Latest Odisha News

BREAKING NEWS

କରୋନା ସଂକ୍ରମଣ ଏବଂ ମୃତ୍ୟୁର ବିପଦ ପୁରୁଷଙ୍କଠାରେ ଅଧିକ କାହିଁକି?

ନୂଆଦିଲ୍ଲୀ: ପୂର୍ବ ତଥ୍ୟ ଅନୁଯାୟୀ ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରେ କରୋନା ସଂକ୍ରମିତ ହେବାର ଅଧିକ ବିପଦ ରହିଛି। ପୁରୁଷମାନେ ଅଧିକ ଆକ୍ରାନ୍ତ ହେବା ସହିତ ବହୁ ସଂଖ୍ୟାରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି।

BjdElectrycity

ପୂର୍ବ ଅନୁସନ୍ଧାନକୁ ସମର୍ଥନ କରି, ମିସୌରୀର ସେଣ୍ଟ୍ ଲୁଇସ୍ ସ୍ଥିତ ୱାଶିଂଟନ୍ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍‌ର ଅନୁସନ୍ଧାନକାରୀଙ୍କ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନ ସୂଚାଇ ଦେଇଛି ଯେ ପୁରୁଷଙ୍କ ମଧ୍ୟରେ ରୋଗର ତୀବ୍ରତା ପାଇଁ କମ୍ ଟେଷ୍ଟୋଷ୍ଟେରନ୍ ସ୍ତର ଦାୟୀ ହୋଇପାରେ। ଏହା ପୁରୁଷମାନଙ୍କର ଏକ ପ୍ରକାରର ହରମୋନ ହୋଇଥାଏ।

ମଙ୍ଗଳବାର ଦିନ ଜାମା ନେଟୱାର୍କ ଓପନ୍ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି।

ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ କୋଭିଡ-୧୯ ରୋଗର ଗମ୍ଭୀରତା ଏବଂ ପୁରୁଷମାନଙ୍କ ମଧ୍ୟରେ ଟେଷ୍ଟୋଷ୍ଟେରନର ନିମ୍ନ ସ୍ତର ମଧ୍ୟରେ ଏକ ସଂଯୋଗ ସ୍ଥାପନ କରିଥିଲେ।

ଅନୁସନ୍ଧାନକାରୀମାନେ ୧୫୨ ଜଣଙ୍କ ହର୍‌ମୋନ ପରୀକ୍ଷା କରିଥିଲେ। ସେଥିରୁ ୯୦ ଜଣ ପୁରୁଷ ଏବଂ ୬୨ ମହିଳା ଥିଲେ।

Leave A Reply

Your email address will not be published.