Latest Odisha News

BREAKING NEWS

ଥମୁନି ହାତୀ ଉପଦ୍ରବ: ଦନ୍ତା ଆକ୍ରମଣରେ ଜଣେ ମହିଳା ମୃତ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଥମୁନି ହାତୀ ଆତଙ୍କ  । ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଛି  । କେତେବେଳେ ଦନ୍ତା ଆକ୍ରମଣରେ ମଣିଷ ବଳି ପଡୁଛି ତ ଆଉ କେତେବେଳେ ଗାଁରେ ବ୍ୟାପକ ଫସଲ ନଷ୍ଟ ହେଉଛି  । ଆଜି ଏମିତି ଏକ ଅଘଟଣ ଦେଖିବାକୁ ମିଳିଛି  । ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି  । ମୃତକ ପୁଞ୍ଜିଆମା ଗାଁର ରଞ୍ଜନା ପ୍ରଧାନ ବୋଲି ଜଣାପଡିଛି ।

ଆଜି ସକାଳୁ ମହିଳା ଜଣକ ଶୌଚ ହେବା ପାଇଁ ଘର ପଛରେ ଥିବା ଏକ ନାଳକୁ ଯାଇଥିଲେ । ହଠାତ୍ ଏହି ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ କି ଘଟଣାସ୍ଥଳରେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ମହିଳାଙ୍କର ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି  । ବାରମ୍ବାର ଏହି ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସୁଛି  । ଏ ନେଇ ସ୍ଥାନୀୟ ଗ୍ରାମବାସୀମାନେ ବାରମ୍ବାର ବନ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି । ହେଲେ ବନ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନି  । କହିବାକୁ ଗଲେ ଗାଁରୁ ହାତୀ ଘଉଡାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବନ ବିଭାଗ ।

Leave A Reply

Your email address will not be published.