Latest Odisha News

BREAKING NEWS

Browsing Category

ଓଡିଶା

Odisha

ରେଳଧାରଣାରେ ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ପୁରୀ: ଗୁରୁବାର ସନ୍ଧ୍ୟାରେ ପୁରୀ ରେଳ ଧାରଣାରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ଆଧାର କାର୍ଡରୁ ଯତୀନ ଶଙ୍କର ପାଢ଼ୀ ଓ ସନ୍ତୋଷ କୁମାର ସାହୁଙ୍କ ଝିଅ ତୃପ୍ତିମୟୀ ସାହୁଙ୍କ ପରିଚୟ ମିଳିଛି। ଜିଆରପି ପୁରୀ ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।…

କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତି ମେଳା

ଭୁବନେଶ୍ଵର: ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ରୋଜଗାର ମହାନିର୍ଦ୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ଖୋର୍ଦ୍ଧାଙ୍କ ମିଳିତ ଆନୁକୁଲ୍ୟରେ ଏକ ନିଯୁକ୍ତି ମେଳା ୦୬…

ନବରଙ୍ଗପୁର ବିଜେଡିରେ ଅସନ୍ତୋଷ, ପ୍ରଦୀପ ମାଝୀଙ୍କ ଭାଇ ଖୋଜୁଛନ୍ତି ନୂଆ ଦଳ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଶାସକ ବିଜୁ ଜନତା ଦଳରେ ଅସନ୍ତୋଷ ଦେଖାଦେଇଛି। ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀଙ୍କ ସାନ ଭାଇ ପ୍ରସନ୍ନ ମାଝୀଙ୍କୁ ରାଜନୈତିକ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ବିଜେଡିର ଝରିଗାଁ ବ୍ଲକ ଶାଖାକୁ ସମାଲୋଚନା କରିଛନ୍ତି। ଆଉ ଏବେ ସେ ନୂଆ ଦଳ…

ଗ୍ରାମାଞ୍ଚଳରେ ମିଳିବ ବିଏସଏନଏଲର ହାଇସ୍ପିଡ୍ ଇଣ୍ଟରନେଟ୍ କନେକ୍ଟିଭିଟି

ଭୁବନେଶ୍ୱର: ଓଡ଼ିଶା ଦୂରସଞ୍ଚାର ପରିମଣ୍ଡଳ ଗସ୍ତରେ ଅଛନ୍ତି ବିଏସ୍ଏନ୍ଏଲ୍ ବୋର୍ଡ ନିର୍ଦ୍ଦେଶକ (ଏଣ୍ଟରପ୍ରାଇଜ୍) ଭି. ରମେଶ। ତାଙ୍କର ଚାଲିଥିବା ଏହି ଗସ୍ତ ସମୟରେ ସେ ଭୁବନେଶ୍ୱରର BSNL ଭବନରେ ୭ ତାରିଖ ପୂର୍ବାହ୍ନ ୧୦.୩୦ ରେ ରାଜ୍ୟ ଟେଲିକମ୍ ପ୍ରଦର୍ଶନର ସମୀକ୍ଷା ବୈଠକ ଯୋଗ ଦେଇଥିଲେ।…

କୋଠାର ସେଣ୍ଟରିଂ ଭୁଶୁଡିବାରୁ ତିନି ଓଡ଼ିଆ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ, ତିନି ଗୁରୁତର

ମାଲକାନଗିରି: ଛାତ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଏକ କାଠର ସେଣ୍ଟରିଂ ଭୁଶୁଡ଼ି ପଡ଼ିବା ଫଳରେ ଗୁରୁବାର ୩ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ମାଲକାନଗିରି ବଣ୍ଡା ଘାଟିର। ସେମାନେ ହେଲେ ବିକ୍ରମ ପ୍ରଧାନ, କୃଷ୍ଣ ପ୍ରଧାନ ଓ ରାମଚନ୍ଦ୍ର…

ଦୁଇ ଭାଇଙ୍କୁ ଛୁରୀ ମାଡ଼ କରି ଦୁର୍ବୃତ୍ତ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କା

କେନ୍ଦୁଝର: ଗୁରୁବାର ଦିନ ଦୁଇ ଜଣ ଅଜଣା ଦୁର୍ବୃତ୍ତ ଦୁଇ ଭାଇଙ୍କୁ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ କଙ୍କଡାହାଡା ଥାନା ଅନ୍ତର୍ଗତ ଗୋଲାଗଡିଆ ଗ୍ରାମର ଶରତ ସାହୁ ଓ ଭରତ ସାହୁ ନାମକ ଦୁଇ ଭାଇ କେନ୍ଦୁଝର ଜିଲ୍ଲା ତେଲକୋଇ…

ପୂର୍ବତଟ ରେଳପଥ ଦ୍ୱାରା କ୍ଷେତ୍ରୀୟ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି ବୈଠକ

ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ରେଳପଥର ମୁଖ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥ ରେଳ ସଦନଠାରେ ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC)ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାଂସଦ ଭର୍ତ୍ତୁହାରୀ ମହତାବ (ସାଂସଦ /…

ବାଲେଶ୍ୱର ରେଳ ଷ୍ଟେସନ ଭିତ୍ତିଭୂମି ପାଇଁ ୬.୪୯ କୋଟି ଓ ସମ୍ବଲପୁର ପାଇଁ ୫.୪୩ କୋଟି ଟଙ୍କା ଅନୁମୋଦନ

ଭୁବନେଶ୍ୱର: ସମ୍ବଲପୁର ସିଟି ରେଳ ଷ୍ଟେସନରେ ଟ୍ରେନ୍ କୋଚରେ ଜଳର ଉପଲବ୍ଧତାକୁ ସୁଗମ କରିବା ପାଇଁ ରେଳ ବୋର୍ଡ ଦ୍ୱାରା ୫.୪୩ କୋଟି ଟଙ୍କା ମୂଲ୍ୟରେ “ଦ୍ରୁତ ଜଳଯୋଗାଣ ବ୍ୟବସ୍ଥା” ବା କୁଇକ ୱାଟରିଂ ସିଷ୍ଟମ ନାମକ ଏକ ନୂତନ ବ୍ୟବସ୍ଥା ଅନୁମୋଦନ କରାଯାଇଛି। ଦ୍ରୁତ ଜଳ ଯୋଗାଣ ସୁବିଧା ଯାତ୍ରୀ…

ରେଳ ଧାରଣାରେ ପଡ଼ିଗଲା ଶାଳ ଗଛ, ଅଟକି ରହିଛି ଟ୍ରେନ୍

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଳ ଷ୍ଟେସନରେ ଗୁରୁବାର ଦୁଇଟି ଟ୍ରାକ୍ ଉପରେ ଏକ ଶାଳଗଛ ପଡ଼ିଯିବାରୁ ଟ୍ରେନ ଚଳାଚଳ ଠପ୍ ହୋଇପଡ଼ିଛି। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ରେଳ ଧାରଣା ଉପରେ ଥିବା ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଟ୍ରେନ୍ ଅଟକି ରହିବାରୁ…

ସେପ୍ଟେମ୍ବର ୧୬ରୁ କାର୍ଯ୍ୟକ୍ଷମ ହେବ କଟକ ନେତାଜୀ ବସ୍ ଟର୍ମିନାଲ

କଟକ: ନବନିର୍ମିତ କଟକ ନେତାଜୀ ବସ୍ ଟର୍ମିନାଲ (ସିଏନବିଟି) ଆସନ୍ତା ସେପ୍ଟେମ୍ବର ୧୬ ତାରିଖରୁ କାର୍ଯ୍ୟକ୍ଷମ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ବସ୍ ଟର୍ମିନାଲକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ବୋଲି କଟକ ମେୟର ସୁବାସ ସିଂହ ଗୁରୁବାର ସୂଚନା ଦେଇଛନ୍ତି।…