Latest Odisha News

BREAKING NEWS

Browsing Category

ଓଡିଶା

Odisha

ଥମୁନି ହାତୀ ଉପଦ୍ରବ: ଦନ୍ତା ଆକ୍ରମଣରେ ଜଣେ ମହିଳା ମୃତ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଥମୁନି ହାତୀ ଆତଙ୍କ  । ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଛି  । କେତେବେଳେ ଦନ୍ତା ଆକ୍ରମଣରେ ମଣିଷ ବଳି ପଡୁଛି ତ ଆଉ କେତେବେଳେ ଗାଁରେ ବ୍ୟାପକ ଫସଲ ନଷ୍ଟ ହେଉଛି  । ଆଜି ଏମିତି ଏକ ଅଘଟଣ ଦେଖିବାକୁ ମିଳିଛି…

ଝରକା ତାଡ଼ି ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ, ପ୍ରାୟ ୧୭ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ଅଭିଯୋଗ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଝରକା ତାଡ଼ି ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ। ଟଙ୍କା ଓ ସୁନା ମିଶାଇ ପ୍ରାୟ ୧୭ ଲକ୍ଷ ଟଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚଢେଇଭୋଳ ବଜାର ଅଞ୍ଚଳର ସେକ୍ ନରୁଲ ଇସଲାମ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା…

ଜନ୍ମମାଟିରେ ସହିଦ ଯବାନଙ୍କ ମରଶରୀର: ଶେଷ ଦର୍ଶନ ପାଇଁ ପ୍ରବଳ ଜନସମୁଦ୍ର

ବରଗଡ: ଜନ୍ମମାଟିରେ ସହିଦ ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲଙ୍କ ମରଶରୀର। ସହିଦଙ୍କ ପୈତୃକ ଗାଁ ବରଗଡ଼ ଭେଡେନ ବାଘପାଲି ଗାଁରେ ପହଞ୍ଚିଲା ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର। ଆଜି ମଧ୍ୟାହ୍ନ ସମୟରେ  ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। ଆଜି ସକାଳେ ବରଗଡ଼ରେ…

ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣା: ମାଷ୍ଟର ମାଇଣ୍ଡ ଗିରଫ

ବାଲିଗୁଡା: ଧରାପଡିଲା ମାଷ୍ଟର ମାଇଣ୍ଡ  । ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣାର  ମୁଖ୍ୟ ଅଭିଯୁକ୍ତ ବିଶ୍ବ ରଞ୍ଜନ କହଁର ଗିରଫ  ।  ପୋଲିସ ବିଶ୍ବରଞ୍ଜନକୁ ନୟାଗଡ ସହରରୁ ଗିରଫ କରିଥିବା ସୂଚନା ମିଳିଛି  । ବିଶ୍ବରଞ୍ଜନକୁ ମିଶାଇ ମାମଲାରେ ଏଯାବତ ଗିରଫ ସଂଖ୍ୟା ୨୪ରେ ପହଞ୍ଚିଛି  ।…

ଓଡ଼ିଶା ଚାଷୀଙ୍କୁ ଦିଲ୍ଲୀ ଡକରା: ସ୍ୱାଧୀନତା ଦିବସ ସମାରୋହରେ ହେବେ ସ୍ୱତନ୍ତ୍ର ଅତିଥି

ଭୁବନେଶ୍ୱର: ଜାତୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବେ ଓଡ଼ିଶା ଚାଷୀ। ନୂଆଦିଲ୍ଲୀରେ ଆୟୋଜିତ ହେବାକୁଥିବା ୭୭ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୧୮ଶହ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ବହୁଚାଷୀ,…

ରାଜ୍ୟରେ ଏବେ ମାଳ ମାଳ ନକଲି ଶିକ୍ଷକ: ଯୋଗ୍ୟତା ପ୍ରମାଣ ପତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ଗଣଶିକ୍ଷା ବିଭାଗ ସ୍କାନରରେ ଶତାଧିକ ନକଲି ଶିକ୍ଷକ । ରାଜ୍ୟରେ ନକଲି ଶିକ୍ଷକ ପ୍ରସଙ୍ଗ ଥମିବାର ନାଁ ଧରୁନି । ଗଣଶିକ୍ଷା ବିଭାଗ ସ୍କାନରରେ ଶତାଧିକ ଶିକ୍ଷକ ଥିବାବେଳେ ସମ୍ପୃକ୍ତ ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣପତ୍ର କଡାକଡି ଭାବେ ଯାଞ୍ଚ କରିବାକୁ ୩୦ଟି ଜିଲ୍ଲାର…

ହାଇସ୍କୁଲରେ ନିଯୁକ୍ତ ହେବେ ୪ ହଜାରରୁ ଅଧିକ ଅତିଥି ଶିକ୍ଷକ, ଖୁବଶୀଘ୍ର ନିଯୁକ୍ତି ଦେବ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଶିକ୍ଷକ ପଦବୀ ଖାଲି ପଡିଛି। ଆବଶ୍ୟକତା ଅନୁସାରେ ଶିକ୍ଷକ ନାହାଁନ୍ତି। ଫଳରେ ପାଠପଢାରେ ଅସୁବିଧା ହେଉଛି। ତେଣୁ ଶିକ୍ଷକ ପଦବୀ ପୂରଣ ନେଇ ବିକଳ୍ପ ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ। ରାଜ୍ୟରେ ୪ ହଜାର ୪୦୩ ଅତିଥି…

ସ୍ୱାଧୀନତା ଦିବସ ପୂର୍ବରୁ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ରେ ଜାତୀୟ ପତାକା ଉଡ଼ାଇଲେ ଓଡ଼ିଆ ପୁଅ

ଭୁବନେଶ୍ୱର: ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୫୬୪୨ ମିଟର ଉଚ୍ଚ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ରେ ଉଡ଼ିଲା ଜାତୀୟ ପତାକା। ନୟାଗଡ଼ର ଗୌରବ ଆଇରନ୍‌ ମ୍ୟାନ୍‌ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ମାଉଣ୍ଟ୍‌ ଏଲବ୍ରସ୍‌ ଚଢ଼ି ଇତିହାସ ସୃଷ୍ଟି କରିଛନ୍ତି। ଏହି…

ଏକାକୀ ଲଢ଼ିବାକୁ ପ୍ରସ୍ତୁତି, ପୁରୀରେ ୪ କେନ୍ଦ୍ରମନ୍ତ୍ରୀଙ୍କ କର୍ମଶାଳା

ପୁରୀ: ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ି ସରକାର ଗଠନ କରିବ ବୋଲି ଦଳର ବରିଷ୍ଠ ନେତାମାନେ ଦାବି କରୁଥିବା ବେଳେ ରାଜ୍ୟ ବିଜେପି ଆକ୍ସନ ମୁଡରେ ଥିବା ଜଣାପଡ଼ିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କଥାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଦଳର ରଣନୀତିର ଅଂଶବିଶେଷ…

ଶ୍ରୀମନ୍ଦିର ଚାରିଦ୍ବାର କେବେ ଖୋଲାଯିବ କହିଲେ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା

ପୁରୀ: ଶ୍ରୀମନ୍ଦିରର ସମସ୍ତ ଚାରି ଦ୍ୱାର ଖୋଲିବା ପାଇଁ ଦାବି ଜୋର ଧରୁଥିବା ବେଳେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ରବିବାର ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସାରକାଙ୍କ କହିବାନୁସାରେ, ଭକ୍ତଙ୍କ ଆବଶ୍ୟକତା ଓ ସୁବିଧାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟରେ ଏ ନେଇ ନିଷ୍ପତ୍ତି ନିଆଯିବ।…