Latest Odisha News

BREAKING NEWS

Browsing Category

ସାହିତ୍ୟ

ଲୋକାର୍ପିତ ହେଲା ‘ଦି ବିଗ୍ ବୁକ୍ ଅଫ୍ ଓଡ଼ିଆ ଲିଟରେଚର୍’

ଭୁବନେଶ୍ୱର : ଆନ୍ତର୍ଜାତୀୟ ପ୍ରକାଶନ ସଂସ୍ଥା ‘ପେନ୍‌ଗୁଇନ୍ ରାନ୍‌ଡମ୍ ହାଉସ୍’ ଦ୍ବାରା ପ୍ରକାଶିତ ତଥା ପ୍ରକାଶକ ମନୁ ଦାଶଙ୍କ ଦ୍ବାରା ସମ୍ପାଦିତ ‘ଦି ବିଗ୍ ବୁକ୍ ଅଫ୍ ଓଡ଼ିଆ ଲିଟରେଚର୍’ ଇଂରାଜୀ ଭାଷାରେ ଅନୂଦିତ ଏକ ସଙ୍କଳନ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଲୋକାର୍ପିତ ହୋଇଯାଇଛି। ଏହି…

କବିତା : ରଥ ଯାତରା

କୁଞ୍ଜବିହାରୀ ସାହୁ  ତିନି ରଥେ ତିନି ଦିଅଁ ବସିଛନ୍ତି ବଳିଆ, ସୁଭଦ୍ରା, ଜଗତନାଥ, ହରଷ ମନରେ ବୁଲି ବାହାରିଲେ ଦେଖିବା ପାଇଁକି ଗୁଣ୍ଡିଚାମାତ । ବାଜୁଅଛି ଘଣ୍ଟ, ଘଣ୍ଟା, କାହଳୀ ଯେ ଭେରି, ତୂରୀ, ଗିନି, ଖୋଳ ମୃଦଙ୍ଗ, ଶୁଭୁଛି ଭଜନ- କୀର୍ତ୍ତନ-ଜଣାଣ ଠାକୁର ହସନ୍ତି ହୋଇଣ…

କବିତା ନିରଂତର : ଏମିତି ହେଉ ଭାରତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ଏମିତି ହେଉ ଭାରତ ହାତକୁ ମିଳୁ ମନଲାଖି କାମ ପେଟକୁ ରୁଟି, ଭାତ ଏପରି ହେଉ ଭାରତ ଜୀବିକା ନଉକା ବାହିନେବା ପାଇଁ ନାଗରିକ ପାଉ କାତ ଏଭଳି ହେଉ ଭାରତ ଅଲୋଡ଼ା ତୁଚ୍ଛ ବେପାର କରି କେହି ନ ବଢ଼ାଉ ବିତ୍ତ…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୦)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ଫୁଲୁରୀ ଛାତିରୁ ଖସିଯାଇଥିବା ଶାଢ଼ୀକୁ ସଜାଡ଼ିଲା । ପୁଅ ଶୋଇଗଲାଣି ଏୟା ଭିତରେ । ପୁଅକୁ କାନ୍ଧରେ ପକାଇ ଉଠିଲା ଯିବାକୁ । ପଇସା ନେବାକୁ କୁନ୍ଥକୁନ୍ଥ ଫୁଲୁରୀର ହାତରେ ଜିଦ୍‌କରି ଗୁଞ୍ଜିଦେଲା ବାବୁ । ଫୁଲୁରୀ କହିଲା - ‘ତୁ ଖୁବ୍…

ସାହିତ୍ୟ ପତ୍ରିକା କାଦମ୍ବିନୀର ରୌପ୍ୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର : ମାସିକ ଓଡ଼ିଆ ପତ୍ରିକା କାଦମ୍ବିନୀର ରୌପ୍ୟ ଜୟନ୍ତୀ ସମାରୋହ ସ୍ଥାନୀୟ ଏକ ଘରୋଇ ହୋଟେଲରେ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଓଡ଼ିଆ ଭାଷାର ଏକ ସମୃଦ୍ଧ ଇତିହାସ ରହିଛି ବୋଲି…

କବିତା ନିରଂତର : ଗାଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ଫଳବତୀ ଗଛ, ପୁଣି ଜଳବତୀ ନଈ ଶସ୍ୟବତୀ ଖେତ, ଆଉ ଦୁଗ୍‌ଧବତୀ ଗାଈ କାହିଁ ? ଏଠି ମୋଟେ ଦିଶୁନାହିଁ, ଶଗଡ଼ର ଭଂଗା ଚକ ନାହିଁ କାହିଁ ଲୋକବାକ ଘର ବାଟ ଶୂନ୍‌ଶାନ୍‌ ପାହାଂତିଆ ଆଲୁଅରେ ସବୁଆଡ଼ ଖାଲି ଖାଁ ଖାଁ ଏ କି…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୯)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ମାଓଲି ବସିଥିଲା ତାଙ୍କ ବସ୍ତିର ଅଗଣା ଆଗରେ । ଆକାଶରେ କେତେ ଚଢ଼େଇ... । କେଇଟା କାଉ ତାଙ୍କ ଘର ଆଗ ଦେଇ ଟଣାଯାଇଥିବା ଟିଣର ଛପର ଉପରେ ବସି ବୋବୋଉ ଥିଲେ ଅତି କର୍କଷ ଭାବରେ । ଗାଲରେ ହାତଦେଇ କଣ୍ଢେଇ ସହ ଖେଳୁଛି ତା'ର ସାନ ଭଉଣୀ…

ଓଡ଼ିଶା ସାହିତ୍ୟ ଏକାଡେମୀ’ର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ସାରସ୍ୱତ ପ୍ରତିଯୋଗିତା

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ ବିଗତ ଛଅ ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଥିବା ଆମ ରାଜ୍ୟର ସର୍ବୋଚ୍ଚ ସାହିତ୍ୟ ଅନୁଷ୍ଠାନ 'ଓଡ଼ିଶା ସାହିତ୍ୟ ଏକାଡେମୀ'ର ସ୍ଵନକ୍ଷତ୍ର ଦିବସ ଆସନ୍ତା ଜୁଲାଇ ୨୫ ତାରିଖରେ…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୮)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ମନେ ପଡ଼ିଗଲା ସୀପ୍ରା! ଯେ କାନ୍ଦୁଥିଲା, ଭାଇ ହିଁ ତା'ର ଏକମାତ୍ର ପ୍ରାଣୀ ଯେ ତା'ର ଖୁବ୍ ନିବିଡ଼ ଥିଲା । କଥାକଥାକେ ଭାଇ । ସବୁ କଥା ଭାଇସହ ବାଣ୍ଟିପାରେ । ବଡ଼ ଆତୁର ଦିଶୁଥିଲା । କାନ୍ଦୁଥିବ.. ଖାଉନଥିବ ହୁଏତ... । ସେ ତାକୁ…

କବିତା ନିରଂତର : ଅଗଣିତ ନାଆଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ମନୁଷ୍ୟ, ଭୂଖଂଡ, ଈଶ୍ବରଂକୁ ସୁଦ୍ଧା ଦେଇ ଅଗଣିତ ନାଆଁ ପୂରା ପୃଥିବୀକୁ ଟିକିଟିକି କାଟି ଆମେ ଏତେ ହୀନମାନିଆ ନାଆଁକୁ ନେଇ ଚଳୁଛି କିମିଆ ଗାଆଁକୁ ନେଇ ଜଳୁଛି ନିଆଁ ବିଶ୍ବବାସୀ ସବୁ ଛାନିଆଁ ମାନିନେଉଁ ଏବେ…