Latest Odisha News

BREAKING NEWS

ଗଣିତ କୁହୁକ: ୭ ଘୋଡା, ୩ ଭାଇ

ଗୋଟିଏ ସହରରେ ଜଣେ ଧନୀ ବଣିକ ରହୁଥିଲେ । ତାଙ୍କର ଥିଲେ ତିନି ପୁଅ । ଏମାନଙ୍କ ଭିତରୁ କାହାରି ବେପାର ବଣିଜରେ ବିଲକୁଲ ଆଗ୍ରହ ନଥିଲା । ବଣିକଙ୍କର ସବୁ ବ୍ୟବସାୟ ବୁଝୁଥିଲେ ଜଣେ ଗୁମାସ୍ତା । ଦିନେ ବଣିକଙ୍କ ଦେହ ଭୀଷଣ ଅସୁସ୍ଥ ହୋଇଗଲା । ମୃତ୍ୟୁ ଆଗରୁ ସେ ତିନି ପୁଅଙ୍କ ନାଁରେ ଗୋଟିଏ ଇଚ୍ଛାପତ୍ର ଲେଖି ଦେଇ ଯାଇଥିଲେ । ଇଚ୍ଛାପତ୍ର ଅନୁଯାୟୀ, ତାଙ୍କ ସମ୍ପତ୍ତିର ଅଧା ପାଇେ ବଡ ପୁଅ । ବାକି ଯାହା ବଳିଲା ତାର ଅଧା ପାଇବ ମଝିଆ ପୁଅ । ଆଉ ଶେଷରେ ଯାହା ବଳିଲା ତାର ଅଧା ପାଇବ ସାନ ପୁଅ । ବଣିକଙ୍କ ମୃତ୍ୟୁ ପରେ ଜଣା ପଡିଲା ଯେ ସେ ସମ୍ପତ୍ତି ଭାବରେ ତିନି ପୁଅଙ୍କ ପାଇଁ କେବଳ ୭ଟି ଘୋଡା ଛାଡି ଯାଇଛନ୍ତି । ତେବେ ୭ଟି ଘୋଡାକୁ ଇଚ୍ଛାପତ୍ର ଅନୁଯାୟୀ ୩ ଭାଇଙ୍କ ଭିତରେ କେମିତି ବଣ୍ଟାଯିବ ଏନେଇ ଚିନ୍ତା ପଡିଲା । ଇଚ୍ଛାପତ୍ର ଅନୁଯାୟୀ ବାଣ୍ଟିବାକୁ ହେଲେ ଘୋଡାକୁ କାଟିବାକୁ ପଡିବ । ତେଣୁ ଅଡୁଆ ସ୍ଥିତି ସୃଷ୍ଟି ହେଲା ।

ସେହି ସହରରେ ରହୁଥିଲେ ଜଣେ ବୁଦ୍ଧିଆ ବ୍ୟକ୍ତି । ୩ ଭାଇ ତାଙ୍କ ସହାୟତା ଲୋଡିଲେ । ବୁଦ୍ଧିଆ ବ୍ୟକ୍ତି ଜଣକ ଆସି ତାଙ୍କର ଗୋଟିଏ ଘୋଡାକୁ ତିନି ଭାଇଙ୍କୁ ଉପହାର ସ୍ୱରୂପ ହେଲେ । ମୋଟ ଘୋଡା ସଂଖ୍ୟା ହେଲା ୮ । ଏବେ ସେ ଇଚ୍ଛାପତ୍ର ଅନୁଯାୟୀ ବାଣ୍ଟିବା ଆରମ୍ଭ କଲେ । ମୋଟ ସମ୍ପତ୍ତିର ଅଧା ପାଇବା କଥା ବଡ ପୁଅ । ଏହି ଅନୁଯାୟୀ ବଡପୁଅକୁ ମିଳିଲା ୪ଟି ଘୋଡା । ବାକି ବଳିଲା ୪ ଘୋଡା । ଏହାର ଅଧା ଅର୍ଥାତ ୨ଟି ଘୋଡା ପାଇଲା ମଝିଆ ପୁଅ । ଏହାପରେ ବଳିଲା ୨ଟି ଘୋଡା । ଏହାର ଅଧା ଅର୍ଥାତ ୧ ଘୋଡା ମିଳିଲା ସାନ ପୁଅକୁ ।

୩ ଭାଇ ପାଇଲେ ୪+ ୨ + ୧= ୭ ଟି ଘୋଡା । ବାକି ବଳିଲା ଗୋଡିଏ ଘୋଡା । ବୁଦ୍ଧିଆ ବ୍ୟକ୍ତି ଜଣଙ୍କ ତାଙ୍କ ଘୋଡା ନେଇ ଚାଲିଗଲେ ।

Leave A Reply

Your email address will not be published.