Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାଲୁକାଶିଳ୍ପୀ ମାନସ ସାହୁଙ୍କ ବାଲୁକା ଆନିମେସନ୍‌ରେ ନାନା ପାଟେକରଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ତଥା ସ୍ୟାଣ୍ଡ ଆନିମେଟର ମାନସ କୁମାର ସାହୁ ଭାରତୀୟ ସିନେମାର ମହାନ ଅଭିନେତା ନାନା ପାଟେକରଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ଜଣାଇ ଏକ ସ୍ୱତନ୍ତ୍ର ବାଲୁକା ଆନିମେସନ୍ ପ୍ରସ୍ତୁତ କରିଛନ୍ତି। ପୁରୀସ୍ଥିତ ନିଜ ଷ୍ଟୁଡିଓରେ ମାନସ ସାହୁ ଏହି…

ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ (Joint Secretary to CM) ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ (OAS) ଅଧିକାରୀ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛି । ତାଙ୍କୁ ରାଜ୍ୟ ସରକାର ଭୁବନେଶ୍ୱରସ୍ଥିତ ROTI (Madhusudan Das Regional Academy of Financial Management /…

ସାଉଦି ବିମାନବନ୍ଦର ଉପରେ ହୁତି ଆକ୍ରମଣ: ୩ ମୃତ, ୩୬ ଆହତ

ରିୟାଦ: ସାଉଦି ଆରବର ଦୁଇଟି ପ୍ରମୁଖ ବିମାନବନ୍ଦର ଉପରେ ହୋଇଥିବା ଭୟଙ୍କର ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜଧାନୀ ରିୟାଦସ୍ଥିତ ‘ କିଙ୍ଗ ଖାଲିଦ୍ ଆନ୍ତର୍ଜାତୀୟ ବିମାନବନ୍ଦର’ ଏବଂ ‘ଆଭା ଆନ୍ତର୍ଜାତୀୟ ବିମାନବନ୍ଦର’କୁ ଲକ୍ଷ୍ୟ କରି ୟେମେନର…

ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ, କଂଗ୍ରେସର ରେଳରୋକ୍

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଗୁରୁବାର ଦିନ ଡକାଯାଇଥିବା ୧୨ ଘଣ୍ଟିଆ 'ଓଡ଼ିଶା ବନ୍ଦ' ଯୋଗୁଁ ରାଜଧାନୀ ଭୁବନେଶ୍ୱରରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବନ୍ଦକୁ 'ଇଣ୍ଡିଆ' (INDIA) ମେଣ୍ଟର ଅନ୍ୟ ଦଳଗୁଡ଼ିକ ମଧ୍ୟ ସମର୍ଥନ ଜଣାଇଥିଲେ। ତେବେ ୪ ଦଫା ଦାବି ନେଇ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ…

ଆରପାରିରେ ବଲିଉଡ ଭେଟେରାନ ଅଭିନେତା ନାନା ପାଟେକର; ୭୫ ବର୍ଷରେ ଗୋଆରେ…

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ମିଡ଼ିଆ ସୂଚନା ଅନୁଯାୟୀ, ନାନା ପାଟେକରଙ୍କୁ ତାଙ୍କ ଗୋଆ ଘରେ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ…

ଆଫଗାନିସ୍ତାନରେ ତାଲିବାନର ନିଷ୍ଠୁରତା: ୬୫ରୁ ଅଧିକ ବାଦ୍ୟଯନ୍ତ୍ର ପୋଡ଼ିଲେ ତାଲିବାନ୍

କାବୁଲ: ଉତ୍ତର ଆଫଗାନିସ୍ତାନର ଜୋଜଜାନ ପ୍ରଦେଶରେ ତାଲିବାନ ପ୍ରଶାସନ ପୁଣିଥରେ ନିଜର କଠୋର ନିୟମ ଜାହିର କରିଛି। ସଙ୍ଗୀତ ଓ ମନୋରଞ୍ଜନ ଉପରେ କଟକଣା ଲଗାଇବା ଅଭିଯାନର ଭାଗ ସ୍ୱରୂପ ସେଠାକାର ନୈତିକତା ମନ୍ତ୍ରଣାଳୟର ଅଧିକାରୀମାନେ ଜବତ ହୋଇଥିବା ୬୫ରୁ ଅଧିକ ବାଦ୍ୟଯନ୍ତ୍ରକୁ ନିଆଁ ଲଗାଇ ପୋଡ଼ି…

କାଠଯୋଡ଼ି ପଠାରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ;ପରିଚୟ ଅସ୍ପଷ୍ଟ,ହତ୍ୟା ସନ୍ଦେହ

କଟକ: କାଠଯୋଡ଼ି ପଠାରେ ଜଣେ ଯୁବତୀଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର । କଟକ ସିଟି କଲେଜ ସାମନା କାଠଯୋଡ଼ୀ ନଦୀପଠାରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ମହିଳାଙ୍କ ମୁହଁ ଓ ମୁଣ୍ଡକୁ ଇଟାରେ ଛେଚିଛେଚି ହତ୍ୟା କରିଛନ୍ତି। ଏହା ସହିତ ମହିଳାଙ୍କ ମୁଣ୍ଡରେ…

NSA-level India-Canada Security Dialogue:ଭାରତ-କାନାଡ଼ା NSAସ୍ତରୀୟ ସୁରକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ:କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ବରିଷ୍ଠ ପରାମର୍ଶଦାତା ଡେଭିଡ୍ ମୋରିସନ୍ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକ ସମୟରେ CEPA (Comprehensive Economic Partnership Agreement) ଏବଂ…

PM Modi meets LK Advani:ଆଡଭାନୀଙ୍କ ଆଶୀର୍ବାଦ ଲୋଡ଼ିଲେ ପିଏମ୍ ମୋଦୀ;କହିଲେ- ଦେଶ ପାଇଁ ତାଙ୍କର ଅବଦାନ…

ନୂଆଦିଲ୍ଲୀ: ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ଣ୍ଣ ହୋଇଛି। ନରେନ୍ଦ୍ର ମୋଦୀ ୧୩ ବର୍ଷ ଧରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ; ଏହି ପଦବୀରେ ଥିବା ସମୟରେ ହିଁ ସେ ୨୦୧୪ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ବର୍ତ୍ତମାନ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ନାଗରିକଙ୍କ ପାଇଁ ସରକାର ଗଠନ କଲେ କମିଶନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡ଼ିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଏବଂ ସେହି ସବୁ…