Latest Odisha News

BREAKING NEWS

ପଶ୍ଚିମବଙ୍ଗ ବେଆଇନ ଗୋରୁ ଚାଲାଣ ଉପରେ ଚଢ଼ାଉ କଲା ସିବିଆଇ

କୋଲକାତା: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଭାରତ-ବାଂଲାଦେଶ ସୀମାରେ ଚାଲୁଥିବା ଗୋରୁ ଚୋରା ଚାଲାଣକାରୀଙ୍କ ଚଢାଉ କରିଛି। ଆଜି ସକାଳେ କୋଲକାତା ଏବଂ ମୁର୍ସିଦାବାଦ ଜିଲ୍ଲାର ଏକାଧିକ ସ୍ଥାନରେ ଚଢାଉ କରାଯାଇଥିବା ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ଏଭଳି ସର୍ଚ୍ଚ ଅପରେସନ ଚାଲିଛି। ଏହା ଭାରତ-ବଙ୍ଗଳା ସୀମାରେ ବେଆଇନ ଗୋରୁ କାରବାରର ସହ ଜଡିତ। ସିବିଆଇ ଅଧିକାରୀଙ୍କ କହିବାନୁସାରେ, ଗତ ଏକ ବର୍ଷ ଧରି ପଶ୍ଚିମବଙ୍ଗର ଅନ୍ତର୍ଜାତୀୟ ସୀମାରେ ଗୋରୁ ଚୋରା ଚାଲାଣ ଘଟଣାର ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁଛି ।

ଭାରତ-ବାଂଲାଦେଶ ସୀମାରେ ଗୋରୁ ଚୋରା ଚାଲାଣ ଗତ କିଛି ବର୍ଷ ହେବ ସୁରକ୍ଷା ଏଜେନ୍ସି ପାଇଁ ବିପଦ ସୃଷ୍ଟି କରିଛି। ସୀମା ସୁରକ୍ଷା ବାହିନୀର ସୂତ୍ର ଅନୁଯାୟୀ, ଚୋରା ଚାଲାଣକାରୀମାନେ ଗୋରୁମାନଙ୍କ ବେକରେ ସକେଟ୍ ବୋମା ବାନ୍ଧୁଛନ୍ତି ଯାହା ସୈନିକଙ୍କ ଶାରୀରିକ କ୍ଷତି ଘଟାଉଛି ।

Comments are closed.