Latest Odisha News

BREAKING NEWS

Browsing Category

ଓଡିଶା

Odisha

Cyclone Threat: ମାଲକାନଗିରିରେ ତିନି ଦିନ ପାଇଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ମାଲକାନଗିରି:ମାଲକାନଗିରି ଜିଲ୍ଲାରେ ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି କାଲିଠୁ ୪ ଯାଏଁ ଜିଲ୍ଲାରେ ସବୁ ଘରୋଇ ଓ ସରକାରୀ ସ୍କୁଲ,କଲେଜ ବନ୍ଦ ରହିବ । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ସମସ୍ତ ସ୍କୁଲ , କଲେଜ ଏବଂ ଜିଲ୍ଲାର ସମସ୍ତ ଅଙ୍ଗନୱାଡି…

ଦବିଲା ସାଲୁଙ୍କି ପୋଲ:ବିକଳ୍ପ ରାସ୍ତା ବ୍ୟବସ୍ଥା କରିବାକୁ ବିଶେଷଜ୍ଞ ଦଳ ଜିଲ୍ଲା ପ୍ରଶାସନକୁ କଲେ ଅବଗତ

ଟିକାବାଲି:ବାତ୍ୟା ଅର୍ଣ୍ଣବ‌ ଯୋଗୁଁ ପ୍ରବଳ ବର୍ଷା ଓ ତତ୍‌ଜନିତ ଭୂସ୍ଖଳନ ଯୋଗୁଁ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଟିକାବାଲି କେଉଟସାହି- ଏସ୍‌କେପିଏମ୍‌ ରାସ୍ତାରେ ଥିବା ସାଲୁଙ୍କି ପୋଲ ଦବି ଯାଇଥିଲା। ଆଜି ଏହି ପୋଲର କ୍ଷୟକ୍ଷତିକୁ ଏକ ବିଶେଷଜ୍ଞଦଳ ଯାଞ୍ଚ କରିଛନ୍ତି।…

ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ଓ ତା’ର ପରବର୍ତ୍ତୀ ପରିସ୍ଥିତିରେ ରିଲିଫ, ପୁନଃନିର୍ମାଣ ଓ କ୍ଷୟକ୍ଷତି ଆକଳନ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ପ୍ରଭାବିତ ଲୋକଙ୍କ ପାଇଁ ଏକ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ୩ ଶିଶୁ

ମାହାଙ୍ଗା:କଇଁ ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡିଗଲେ ତିନି ଶିଶୁ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋପାଳପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୩ ଶିଶୁଙ୍କ ବୟସ ଯଥାକ୍ରମେ ୫ ବର୍ଷ , ୬ ବର୍ଷ, ୭ ବର୍ଷ ହେବ ବୋଲି କୁହାଯାଉଛି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।…

ପ୍ରାଣିସମ୍ପଦର ସୁରକ୍ଷାକୁ ପ୍ରାଥମିକତା;୨ଲକ୍ଷରୁ ଅଧିକ ପ୍ରାଣୀ ପ୍ରଭାବିତ,୭୨ ରାପିଡ୍ ରେସପନ୍ସ ଟିମ୍ ମୁତୟନ

ଭୁବନେଶ୍ୱର:ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଉପୁଜିଥିବା ବନ୍ୟାରେ ୨୫୭୩୭୬ ପ୍ରାଣୀ ପ୍ରଭାବିତ ହୋଇଛନ୍ତି । ଏଥିରେ ୧୧୮୪୭୯ ଗାଈ ଗୋରୁ ମଇଁଷି ଏବଂ ୧୩୮୮୯୭ ଛେଳି ମେଣ୍ଢା ସାମିଲ ଅଛନ୍ତି । ମୋଟ ୧୧୫୬୪୯ କୁକୁଡ଼ା ପ୍ରଭାବିତ…

ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି, ପୁଣି ଖୋଲିଲା ୩ଟି ଗେଟ୍‌

ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୩ଟି ଗେଟ୍‌ । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି । ଯେଉଁ କାରଣରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ବହୁ ପରିମାଣରେ ପ୍ରବେଶ କରୁଥିବାରୁ ଜଳସ୍ତର…

ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲିଲା ବାଲିମେଳା ଜଳଭଣ୍ଡାରର ୩ ଗେଟ

ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମାକୁ ଲାଗି ରହିଛି ବାଲିମେଳା ଜଳଭଣ୍ଡାର। ସମ୍ଭାବ୍ୟ ବାତ୍ୟା 'ମୁରାସୁ' ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବାଲିମେଳା ଜଳଭଣ୍ଡାରର ଚାପ କମାଇବାକୁ ଜଳଭଣ୍ଡାରର ଦୁଇଟି ସ୍ଲୁଇସ୍‌ ସହ ୩ଟି ଫାଟକକୁ ଖୋଲାଯାଇଛି। ଏହାକୁ ନେଇ ତଳିଆ…

ରାତି ଅଧରେ ଘରେ ପଶି ଦମ୍ପତିଙ୍କୁ ହତ୍ୟା, ପୁଅ ଗୁରୁତର

ଓର୍କେଲ: ଘରେ ପଶି ଏକ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା । ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଏମଭି-୩୬ ଗ୍ରାମରେ ଘଟିଛି ଏଭଳି ଏକ ହୃଦୟବିଦାରକ ଘଟଣା । ରବିବାର ଭୋର ପ୍ରାୟ ୩ଟା ସମୟରେ ଜଣେ ଦୁର୍ବୃତ୍ତ ଘରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ…

ଗଂଜାମରେ ବାତ୍ୟା ପରର ସ୍ଥିତି ବୁଲି ଦେଖୁଛି ବିଜେଡି ପ୍ରତିନିଧି ଦଳ, କାନ୍ଦି କାନ୍ଦି ଦୁଃଖ ଜଣାଉଛନ୍ତି ଲୋକ

ଗଂଜାମ: ବାତ୍ୟା ଅର୍ଣ୍ଣବର ତାଣ୍ଡବ ପରେ ଗଂଜାମ ଓ ଗଜପତିରେ ବନ୍ୟା ପରିସ୍ଥିତିା ଏବେ ଧିରେ ଧିରେ ସ୍ଥିତିରେ ସୁଧାର ଆସିଥିଲେ ବି କିଛି ସ୍ଥାନରେ ପ୍ରଶାସନିକ ଅଧିକାରୀ ପହଂଚିନଥିବା ଅଭିଯୋଗ କରୁଛନ୍ତି ସ୍ଥାନୀୟ ଲୋକ । ରନ୍ଧା କି ଶୁଖିଲା ଖାଦ୍ୟ ପାଇନାହାନ୍ତି ବିପନ୍ନ । ଏପରି ଅଭିଯୋଗର ଲମ୍ବା…

ନିଯୁକ୍ତି ମେଳା: ପିଲାଙ୍କ ଆଦର୍ଶ ବନ୍ଧୁ ଭାବେ ମାର୍ଗଦର୍ଶନ ପାଇଁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ଓ ପ୍ରଗତିର ନୂତନ ଅଧ୍ୟାୟ । ୨,୦୬୭ ଜଣ ସେବକ ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଅଡିଟୋରିୟମରେ ଅନୁଷ୍ଠିତ ହୋଇଛି ୧୮ତମ ନିଯୁକ୍ତି ମେଳା । ଦକ୍ଷତା ବିକାଶ ଏବଂ…