Latest Odisha News

BREAKING NEWS

ଭୁବନେଶ୍ୱର ସମେତ ୧୪ଟି ସ୍ଥାନରେ ସିବିଆଇର ଚଢ଼ାଉ, ଜାଣନ୍ତୁ ମାମଲା କ’ଣ?

ନୂଆଦିଲ୍ଲୀ: ସିବିଆଇ ଶୁକ୍ରବାର ମୁମ୍ବାଇ, କୋଲକାତା, ରାୟପୁର, ଭୁବନେଶ୍ୱର, ତ୍ରିଚି ସମେତ ଦେଶର ୧୪ଟି ସ୍ଥାନରେ ଚଢ଼ାଉ କରିଛି। ଛତିଶଗଡ଼ର ଏସ୍ କେଏସ୍ ପାୱାର ଜେନେରେସନ୍ ଲିମିଟେଡ୍ ବିରୋଧରେ ଏତଲା ରୁଜୁ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏଥିରେ ସିବିଆଇ ୨୬ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏସ୍ କେଏସ୍ ପାୱାର ଜେନେରେସନ୍ ଲିମିଟେଡ୍ ୫,୭୧୭ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି କମ୍ପାନୀ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା ।

ସିବିଆଇ ଅଭିଯୋଗ କରିଛି ଯେ ଏସକେଏସ୍ ପାୱାର ଜେନେରେସନ୍ ଲିମିଟେଡ୍ ଏସବିଆଇ, ଏଲ୍ ଆଣ୍ଡ୍ ଟି ଇନଫ୍ରାଷ୍ଟ୍ରକ୍ଚର ଫାଇନାନ୍ସ ଲିମିଟେଡ୍, ପିଟିସି ଇଣ୍ଡିଆ ଫାଇନାନ୍ସ ଲିମିଟେଡ୍ ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ବିକାନେର ଆଣ୍ଡ୍ ଜୟପୁରଠାରୁ ୬,୧୭୦ କୋଟି ଟଙ୍କାର ଋଣ ନେଇଥିଲା।

ଏଥିରେ ୫,୭୧୭ କୋଟି ଟଙ୍କା ପ୍ରଦାନ କରାଯାଇନାହିଁ। ଏସ୍ କେଏସ୍ ପାୱାର ଜେନେରେସନ୍ (ଛତିଶଗଡ଼) ଲିମିଟେଡ୍ ର ନିର୍ଦ୍ଦେଶକ ଅନୀଲ ମହାବୀର ଗୁପ୍ତା, ମୁମ୍ବାଇର ଏସ୍ କେଏସ୍ ଇସ୍ପାତ ଆଣ୍ଡ୍ ପାୱାର ଲିମିଟେଡ୍ର ନିର୍ଦେଶକ ଅନୀଶ ଅନିଲ ଗୁପ୍ତା ଏବଂ ଦୁଇ ଜଣ ଏସ୍ ବିଆଇ ଅଧିକାରୀଙ୍କ ସମେତ ଅନ୍ୟ ୨୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Comments are closed.