Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସାର୍ଥକ ହେବ ଏ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୯  ଘରକୁ ବୋଲୁଁ ଏବେ ବିଶ୍ବ ଲାଗିବନାହିଁ ଆଉ ନିଃସ୍ବ ଏବେ ହୋଇଲେ ଅଂତର୍ମୁଖୀ ଚଳିବା ହୋଇ ଆପେ ସୁଖୀ ଛୋଟ କାମରୁ ମିଳେ ଖୁସି ଘରେ ରହିଲେ ଶୋଇ ବସି ହେବାକୁ ପଡ଼େନି ସନ୍ନ୍ୟାସୀ ଅଥବା ଅତି ଦୁଃସାହସୀ ଯେଉଁ ଭାଷାକୁ ଭଲ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୩ ସୁଲୋଚନା ବିନମ୍ର ଭାବରେ କହିଲେ, " କିନ୍ତୁ !! ମୁଁ ଏ ବିବାହ ପାଇଁ ଇଚ୍ଛୁକା ନୁହେଁ । ଦେବରାଜ ପ୍ରଥମେ ମୋ ନିକଟକୁ ଆସିଥିଲେ। ମୁଁ ତ ତାଙ୍କୁ ଅସ୍ବୀକାର କରି ସାରିଛି। " ସାମାନ୍ୟ କ୍ରୋଧ ପ୍ରକାଶ କରି ନାଗରାଜ…

କବିତା : ବନାନୀ

ପ୍ରିୟମ୍ବଦା ସାମଲ ଈଶ୍ଵରଙ୍କ ଦାନ ଏ ବିଶ୍ଵ ଭୁବନ ବନାନୀ ଅଟଇ ସାର ନିଃଶବ୍ଦ ନିର୍ଜନେ ଝରଇ ଝରଣା ଗାଇ ସୁମଧୁର ସ୍ୱର। ଫୁଲ ଫଳ ଭରା ସବୁଜ ବନାନୀ ସୌମ୍ୟ ଶାନ୍ତ ତାର ରୂପ ସୁଗନ୍ଧରେ ଭରା ଶୋଭାର ଭଣ୍ଡାର ସୌନ୍ଦର୍ଯ୍ୟ ତା ଅପରୂପ। ପକ୍ଷୀର କାକଳୀ ମନ ନିଏ କିଣି ଜୀବଜନ୍ତୁ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୨  ସୁଲୋଚନାଙ୍କର ରୂପଲାବଣ୍ୟରେ ମୋହିତ ହୋଇ ଇନ୍ଦ୍ର ଦେବଲୋକରୁ ନାଗଲୋକ ଆସି ପହଞ୍ଚିଛନ୍ତି। ସୁନ୍ଦରୀ ନାରୀ ପ୍ରତି ଅହେତୁକ ଦୁର୍ବଳତା ଦେବରାଜଙ୍କର। ପ୍ରଥମେ ସେ ସୁଲୋଚନାଙ୍କ ନିକଟରେ ପ୍ରେମ ଭିକ୍ଷା କରିଥିଲେ। ତାଙ୍କୁ…

ଭାଷା ଭାଗବତ : ଭବିଷ୍ୟତ ଚିଂତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୮  ସର୍ବେ ସମ୍ମତ ହେବା ପାଇଁ ଆଉ ଅଟକି ହେବନାହିଁ ସଭିଏଁ ହେବେ ମୁକ୍ତମନା ଏହା ତ କେବଳ କଳ୍ପନା ବ୍ୟକ୍ତି ମାନିଲେ ନିଜ ନୀତି ସ୍ବଭାଷା କରିବ ଉନ୍ନତି ଅଯଥା କରିଲେ ପ୍ରତୀକ୍ଷା କରିହେବନି ଭାଷାରକ୍ଷା ଜଣେ ବୁଝିଲେ, ବୁଝେ…

ସାହିତ୍ୟକୁ ଋଦ୍ଧିମନ୍ତ ଓ ପ୍ରାଣବନ୍ତ କରିବା ପାଇଁ କବିତା ଏକ ବଳିଷ୍ଠ ମାଧ୍ୟମ : ଗୋବିନ୍ଦ ଚନ୍ଦ୍ର ଦାଶ

ବୃତ୍ତିରେ ଅଧ୍ୟାପକ କିନ୍ତୁ ଆଧ୍ୟାତ୍ମକତା ତାଙ୍କ ଚେତନାର କ୍ଷେତ୍ର ଓ ସର୍ଜନାର ପୃଷ୍ଠଭୂମି । ସେ ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ…

ଭାଷା ଭାଗବତ : ବ୍ୟକ୍ତିଗତ ସ୍ଥିତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୭ ଏବେ ସଭାକୁ ଯିବା ପାଇଁ ଆଗ୍ରହ ଅବା ବଳ ନାହିଁ ତେଣୁ ଘରକୋଣରେ ବସି ପଢ଼ି ଲେଖି ପାଉଛିଁ ଖୁସି ଦେଖି କବିଂକ ସକ୍ରିୟତା ମନରେ ଦୃଢ଼ ହୁଏ ଆସ୍ଥା ଚାଲିବ ସାହିତ୍ୟର ଧାରା ସତରେ ହୋଇବ ଅସରା ଲେଖୁଛିଁ ଭାଷା ଭାଗବତ ପ୍ରଫୁଲ୍ଲ…

ଅନୁବାଦ ଗଳ୍ପ : ପାକିସ୍ତାନ ଜିନ୍ଦାବାଦ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୭ ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗ୍‌ଗଲ  ତା’ର ଅସଲ ନାଁ ରାମ ରାକ୍ଷୀ । କିନ୍ତୁ ଏବେ ତା ନାଁ ବଦଳେଇ ଦିଆଯାଇଥିଲା ଆଲ୍ଲା ରାକ୍ଷୀ । ତେବେ ଏଭଳି ନାମ ପରିବର୍ତ୍ତନ ପୂର୍ବରୁ ଓ ପରେ ସମସ୍ତେ ତାକୁ କେବଳ ‘ରାକ୍ଷୀ’ ନାଁରେ ହିଁ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ 'ସୁଲୋଚନା' ଭାଗ : ୧ ପବିତ୍ର କୈଳାସ ପର୍ବତ। ମହାଯୋଗୀ ଶିବ ଶଙ୍କର ଧ୍ୟାନସ୍ଥ। ନନ୍ଦୀ ଓ ଭୃଙ୍ଗୀ ନିକଟରେ ଅପେକ୍ଷାରତ। କେତେବେଳେ ଧ୍ୟାନ ଭଗ୍ନ ହେବେ ଏବଂ ପ୍ରଭୁ ତାଙ୍କୁ ଖୋଜିବେ ! ଗଭୀର ଚିନ୍ତାମଗ୍ନା ମାତା ପାର୍ବତୀ ଅସ୍ଥିର ଭାବରେ ପଦଚାରଣ…

କବିତା : ଥୁକୁଲ

ସ୍ମୃତି ରଞ୍ଜନ ତ୍ରିପାଠୀ  ଶବ୍ଦସବୁ ଏମିତି ବଦରାଗି ମଝିରେ ମଝିରେ ଲୟ ହରେଇଲେ ମୁଁ ଝୁଣ୍ଟେ ତା' ମିଠା ତାଗିଦରେ ଆହୁରି ନିବିଡ, ସଶକ୍ତ କରାଏ ତା' ଖୁସି ପାଇଁ କେତେ ପ୍ରଯତ୍ନରେ ଗଢେ ଭାବର କୁଟୁମ୍ବ, ସଜେଇହୁଏ କୁହୁକ ବୀଣା ଛାଏଁ ଛାଏଁ ଖଞ୍ଜିହେଇଯାଏ ଅଳଙ୍କାର ଯାହାକୁ ନେଇ…