ନୂଆଦିଲ୍ଲୀ: ଏନ୍ଡିଟିଭି ରିପୋର୍ଟ ଅନୁଯାୟୀ ଡିଏଲ୍ଏଫ୍ ଲାଞ୍ଚ କାରବାର ମାମଲାରେ ପୂର୍ବତନ ରେଳମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ନେତା ଲାଲୁ ଯାଦବଙ୍କୁ ସିବିଆଇ ଏକ କ୍ଲିନ୍ଚିଟ୍ ପ୍ରଦାନ କରିଛି।ଗୋ ଖାଦ୍ୟ ଦୁର୍ନୀତି ମାମଲାରେ ତିନି ବର୍ଷରୁ ଅଧିକ ସମୟ ଜେଲରେ ରହିବା ପରେ ସେ ଏପ୍ରିଲରେ ଜାମିନରେ ଆସିଛନ୍ତି।
ଅଭିଯୋଗ ହୋଇଥିଲା ଯେ ମୁମ୍ବାଇର ବାନ୍ଦ୍ରା ରେଳ ଜମି ଲିଜ୍ ପ୍ରକଳ୍ପ ତଥା ନୂଆଦିଲ୍ଲୀ ରେଳ ଷ୍ଟେସନ ପ୍ରକଳ୍ପର ନବୀକରଣକୁ ଦୃଷ୍ଟିରେ ରଖି DLF ଗ୍ରୁପ୍ ପୂର୍ବତନ ରେଳ ମନ୍ତ୍ରୀଙ୍କୁ ଦକ୍ଷିଣ ଦିଲ୍ଲୀର ଏକ ସମ୍ପତ୍ତିରେ ଲାଞ୍ଚ ଦେଇଥିଲା। ଏହି ଘଟଣା ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବାବେଳେ ଘଟିଥଲା। ଲାଲୁଙ୍କ ଉପରେ ସନ୍ଦେହ କରି ସିବିଆଇ ତଦନ୍ତ ଆରମ୍ଭ କରିଥିଲା।
Comments are closed.