Latest Odisha News

BREAKING NEWS

Browsing Category

ରାଜନୀତି

ନବ ଦାସ ହତ୍ୟା…ଆସିଲା ବଡ଼ ଟୁଇଷ୍ଟ

ଭୁବନେଶ୍ବର: ନବ ଦାସଙ୍କୁ ମାରିଥିଲା କିଏ? ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବଡ ଟୁଇଷ୍ଟ । ଫରେନ୍ସିକ ସାଇନ୍ସ ଲାବୋରେଟାରୀ ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା । କେବଳ ଗୋପାଳ ଦାସର ବନ୍ଧୁକ ନୁହେଁ ଏକାଧିକ ବନ୍ଧୁକରୁ ହୋଇଥିଲା ଫାୟାରିଂ । ଫରେନ୍ସିକ ରିପୋର୍ଟ ବଢାଇଲା ସସପେନ୍ସ । ମୁଖ୍ୟ…

କେଜ୍ରିୱାଲଙ୍କ ଡକ୍ୟୁମେଣ୍ଟାରିରେ ରାଜନୀତି, ଆପ କହିଲା- ସ୍କ୍ରିନିଙ୍ଗ ରୋକିଛି ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ମାହୋଲରେ ଆମ ଆଦମୀ ପାର୍ଟି(ଆପ୍) ଦ୍ବାରା ନିର୍ମିତ ଡକ୍ୟୁମେଣ୍ଟାରିର ସ୍କ୍ରିନିଙ୍ଗ ଉପରେ ରୋକ ଲାଗିଛି। 'ଅନବ୍ରେକେବଲ' ନାମକ ଏହି ଡକ୍ୟୁମେଣ୍ଟାରିକୁ ଚଲାଇବାକୁ ଅନୁମତି ଦେଇନାହିଁ ଦିଲ୍ଲୀ ପୋଲିସ। ସୂଚନା ଅନୁଯାୟୀ, ଏହି ସ୍କ୍ରିନିଙ୍ଗ ଶନିବାର…

୪୦ ବର୍ଷ ପରେ କାହିଁକି ବଦଳିଲା ଶପଥ ଗ୍ରହଣ ସମାରୋହ ସ୍ଥାନ…

ୱାଶିଂଟନ: ପ୍ରବଳ ଥଣ୍ଡା ଯୋଗୁଁ ବଦଳିଲା ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହର ସ୍ଥାନ। ଆମେରିକା କ୍ୟାପିଟଲ ବାହାରେ ଖୋଲା ସ୍ଥାନ ପରିବର୍ତ୍ତେ ଆମେରିକା କ୍ୟାପିଟଲ ଭିତରେ ଥିବା କ୍ୟାପିଟଲ ରୋଟୁଣ୍ଡା (ହଲ)ରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ।…

ରାସନ କାର୍ଡକୁ ନେଇ ରାଜନୀତି

ଭୁବନେଶ୍ୱର: ରାସନ କାର୍ଡକୁ ନେଇ ଚାଲିଛି ରାଜନୀତି। ଶାସିତ ଦଳ ଦେଇଥିବା ମନ୍ତବ୍ୟକୁ ନେଇ ବିରୋଧୀ କରୁଛନ୍ତି ଟାର୍ଗେଟ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଆୟକରଦାତା ରାସନ କାର୍ଡ ଓ ଭୂତ ରାସନ କାର୍ଡ ମନ୍ତବ୍ୟକୁ ନେଇ ଚିହିଁକି ଉଠିଛନ୍ତି ବିରୋଧୀ। ଚାଲିଛି ଲଗାତାର…

ଗଞ୍ଜାମରେ ବଳ ଗୋଟାଉଛି ବିଜେଡି: ଶଙ୍ଖ ଧରିଲେ ଶତାଧିକ ବିଜେପି ନେତା ଓ କର୍ମୀ

ଗଞ୍ଜାମ: ବିଜେପିକୁ ବଡ଼ ଝଟକା। ବିଜେଡିରେ ମିଶିଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି। ଗଞ୍ଜାମରେ ବଢିଲା ବିଜେଡିର ବଳ। ବୁରୁପଡା ସରପଞ୍ଚ ସନ୍ତୋଷିନୀ ବେହେରାଙ୍କ ନେତୃତ୍ୱରେ ଶତାଧିକ ଲୋକ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ସେମାନେ ନବୀନ…

ଅରବିନ୍ଦ କେଜ୍ରିୱାଲଙ୍କଠୁ ମନୀଷ ସିସୋଦିଆଙ୍କ ପର୍ଯ୍ୟନ୍ତ… ଜାଣନ୍ତୁ କାହା ନାଁରେ ରହିଛି କେତେ କରଜ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମି ପାର୍ଟି (ଆପ୍)ର ସମସ୍ତ ନେତା ନାମାଙ୍କନ ଦାଖଲ କରି ସାରିଛନ୍ତି। ନିର୍ବାଚନୀ ସତ୍ୟପାଠ ଅନୁସାରେ ଆପର ଟପ-୧୦ ନେତାଙ୍କ ମଧ୍ୟରୁ ୭ ଜଣ କରଜରେ ବୁଡ଼ି ରହିଛନ୍ତି। ତେବେ ଆପ ନେତା ସତ୍ୟେନ୍ଦ୍ର ଜୈନ ୧୩ କୋଟି ଟଙ୍କା କରଜରେ ରହିଛନ୍ତି।…

ଅଲଗା ହେବେ କି ବାରାକ୍ ଦମ୍ପତି?

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିଶେଲ ଓବାମାଙ୍କ ମଧ୍ୟରେ ଛାଡପତ୍ର ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏପରିକି ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ, ଫଳରେ ଦୁହେଁ ଛାଡପତ୍ର ନେଉଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନା ଅନୁଯାୟୀ,…

ଦିଲ୍ଲୀରେ ଏକା ଲଢ଼ିବ ଏନ୍‌ସିପି, ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ନ୍ୟାସନାଲ କଂଗ୍ରେସ ପାର୍ଟି(ଏନ୍‌ସିପି)। କାରଣ ଦଳ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୩୦ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏହାସହ ଦିଲ୍ଲୀରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଦଳ…

ଝାରସୁଗୁଡ଼ାରେ ବଳ କଷାକଷି

ଭୁବନେଶ୍ବର: ଝାରସୁଗୁଡାରେ ବିଜେଡି- ବିଜେପି ବଳ କଷାକଷି ! ପ୍ରଥମେ ସ୍ବର୍ଗତଃ ନବ ଦାସଙ୍କ ପୁଅ ଅଟକ, ଏବେ ନବଙ୍କ ଭାଇ ବ୍ରଜ ଦାସଙ୍କ ଘରେ ରେଡ୍ । ଦୁଇ ବର୍ଷ ପରେ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତକୁ ନେଇ ଜୋର ଧରିଲାଣି ରାଜନୀତି । ନବଙ୍କ ପରିବାର ମାମଲାର ସିବିଆଉ ତଦନ୍ତ ନେଇ ଦାବି…

ବସ୍ତିରୁ ବାହାରିବ ଦିଲ୍ଲୀ ବିଜୟର ବାଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ବସ୍ତି ବାସିନ୍ଦା । ନିର୍ବାଚନରେ ଆମ ଆଦମୀ ପାର୍ଟି ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ଉଭୟ ଦଳ ବସ୍ତି ଭୋଟକୁ ଫୋକସ୍ କରିଛନ୍ତି । ଦିଲ୍ଲୀରେ ପ୍ରାୟ ୭୫୦ଟି ବସ୍ତି ରହିଥିବା ବେଳେ ଏଠାରେ ୩୦ଲକ୍ଷରୁ ଅଧିକ…