Latest Odisha News

BREAKING NEWS

ଦୁଇ ଭାଇଙ୍କୁ ଛୁରୀ ମାଡ଼ କରି ଦୁର୍ବୃତ୍ତ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କା

କେନ୍ଦୁଝର: ଗୁରୁବାର ଦିନ ଦୁଇ ଜଣ ଅଜଣା ଦୁର୍ବୃତ୍ତ ଦୁଇ ଭାଇଙ୍କୁ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ କଙ୍କଡାହାଡା ଥାନା ଅନ୍ତର୍ଗତ ଗୋଲାଗଡିଆ ଗ୍ରାମର ଶରତ ସାହୁ ଓ ଭରତ ସାହୁ ନାମକ ଦୁଇ ଭାଇ କେନ୍ଦୁଝର ଜିଲ୍ଲା ତେଲକୋଇ ସହରରେ ବ୍ୟବସାୟ କରନ୍ତି। ଆଜି ଅପରାହ୍ନରେ ସେମାନେ ସହରର ସାପ୍ତାହିକ ବଜାରକୁ କିଛି ସାମଗ୍ରୀ କିଣିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।

ଦୁଇ ଦୁର୍ବୃତ୍ତ ଏକ ବାଇକରେ ଆସି ସାହୁ ଭାଇଙ୍କ ଠାରୁ ଟଙ୍କା ବ୍ୟାଗ୍ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ଉପସ୍ଥିତ ଦୁଇ ଭାଇ ଦୁର୍ବୃତ୍ତମାନଙ୍କୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ବନ୍ଧୁକ ବାହାର କରି ସେମାନଙ୍କୁ ଧମକଚମକ ଦେଇଥିଲେ।

ଏହାକୁ ନେଇ ଗଣ୍ଡଗୋଳ ସୃଷ୍ଟି ହେବା ସହ ସ୍ଥାନୀୟ ଲୋକେ ଏକାଠି ହୋଇଯିବାରୁ ଦୁର୍ବୃତ୍ତମାନେ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ବ୍ୟାଗ୍ ଲୁଟି ନେଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଭାଇଙ୍କୁ ସିରିଗିଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଶରତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ତେଲକୋଇ ଥାନା ପୁଲିସର ଏକ ଟିମ୍ ବଜାରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.