Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Sunita Williams: ବିଦାୟ ନେଲେ ମହାକାଶର ‘ରାଜକୁମାରୀ’

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ ଜଗତରୁ ଆସିଛି ଏକ ବଡ଼ ଖବର। ଦୀର୍ଘ ୨୭ ବର୍ଷର ସେବା ପରେ ନାସାର ପ୍ରସିଦ୍ଧ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଅବସର ଗ୍ରହଣ କରିଛନ୍ତି। ମହାକାଶରେ ଅନେକ ଅସାଧାରଣ ରେକର୍ଡର ଅଧିକାରିଣୀ ସୁନୀତାଙ୍କ ଏହି ଯାତ୍ରା କେବଳ ନାସା ପାଇଁ ନୁହେଁ, ବରଂ…

ଅଦାଲତ ଅବମାନନା ଅଭିଯୋଗରେ ଉଷା ପାଢ଼ୀଙ୍କୁ ହାଇକୋର୍ଟଙ୍କ ହାଜିରା ନିର୍ଦ୍ଦେଶ

କଟକ: ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଦାଲତ ଅବମାନନା ଅଭିଯୋଗରେ ସଚିବ ଉଷା ପାଢ଼ୀଙ୍କ ସମେତ ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ବାଇଁ, ଟାଉନ ପ୍ଲାନିଂ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ସୁଶାନ୍ତ ମିଶ୍ର, କଟକ ଜିଲ୍ଲାପାଳ…

ପୁଣି ୩ ଶହ କୁକୁରଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା

ହାଇଦ୍ରାବାଦ: ତେଲେଙ୍ଗାନାରେ ଆଉ ୩ ଶହ କୁକୁରଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା। ଜଗତିଆଲ ଜିଲ୍ଲାରେ ବଡ଼ ଗାତ ତଳୁ ମିଳିଲା ୩ ଶହ କୁକୁରଙ୍କ ମୃତଦେହ। ଗାଁ ସରପଞ୍ଚଙ୍କ ନିର୍ଦ୍ଦେଶରେ କୁକୁରଙ୍କୁ ମରାଯାଇଥିବା ଅଭିଯୋଗ ହୋଇଛି। ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ସରପଞ୍ଚଙ୍କ ନିର୍ଦ୍ଦେଶରେ…

NonVeg Sales: ଗଣତନ୍ତ୍ର ଦିବସରେ ଆମିଷ ଖାଇବା ନିଷେଧ

କୋରାପୁଟ: ଗଣତନ୍ତ୍ର ଦିବସରେ ଆମିଷ ଖାଇବା ନିଷେଧ। କୋରାପୁଟ ଜିଲ୍ଲାରେ ଜାନୁଆରୀ ୨୬ରେ ଆମିଷ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ। ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ। ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା…

Gaurav Samman: ଶୁଭାଂଶୁ ଶୁକ୍ଲାଙ୍କୁ ମିଳିବ ଉତ୍ତରପ୍ରଦେଶ ଗୌରବ ସମ୍ମାନ, ଦିଆଯିବ ୧୧ ଲକ୍ଷ ନଗଦ ପୁରସ୍କାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଦିବସ ଅବସରରେ ରାଜ୍ୟର ପାଞ୍ଚ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଉତ୍ତରପ୍ରଦେଶ ଗୌରବ ସମ୍ମାନ ମିଳିବ। ମହାକାଶଚାରୀ ଶୁଭାଂଶୁ ଶୁକ୍ଲା, ଅଲାଖ ପାଣ୍ଡେ, ଡକ୍ଟର ହରିଓମ ପନୱାର, ରଶ୍ମି ଆର୍ଯ୍ୟ ଏବଂ ଡକ୍ଟର ସୁଧାଂଶୁ ସିଂହଙ୍କ ସହିତ, ୟୁପି ଗୌରବ ସମ୍ମାନରେ ସମ୍ମାନିତ କରାଯିବ।…

Weather Update: ରାଜ୍ୟରେ ବଢୁଛି ପାରଦ, କମୁଛି ଶୀତ: ୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା

ଭୁବନେଶ୍ୱର: ପୁଣି ଫେରିଲା ଘନ କୁହୁଡ଼ି । କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଲା ଘନ କୁହୁଡି । କିନ୍ତୁ ଆସନ୍ତା ୨୭ ତାରିଖରୁ ରାଜ୍ୟରେ ଶୀତ କମିପାରେ। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିବା ସହ ଶୀତ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। କିନ୍ତୁ ଆସନ୍ତା ଦୁଇ…

Suicide Blast: ବିବାହ ଉତ୍ସବରେ ଆତ୍ମଘାତୀ ବିସ୍ଫୋରଣ: ଆତଙ୍କବାଦୀ ନୁର ଆଲାମଙ୍କ ସମେତ ୫ ମୃତ

ଇସଲାମାବାଦ: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଡେରା ଇସମାଇଲ ଖାନ ସହରରୁ ଏକ ଅଭାବନୀୟ ଏବଂ ହିଂସାତ୍ମକ ଘଟଣା ସାମ୍ନାକୁ ଆସିଛି। ବିବାହ ଉତ୍ସବ ଚାଲିଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଆତ୍ମଘାତୀ ବିସ୍ଫୋରଣରେ ୫ ମୃତ ଓ ୧୦ ଗୁରୁତର ହୋଇଛନ୍ତି। ବିସ୍ଫୋରଣରେ ଘର ଛାତ…

ରାଜଧାନୀରେ ବୁଲିଲା ଖଣ୍ଡା, ଫ୍ଲାଗ ମାର୍ଚ୍ଚ କରୁଛି ପୋଲିସ

ଭୁବନେଶ୍ବର: ରାଜଧାନୀରେ ବଢିଚାଲିଛି ଆତଙ୍କରାଜ୍। ମୁହଁରେ ମାସ୍କ, ହାତରେ ମାରଣାସ୍ତ୍ର ଧରି ସର୍ବ ସମ୍ମୁଖରେ କରାଯାଉଛି ଆକ୍ରମଣ। ଗତକାଲି ରାତିରେ ହେଲା ହଣାକଟା। ଗୋଷ୍ଠୀ ସଂଘର୍ଷରେ ୨ ଯୁବକ ଗୁରୁତର। ଲାଇଟ ମରାକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ରାସ୍ତାରେ…

Naxals Killed: ସରଣ୍ଡାରେ ଜଙ୍ଗଲରେ ଜୋରଦାର ସର୍ଚ୍ଚ ଅପରେସନ୍‌: ଟଳିଲେ ୧୭ ନକ୍ସଲ

ରାଉରକେଲା: ସରଣ୍ଡା ଜଙ୍ଗଲରୁ ସମସ୍ତ ନକ୍ସଲଙ୍କୁ ସଫା କରିବାକୁ ଜୋରଦାର ହୋଇଛି ସର୍ଚ୍ଚ ଅପରେସନ୍‌। ନିୟୋଜିତ ହୋଇଛନ୍ତି ସିଆରପିଏଫ୍‌, ଝାରଖଣ୍ଡ ଜାଗୁଆର, କୋବ୍ରା ବାହିନୀ ଓ ସ୍ଥାନୀୟ ପୁଲିସ। ଦୁଇଦିନ ହେଲା ସରଣ୍ଡା ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି। ଗୁରୁବାର ସୁରକ୍ଷା କର୍ମୀଙ୍କ…

ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ‘ସଡ଼କ ସୁରକ୍ଷା ସଚେତନତା ମାସ’ ଆରମ୍ଭ

ଭୁବନେଶ୍ୱର: ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ‘ସଡ଼କ ସୁରକ୍ଷା ସଚେତନତା ମାସ’ ଆରମ୍ଭ ହୋଇଛି। ଏହି ଅବସରରେ ଜାନୁଆରୀ ୨୩, ୨୦୨୬ ତାରିଖରେ ଭୁବନେଶ୍ୱର ପ୍ରେସ୍ କ୍ଲବ୍‌ରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ଡାକ୍ତର, ପ୍ରଶାସନିକ…