Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଥରୁମରୁ ସନ୍ଦେହଜନକ ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ। ବାଥରୁମରୁ ମିଳିଲା ମୃତଦେହ। ମୃତକ ହେଲେ ମୋଚିରାମ ମାରାଣ୍ଡି । ସେ ରହୁଥିବା ଭଡ଼ା ଘରୁ ମୃତଦେହକୁ ଗତକାଲି ଜବତ କରିଛି ପୋଲିସ । ମୃତ କନଷ୍ଟେବଳ ଜଣକ ଧଉଳି ଥାନାରେ ପୋଷ୍ଟିଂ ହୋଇଥିଲେ । କନଷ୍ଟେବଳ ମୋଚିରାମ ଗତ ଦୁଇ ଦିନ ଧରି ଛୁଟିରେ ଥିଲେ।…

Bird Count: ଶୀତ ଋତୁରେ ହୀରାକୁଦକୁ ବିଦେଶୀ ପକ୍ଷୀଙ୍କ ଆଗମନ, ଆସନ୍ତାକାଲିଠୁ ପକ୍ଷୀ ଗଣନା…

ସମ୍ବଲପୁର: ଚଳିତ ଶୀତ ଋତୁରେ ଆସିଥିବା ବିଦେଶୀ ପକ୍ଷୀଙ୍କ ଗଣନା ଆସନ୍ତାକାଲିଠାରୁ ହୀରାକୁଦରେ ଆରମ୍ଭ ହେବ । ଏଥିପାଇଁ ଜଳଭଣ୍ଡାର ଓ ଆଖପାଖରେ ଥିବା ଜଳାଶୟ ସହିତ ଜଙ୍ଗଲକୁ ୨୧ଟି ସେକ୍ସନ କରାଯାଇଛି । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏହି ଗଣନା…

Teachers Fight: ମାରପିଟ ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ, ତଦନ୍ତ ପାଇଁ ବିଡିଓଙ୍କ ନିର୍ଦ୍ଦେଶ

ସମ୍ବଲପୁର: ଛାତ୍ରଛାତ୍ରୀଙ୍କ ଆଗରେ ପିଟାପିଟି ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲାରୁ । ବୁର୍ଲାର କିର୍ବା ପ୍ରାଥମିକ ବିଦ୍ୟାଳୟରେ ପିଟାପିଟି ହେଲେ ୨ ଶିକ୍ଷୟିତ୍ରୀ । ଗୁରୁବାର ଘଟଣା ଘଟିଥିବା ବେଳେ ତଦନ୍ତ ନିର୍ଦ୍ଦେଶ…

Sand Mafia: ଦ୍ବୀତିୟ ଦିନରେ ବାଲି ମାଫିଆଙ୍କ ଠିକଣାରେ ଚାଲିଛି ରେଡ୍, ମିଳୁଛି ପୁଳା ପୁଳା ଟଙ୍କା…

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବିଜେଡି ନେତାଙ୍କ ସମେତ ବହୁ ଠିକାଦାର ଓ ବାଲି ବ୍ୟବସାୟୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢାଉ ଜାରି ଜାରି ରହିଛି । ଏହି ଚଢାଉ ସମୟରେ ଆଲମିରା ଭର୍ତ୍ତି ଟଙ୍କା ମିଳିଛି । ଯାହା ପ୍ରବର୍ତ୍ତନ ନିର୍ଦ୍ଦେଶାଳ ଅଧିକାରୀଙ୍କ ହୋସ୍ ଉଡାଇ ଦେଇଛି ।…

ମିଡ୍‌ ଡେ’ ଅପରେସନ ବି ଫେଲ୍‌:  ବିଜେଡି ନେତା ଲେନିନ ମହାନ୍ତି

ଭୁବନେଶ୍ୱର: ପୁଣି ବିଜେପିକୁ ଟାର୍ଗେଟ କଲା ବିଜେଡି। ମିଡ୍ ଡେ’ ଅପରେସନ ବି ଫେଲ୍ କହିଲେ ବିଜେଡି ନେତା ଲେନିନ ମହାନ୍ତି । ମିଡ୍ ନାଇଟ୍ ଅପରେସନ୍ ଫେଲ୍ ହୋଇଥିଲା, ମିଡ୍ ଡେ’ ଅପରେସନ ବି ଫେଲ୍ ହୋଇଗଲା। ମିଡ୍ ଇଭିନିଙ୍ଗ ଅପରେସନ୍ ବି ଫେଲ୍ ହେବ କହିଲେ ଲେନିନ ମହାନ୍ତି। ଏହା ସହ ସେ

ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା, ଦୁଇ ଗୋଷ୍ଠୀର ୬ ଗିରଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣାର ଉପଦ୍ରବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶାନ୍ତି କମିଟି ବୈଠକରେ ସମସ୍ତ ନାଗରିକ ଏକ ସ୍ବରରେ ଦାବି କରିଥିଲେ। ଆକ୍ସନ ମୁଡ୍ ରେ ଆସିଛି ପୋଲିସ। ଗତକାଲି ରାତିରୁ ସହରର ବିଭିନ୍ନ ସ୍ଥାନରେ ଟାଉନ ଥାନା ପୋଲିସ ଚଢ଼ଉ କରି

Maoists Killed: ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଵିଜାପୁର ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟି ଦୁଇ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ଟପ୍ ମାଓନେତା ପାପା ରାଓ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏବେ ମଧ୍ୟ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି…

ପ୍ରୋଫେସନାଲ୍ ପଲିଟିକ୍ସ କରେ ବିଜେପି: ନବୀନ-ଅଖିଳେଶଙ୍କ ଆଲୋଚନା ନେଇ ଜୋର୍‌ ଧରିଲା ରାଜନୀତି ଚର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ହଟଚମଟ ଚାଲିଥିବା ବେଳେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଓଡ଼ିଶା ଗସ୍ତ କରିଛନ୍ତି। ଏହାସହ ଅଖିଳେଶ ଯାଦବ ଗତ ତିନି ମାସରେ ଦ୍ୱିତୀୟ ଥର ଓଡ଼ିଶା ଗସ୍ତ କରିଛନ୍ତି। ଗତକାଲି ଭୁବନେଶ୍ୱରସ୍ଥିତ ଅନୁଷ୍ଠିତ ଏକ

ଭଦ୍ରକରେ ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉ

ଭଦ୍ରକ: ମୁଲ୍ଲାସାହିରେ ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉ। ଅବୈଧ ଗୋ ଚାଲାଣ ଲିଙ୍କରେ ୨ ପ୍ଲାଟୁନ ଫୋର୍ସ ସହ ଚଢାଉ। କେନ୍ଦୁଝର ସଦର ଏସଡିପିଓଙ୍କ ସହ ଭଦ୍ରକ ପୋଲିସର ମିଳିତ ଚଢାଉ । ଶେଖ୍ ରାଜନ ଥାନାରେ ଅଟକ। ସୂଚନା ଅନୁସାରେ ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ମୁଲ୍ଲା

Nisha Maharana: ନିଶା ମହାରଣାଙ୍କୁ ଘାରିଲା ଗିରଫଦାରୀ ଭୟ, ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ

କଟକ: ଆଇଟମ ଡ୍ୟନ୍ସର ନିଶା ମହାରଣାଙ୍କୁ ଘାରିଲା ଗିରଫଦାରୀ ଭୟ। ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିଶା। ବଲାଙ୍ଗିର ସଦର ଥାନାରେ ହୋଇଥିବା ମାମଲାରେ ନିଶାକୁ ଖୋଜୁଛି ପୋଲିସ। ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବାକୁ ଲୋଡ଼ିଲେ ଆଗୁଆ ଜାମିନ। ଗତ ୧୨ ତାରିଖରେ ବଲାଙ୍ଗିର ଜିଲ୍ଲା