏବଂ  ଆର୍ମି ମେଜର ଓ ବାନ୍ଧବୀଙ୍କ ବିବାଦ ଘଟଣାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱା.ବି. ଖୁରାନିଆ। କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ଓ ଦୁଇ ତଦନ୍ତକାରୀ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ଆଜି କ୍ରାଇମବ୍ରାଞ୍ଚ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ପ୍ରସଙ୍ଗ: ପ୍ରଧାନଶିକ୍ଷକ ନିଲମ୍ବିତ

ଭୁବନେଶ୍ୱର: ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ତଥା  ସ୍ବାଦିଷ୍ଟ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ପିଏମ-ପୋଷଣ ଅଭିଯାନ କାର୍ଯ୍ୟ କରୁଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ ମଧ୍ୟ କରାଯାଉଛି।  ଯାଜପୁର ଜିଲ୍ଲା ଦାନଗଦି ବ୍ଲକ…

ଗଙ୍ଗୁଆ କେନାଲରେ ବୁଡ଼ି ଯୁବକ ମୃତ

ଭୁବନେଶ୍ବର: ଚକେଇସିଆଣି ଗଙ୍ଗୁଆ କେନାଲରେ ଆଜି ଏକ ବଡ଼ ଅଘଟଣ ଘଟିଛି। କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତବକ, ମୃତକ ଚକେଇସିଆଣି ଅଞ୍ଚଳର ବୋଲି ଜଣାପଡିଛି। କେଉଁ କାରଣରୁ ସେ କେନାଲରେ ବୁଡ଼ି ଯାଇଥିଲେ ତାହା ଅସ୍ପଷ୍ଟ ରହିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ…

ସ୍ତ୍ରୀକୁ ବିଷ ଦେଇ ହତ୍ୟା କଲା ସ୍ଵାମୀ

ସମ୍ବଲପୁର: ପାରିବାରିକ କଳି ଝଗଡ଼ାକୁ ନେଇ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗିରିଶଚନ୍ଦ୍ରପୁର  ପଞ୍ଚାୟତର କଟୁରାଖୋଲ ଗାଁରେ। ମୃତ ମହିଳାଙ୍କ ନାଁ ପଙ୍କଜିନୀ କୋଲୋ (୩୮) ବୋଲି ଜାଣିବାକୁ ମିଳିଛି।…

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ଚାଉଳ ଅଭାବରୁ ମୃତ୍ୟୁ ହୋଇନାହିଁ

କନ୍ଧମାଳ : ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଆମ୍ବ ଟାକୁଆ ଜନିତ ମୃତ୍ୟୁ। ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଉଭୟ ବିଜେପି ବିଜେଡ଼ିର ପ୍ରତିକ୍ରିୟା ରାଜନୈତିକ ହଟଚମଟ ସୃଷ୍ଟି କରିଛି। ଆମ୍ବ ଟାକୁଆ ଜନିତ ମୃତ୍ୟୁକୁ ବିଜେପି ଚପାଇ ଦେବାକୁ ଚାହୁଁଥିବା ବେଳେ ରାଶାନ ଚାଉଳ ନପାଇବାରୁ ସେମାନେ…

ଗ୍ୟାସ୍‌ ଟାଙ୍କି ଫାଟି ରୋଷେଇ ଘର ଛାରଖାର; ବର୍ତ୍ତିଗଲେ ପରିବାର

ଆମ୍ବପଳାସ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁରେ ଏକ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ରୋଷେଇ ଘର ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ତେବେଏହି ଘଟଣାରେ କେହି ଦୁର୍ଘଟଣାର ଶିକାର ହୋଇନାହାନ୍ତି। ସୂଚନା ମୁତବକ, ଗାଁର ସୁବାଷ ମହାପାତ୍ରଙ୍କ ଘରେ ଆଜି ମଧ୍ୟାହ୍ନ ରୋଷେଇ…

ଅପପୃଷ୍ଟି ପ୍ରସଙ୍ଗ ଉଠାଇ ନିଜ ବିଫଳତାକୁ ପରିପ୍ରକାଶ କରିଛି ବିଜେଡି : ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ଚର୍ଚ୍ଚା ପାଲଟିଛି। ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ।  ସେ କହିଛନ୍ତି, ଏହି…

ରାସନ ଚାଉଳ ନ ମିଳିବାରୁ ଆମ୍ବ ଟାକୁଆ ଜାଉ ଖାଇବାକୁ ବାଧ୍ୟ ହୋଇଥିଲେ: ବିଜେଡି

ଭୁବନେଶ୍ୱର: ଆମ୍ବ ଟାକୁଆ ଜାଉ ଖାଇ ୨ ମୃତ ଓ  ୬ ଗୁରୁତର ହୋଇଥିବା ଘଟଣା ଚର୍ଚ୍ଚାକୁ ଆସିଥିବା ବେଳେ ବିଜେଡ଼ି ପକ୍ଷରୁ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସଞ୍ଜୟ ଦାସବର୍ମା ଓ ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ରାଜ୍ୟର…

ନବୀନଙ୍କ ସୁରକ୍ଷା କମାଇବା ପ୍ରସଙ୍ଗରେ ଜୟନାରାୟଣଙ୍କ ପ୍ରତିକ୍ରିୟା: ସେମାନଙ୍କ ମନରେ ଭୟ ଅଛି

ଭୁବନେଶ୍ବର:  ବିରୋଧୀ ଦଳ ନେତା ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ସୁରକ୍ଷା ହ୍ରାସ କରିବା ପ୍ରସଙ୍ଗରେ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ବଢିବାରେ ଲାଗିଛି। ଏପରିକି ଉଭୟ ବିଜେଡ଼ି- ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧ। ନବୀନଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସକୁ ନେଇ ବିଜେଡ଼ି ନେତା…

କନ୍ଧମାଳରେ ଆମ୍ବ ଟାକୁଆ ନୁହେଁ ବରଂ ଖାଦ୍ୟ ବିଷାକ୍ତ କାରଣରୁ ମୃତ୍ୟୁ ହୋଇଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଦୁଇ ମହିଳାଙ୍କ ମୃତ୍ୟୁ ଆମ୍ବ ଟାକୁଆ ଖାଇବା ଯୋଗୁ ନୁହେଁ ବରଂ ଖାଦ୍ୟ ବିଷାକ୍ତ କାରଣରୁ ହୋଇଛି। ଅନ୍ୟ ୬ ଜଣ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ…