Latest Odisha News

ଇସ୍ତଫା ଦେଲେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ

କୋଲକତା: ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଂଜନ ଚୌଧୁରୀ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଦଳର ହାଇ କମାଣ୍ଡକଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ତାଙ୍କ ଇସ୍ତଫାରେ ଲେଖିଛନ୍ତି ଯେ, ମମତା ବାନାର୍ଜୀଙ୍କ ସହ ମେଣ୍ଟପାର୍ଟି ଆଲୋଚନା ବେଳେ ମଧ୍ୟ ମୁଁ ଇସ୍ତଫା ଦେଇଥିଲି, ହେଲେ ସେହି ସମୟରେ ମୋର ଇସ୍ତଫା ପତ୍ରକୁ ଗ୍ରହଣ କରାଯାଇନଥିଲା । ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି, ଦୟାକରି ମୋର ଇସ୍ତଫା ଗ୍ରହଣ କରନ୍ତୁ । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପର୍ଯ୍ୟନ୍ତ ହାଇକମାଣ୍ଡ ତାଙ୍କୁ ପଦରେ ରହିବାକୁ କହିଛନ୍ତି ।

୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ଅଧିର ରଞ୍ଜନ ଲୋକସଭାରେ କଂଗ୍ରେସର ବିରୋଧୀ ଦଳ ନେତା ଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ସେ ପଶ୍ଚିମବଙ୍ଗର ବହରମପୁରରୁ ଟିଏମସି ନେତା ତଥା କ୍ରିକେଟର ୟୁସୁଫ ପଠାନଙ୍କ ବିପକ୍ଷରେ ନିର୍ବାଚନ ଲଢି ହାରିଯାଇଥିଲେ । ଏହି ନିର୍ବାଚନରେ ୟୁସୁଫ ପଠାନ ୫ ଲକ୍ଷ ୨୪ ହଜାର ୫୧୬ ଭୋଟ ପାଇଥିବାବେଳେ ଆଧୀର ରଞ୍ଜନ ଚୌଧରୀ ୪ ଲକ୍ଷ ୩୯ ହଜାର ୪୯୪ ଭୋଟ୍ ପାଇଛନ୍ତି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ରାଜନୀତିରେ ଅଧୀର ଚୌଧୁରୀ ଏକ ଜଣାଶୁଣା ଚେହେରା । ସେ ବିରୋଧୀ ଦଳର ନେତା ଭାବରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବନାର୍ଜୀ ଙ୍କ ସହ ଦୀର୍ଘ ବର୍ଷ ଧରି ଲଢିଆସୁଛନ୍ତି ।

Leave A Reply

Your email address will not be published.