Latest Odisha News

BREAKING NEWS

ଲାଞ୍ଚ ନେବା ବେଳେ ସହକାରୀ ଡାକ ଅଧିକ୍ଷକଙ୍କୁ ଧରିଲା ସିବିଆଇ

ଅନୁଗୁଳ: ସିବିଆଇ ପଞ୍ଝାରେ ଅନୁଗୁଳ ମୁଖ୍ୟ ଡାକଘର ସହକାରୀ ଡାକ ଅଧିକ୍ଷକ। ଲାଞ୍ଚ ନେବା ବେଳେ ରେଡ଼ ହ୍ୟାଣ୍ଡ ଧରାପଡ଼ିଲେ ଟିକନ କୁମାର । ପୋଷ୍ଟ ମାଷ୍ଟରଙ୍କୁ ବଦଳି ଧମକ ଦେଇ ଲାଞ୍ଚ ନେବା ବେଳେ ଡାକ ଅଧିକାରୀଙ୍କୁ ଧରିଲା ସିବିଆଇ। ଅନୁଗୁଳ ଜିଲ୍ଲା କୁରୁଡୁଲ ପୋଷ୍ଟ ଅଫିସରେ ଥିବା ଜଣେ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କୁ ଦୂରକୁ ବଦଳି କରି ଦେବାକୁ ଧମକ ଦେଇ ୧୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ।

ସୂଚନା ଅନୁସାରେ କୁରୁଡୁଲ ପୋଷ୍ଟ ଅଫିସର ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ ଶୁଭ୍ରାଂଶୁ ପ୍ରଧାନ ଚାକିରି କରିଥିବା ବେଳେ ଅନୁଗୁଳ ମୁଖ୍ୟ ଡାକଘରର ଅଧିକ୍ଷକ ଟିକନ କୁମାର ଦେବତା ତାଙ୍କୁ ଲାଞ୍ଚ ମାଗିଥିଲେ। ଲାଞ୍ଚ ନଦେଲେ ତାଙ୍କୁ ଦୂରକୁ ବଦଳି କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ। ଆଉ ଏଥିପାଇଁ ସମ୍ପୁକ୍ତ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଶୁଭ୍ରାଂଶୁ ସିବିଆଇର ଦ୍ୱାରସ୍ଥ ହୋଇଥିଲେ। ଶୁଭ୍ରାଂଶୁଙ୍କ ଅଭିଯୋଗ କ୍ରମେ ସିବିଆଇ ଯୋଜନା ଆରମ୍ଭ କଲା। ଆଉ ଠିକ ଲାଞ୍ଚ ମାଗିବା ବେଳେ ମଙ୍ଗଳବାର ସହକାରୀ ଡାକ ଅଧିକ୍ଷକଙ୍କୁ ରେଡ଼ ହ୍ୟାଣ୍ଡରେ ଧରିଥିଲା ସିବିଆଇ। ସେପଟେ ସମାନ ଦିନରେ ତାଙ୍କ କାର୍ଯ୍ୟାଳୟ ଓ ଅମଲାପଡାସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ କରିଛି।

Leave A Reply

Your email address will not be published.