Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହ୍ୱାଇଟ୍ ହାଉସ୍ ଗୁଳିକାଣ୍ଡ ପରେ କାର୍ଯ୍ୟାନୁଷ୍ଠାନ, ଆଫଗାନ ନାଗରିକଙ୍କୁ ଭିସା ଦେବ ନାହିଁ ଆମେରିକା

ୱାଶିଂଟନ: ବୁଧବାର ଦିନ ଆମେରିକାର ହ୍ୱାଇଟ୍ ହାଉସ୍ ନିକଟରେ ଦୁଇଜଣ ନ୍ୟାସନାଲ୍ ଗାର୍ଡସ କର୍ମଚାରୀଙ୍କୁ ଟାର୍ଗେଟ କରି ଗୁଳି କରାଯାଇଥିଲା। ଏଥିରେ ଜଣେ ପ୍ରାଣ ହରାଇଥିଲେ ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଗୁଳିକାଣ୍ଡର ସନ୍ଦିଗ୍ଧ ବ୍ୟକ୍ତି ଜଣେ ଆଫଗାନିସ୍ତାନ ନାଗରିକ। ଏହା ପରେ,…

ଭୁଶୁଡ଼ୁଛି ମାଓଗଡ଼: ମହାରାଷ୍ଟ୍ରରେ ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ

ମୁମ୍ବାଇ: ଭୁଶୁଡ଼ୁଛି ମାଓଗଡ଼। ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ। IMMC ପ୍ରବକ୍ତା ଅନନ୍ତ ଓରଫ ବିକାଶ ନାଗପୁର ସମେତ ୧୫ ହାର୍ଡକୋର୍ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଗଡ଼ଚିରୋଲି ଜିଲ୍ଲା ଗୋଁଦିଆ ପୋଲିସ ଆଗରେ ଏମାନେ ଆତ୍ମ ସମର୍ପଣ କରିଛନ୍ତି।…

Top Court on Dowry: ‘ଯୌତୁକ ପ୍ରଥା ଯୋଗୁଁ ବାଣିଜ୍ୟିକ କାରବାର ପାଲଟିଛି ବିବାହ’, ଚିନ୍ତା ପ୍ରକଟ କଲେ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି ଯେ ବିବାହ ଏକ ପବିତ୍ର ଏବଂ ମହାନ ପ୍ରତିଷ୍ଠାନ, ଯାହା ପାରସ୍ପରିକ ବିଶ୍ୱାସ, ସାହଚର୍ଯ୍ୟ ଏବଂ ସମ୍ମାନ ଉପରେ ଆଧାରିତ, କିନ୍ତୁ ଯୌତୁକର ଦୁଷ୍ଟତା ଯୋଗୁଁ, ଏହି ପବିତ୍ର ବନ୍ଧନ ଦୁର୍ଭାଗ୍ୟବଶତଃ ଏକ ବାଣିଜ୍ୟିକ କାରବାର ପାଲଟିଛି। ବିଚାରପତି…

ସରକାରଙ୍କୁ ନବୀନଙ୍କ ଟାର୍ଗେଟ: କହିଲେ, ଅତିରିକ୍ତ ବଜେଟ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ କରୁଛି

ଭୁବନେଶ୍ୱର: ବିଧାନସଭାରେ ଗତକାଲି ଉପସ୍ଥାପିତ ହୋଇଥିବା ଅତିରିକ୍ତ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ସୋସିଆଲ ମିଡିଆ ଏକ୍ସରେ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ବିଜେପି ସରକାର ବିଧାନସଭାରେ ଆଗତ କରିଥିବା ଅତିରିକ୍ତ ବଜେଟ ଓଡ଼ିଶାବାସୀଙ୍କ…

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ: ପିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

କନ୍ଧମାଳ: ଭିଜିଲାନ୍ସ ଜାଲରେ ପିଇଓ । ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ପିଇଓ ଗିରଫ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୋଇରୀମାଣ୍ଡୁ ପିଇଓ ବିନାୟକ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତ ଫେବୃଆରୀରେ ବିନାୟକ ରାଜ୍ୟ ଅର୍ଥ କମିଶନ ଯୋଜନା ଅନୁଦାନରୁ ୧୨ ଲକ୍ଷ ୮୭ ହଜାର…

ବିଧାନସଭା ଶୀତ ଅଧିବେଶନ: ବିଜେଡିର ମୁଲତବୀ ନୋଟିସ୍‌

ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ। ଗତକାଲି ଉଠିଥିଲା ଧାନମଣ୍ଡି ଓ ନାରି ନିର୍ଯାତନା ପ୍ରସଙ୍ଗ। ବିଧାନସଭା ଶୀତ ଅଧିବେଶନ ତୃତୀୟ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ରହିଛି। ମହିଳା ଓ ଶିଶୁ ବିକାଶ ବିଭାଗ ଉପରେ ଚାଲିଛି ପ୍ରଶ୍ନୋତ୍ତର। ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି…

ଆମେ ଖୁବଶୀଘ୍ର ସିନ୍ଦେ ସାହେବଙ୍କୁ ରାଜ୍ୟ ନେତୃତ୍ୱ ନେଉଥିବାର ଦେଖିବୁ: ଶିବସେନା ବିଧାୟକଙ୍କ ଦାବି

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜ୍ୟ ମନ୍ତ୍ରୀ ତଥା ଶିବସେନା ନେତା ଦାଦା ଭୁସେଙ୍କ ଏକ ବୟାନ ଏବେ ନୂଆ ବିତର୍କ ସୃଷ୍ଟି କରିଛି। ଭୁସେ ଦାବି କରିଛନ୍ତି ଯେ ଜନସାଧାରଣ ପୁଣି ଥରେ ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର ନେତୃତ୍ୱ ନେଉଥିବାର ଦେଖିବେ। ସ୍ଥାନୀୟ…

Cyclone Ditwah: ଧିରେ ଧିରେ ନିକଟତର ହେଉଛି ‘ଡିଟୱା’, ଏହିଠାରେ ମଚାଇବ ତାଣ୍ଡବ…ସ୍କୁଲ ବନ୍ଦ୍,…

ନୂଆଦିଲ୍ଲୀ: ତାମିଲନାଡୁ ଉପକୂଳ ଆଡକୁ ଆସୁଥିବା ଘୂର୍ଣ୍ଣିଝଡ଼ ଡିଟୱା ପ୍ରବଳ ବର୍ଷା ଆଣିପାରେ ବୋଲି ଆଶା କରାଯାଉଛି। ତାମିଲନାଡୁ ସରକାର ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏପରି ଘୂର୍ଣ୍ଣିଝଡ଼ର ମୁକାବିଲା କରିବା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ପାଣିପାଗ ବିଭାଗ ନଭେମ୍ବର ୨୯ ରୁ ୩୦…

Maoists Surrender: ମାଓନେତା ଅନନ୍ତଙ୍କ ଚିଠି, ନୂଆ ବର୍ଷରେ ଅସ୍ତ୍ର ଛାଡିବେ ଶତାଧିକ ନକ୍ସଲ

ରାୟପୁର: ମଧ୍ୟପ୍ରଦେଶ-ମହାରାଷ୍ଟ୍ର-ଛତିଶଗଡ ସ୍ପେଶାଲ ଜୋନାଲ କମିଟି (ଏମ୍‌ଏମ୍‌ସି) ନକ୍ସଲ ସଙ୍ଗଠନର ଶତାଧିକ ମାଓବାଦୀ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏମ୍‌ଏମ୍‌ସି ମୁଖପାତ୍ର ତଥା ମାଓନେତା ଅନନ୍ତଙ୍କ ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ସେଥିରେ ସେ…

କ୍ଷମତା ସଂଘର୍ଷର ହେବ କି ଅନ୍ତ? ଆଜି ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆସନ ନେଇ କଳି ତୀବ୍ର ହୋଇଛି । ବେଙ୍ଗାଲୁରୁରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ କଳ୍ପନାଜଳ୍ପନା ଜୋର ଧରିଛି। ଶାସକ କଂଗ୍ରେସ ଦଳ ଏହି ବିବାଦକୁ ଯଥାଶୀଘ୍ର ସମାଧାନ କରିବାକୁ ଚାହୁଁଛି। ଦଳୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ ପରେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା…