Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଦେଶରେ ପାକିସ୍ତାନ ଓ ଆତଙ୍କବାଦ ବିରୋଧୀ ବାର୍ତ୍ତା ପହଞ୍ଚାଇ ସ୍ୱଦେଶ ଫେରିଲେ ଅପରାଜିତା

ଭୁବନେଶ୍ୱର: ବିଦେଶରେ ପାକିସ୍ତାନ ଓ ଆତଙ୍କବାଦ ବିରୋଧୀ ବାର୍ତ୍ତା ପହଞ୍ଚାଇ ସ୍ୱଦେଶ ଫେରିଲେ ଅପରାଜିତା। ଭୁବନେଶ୍ୱରରେ ସାଂସଦଙ୍କୁ ଦିଆଗଲା ସମ୍ୱର୍ଦ୍ଧନା। ଅପରେସନ ସିନ୍ଦୂରର ସଫଳତା ଗାଥା ଏବଂ ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇ ଲାଗି ସମର୍ଥନ ଗୋଟାଇବାକୁ ବିଦେଶ ଗସ୍ତରେ ଯାଇଥିବା…

ବିଜାପୁର ନ୍ୟାସନାଲ୍‌ ପାର୍କ ଅଞ୍ଚଳରୁ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର

ଛତିଶଗଡ଼:ଛତିଶଗଡ଼ ବିଜାପୁର ଜିଲ୍ଲାରେ ଜାରି ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବଳ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ବିଜାପୁର ନ୍ୟାସନାଲ୍ ପାର୍କ ଅଞ୍ଚଳରୁ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ୫, ୬, ୭ ତାରିଖ ସର୍ଚ୍ଚ ଅପରେସନ୍ ଓ ଏନକାଉଣ୍ଟରରେ ଟଳିଥିଲେ। ବସ୍ତର ପୁଲିସ ଆଇଜି…

ଆଗାମୀ ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମକ୍‌ଡ୍ରିଲ୍

ପୁରୀ: ଆଗାମୀ ସ୍ନାନଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଆରମ୍ଭ ହୋଇଛି ମକଡ୍ରିଲ। ଆଜି ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟର ମକଡ୍ରିଲ୍ କରାଯାଇଛି। ଟାଉନ୍ ଥାନା ପରିସରର ସମନ୍ଵିତ ନିୟନ୍ତ୍ରଣ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ…

ଫୁଲବାଣୀ ମେଡିକାଲ କଲେଜ ସହ ୧୦ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ଠାରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଶୁଭ ଉଦ୍‍ଘାଟନ କରିଛନ୍ତି। ଏଥିସହ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ…

ଘର ଭିତରେ ବିସ୍ଫୋରଣ ଘଟି ମହିଳା ମୃତ, ଶିଶୁ ଆହତ

ଖୋର୍ଦ୍ଧା: ଘର ଭିତରେ ବିସ୍ଫୋରଣ ଘଟି ମହିଳା ମୃତ, ଶିଶୁ ଆହତ। ବୋଲଗଡ଼ ଥାନା ଖଙ୍ଗୁରିଆ ପଞ୍ଚାୟତ ଇଚ୍ଛାପୁର ଗାଁରେ ଘଟିଛି ଏଭଳି ଅଘଟଣ। ଆହତ ଶିଶୁ ବୋଲଗଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇଛି। ବିସ୍ଫୋରଣର କାରଣ ଜଣାପଡ଼ି ନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।…

ଦୁର୍ନୀତି…କେତେ ବାଟ ଗଲା ତଦନ୍ତ?

ଭୁବନେଶ୍ବର: ୨୦୨୪ ନିର୍ବାଚନ ବେଳେ ବିଜେପିର ଅନ୍ୟ ଏକ ବଡ଼ ପ୍ରସଙ୍ଗ ଥିଲା ଦୁର୍ନୀତି । ପୂର୍ବ ବିଜେଡି ସରକାର ନାଁରେ ଦୁର୍ନୀତି ଅଭିଯୋଗ ଆଣି ଲଗାତର ଟାର୍ଗେଟ୍ କରିଥିଲେ ବିଜେପି ନେତା । ନିର୍ବାଚନୀ ରାଲିରେ ବର୍ଷିଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ନେତା । ଆଶା କରାଯାଉଥିଲା, ସରକାରକୁ ଆସିବା…

ଅପରେସନ ସିନ୍ଦୂରକୁ ମାସେ, ପାକିସ୍ତାନକୁ ଚିରସ୍ଥାୟୀ ଭାବେ କରିବ ଭୟଭୀତ

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରକୁ ମାସେ । ମେ’ ମାସ ଠିକ୍ ଆଜିର ଦିନରେ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା ଭାରତୀୟ ସେନା । ମେ ୬ ତାରିଖ ରାତିରେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେଇଥିଲା ଭାରତ। ପାକିସ୍ତାନର ଆତଙ୍କବାଦୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଭାରତ କରିଥିଲା…

ଏଲନ ମସ୍କଙ୍କୁ ଋଷର ବମ୍ପର ଅଫର !

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କ ମୁହାଁମୁହିଁ । ଉଭୟଙ୍କ ମଧ୍ୟରେ ଚାଲିଥିବା ବୟାନ ଯୁଦ୍ଧ ଧୀରେ ଧୀରେ ରାଜନୈତିକ ଟକ୍କରରେ ବଦଳିବାରେ ଲାଗିଛି । ଏହି ସମୟରେ ମସ୍କଙ୍କୁ ବମ୍ପର ଅଫର ଦେଇଛନ୍ତି ଋଷର ବରିଷ୍ଠ ସାଂସଦ । ଋଷର ଅନ୍ତର୍ଜାତୀୟ ମାମଲା…

ବର୍ଷେ ପରେ ଏଇଠି ଓଡିଆ ଅସ୍ମିତା?

ଭୁବନେଶ୍ବର: ବର୍ଷେ ତଳେ ଐତିହାସିକ ରାୟ ଦେଇଥିଲା ଓଡିଶା। ଓଡିଆ ଅସ୍ମିତାର ନାରା ଲଗାଇଥିଲେ ବିଜେପି ନେତା, ତ ମନଖୋଲି ସମର୍ଥନ ଅଜାଡିଥିଲେ ଜନତା। ୨୦୨୪ ନିର୍ବାଚନରେ ଖୁବ୍ ଚର୍ଚ୍ଚାରେ ଥିଲା ଓଡିଆ ଅସ୍ମିତା। କହିବାକ ଗଲେ, ପୂରା ନିର୍ବାଚନରେ ପାଲଟିଥିଲା ଗେମଚେଞ୍ଜର। ଓଡିଆ ସ୍ବାଭିମାନ…

୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ ଗିରଫ; ବିଶାଖାପାଟଣା ଫେରାର ବେଳେ ଧରିଲା ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ବନ୍ଧୁତା ସ୍ଥାପନ କରି ବିଶ୍ୱାସ ଜନ୍ମାଇ ଯୁବକ ଜଣଙ୍କ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।୪ ଅଭିଯୁକ୍ତମାନେ ବିଶାଖାପାଟଣା ଫେରାର…