Latest Odisha News

BREAKING NEWS

ଚିଦାମ୍ବରମଙ୍କ ଘରେ ସିବିଆଇ ଚଢଉ : ଓଡିଶା ସମେତ ୯ଟି ସ୍ଥାନରେ ରେଡ୍

ଦିଲ୍ଲୀ: କଂଗ୍ରେସୀ ବରିଷ୍ଠ ନେତା ପି.ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତିଙ୍କ ଘରେ ହୋଇଛି ସିବିଆଇ ରେଡ୍ । ପୁଅ ପାଇଁ ବଢିଲା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସମସ୍ୟା । ପୂର୍ବରୁ ଚାଲିଥିବା ବେଆଇନ୍ ଅର୍ଥ କାରବାରରେ ଆଜି ସକାଳୁ ହଠାତ ତାଙ୍କ ପଅ କିର୍ତ୍ତୀ ଚିଦାମ୍ବରଙ୍କ ଏକାଧିକ ଠିକଣାରେ ଚଢଉ କରିଛି ସିବିଆଇ ।

ଚେନ୍ନାଇ, କର୍ଣ୍ଣାଟକ, ଦିଲ୍ଲୀ ,ଓଡିଶା ସମେତ କିର୍ତ୍ତୀଙ୍କର ମୋଟ ୯ଟି ଠିକାଣା ସ୍ଥାନରେ ରେଡ ହୋଉଛି । ୨୦୧୦ରୁ ୨୦୧୪ ମସିହା ମଧ୍ୟରେ କାର୍ତ୍ତିଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଦେଶୀ ଟଙ୍କା ମାମଲାରେ ଏହି  ଚଢ଼ାଉ ଚାଲିଥିବା ଜଣାପଡିଛି ।  ଜଣେ ବ୍ୟକ୍ତିଙ୍କଠାରୁ କାର୍ତ୍ତି ଚିଦାମ୍ବରମ ୫୦ ଲକ୍ଷ ଟଙ୍କା ନେଇଥିବା  ଅଭିଯୋଗ ହେଉଥିବା ବେଳେ ଏହାର ବି ଖୋଳତାଡ଼ କରୁଛି ସିବିଆଇ।

ଏହାପୂର୍ବରୁ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଛନ୍ଦି ହୋଇ ଜେଲ୍‌ ଯାଇଥିଲେ ଚିଦାମ୍ବରମ ବାପ ପୁଅ ।  କିର୍ତ୍ତୀ ଚିଦାମ୍ବରମଙ୍କୁ ୨୦୧୯ ମସିହାରେ ଗିରଫ କରିଥିଲା ସିବିଆଇ । ୨୩ ଦିନ ତିହାର ଜେଲରେ ରହିବା ପରେ ଜାମିନରେ ଛାଡ଼ ପାଇଥିଲେ କିର୍ତ୍ତୀ । ସେହିପରି ଉକ୍ତ ବର୍ଷ ଅଗଷ୍ଟ ୨୧ରେ  ଏହି ମାମଲାରେ ଗିରଫ ହୋଇଥିବା ଚିଦାମ୍ବରମ ୧୦୬ ଦିନ ଜେଲ୍‌ରେ ରହିବା ପରେ  ଶେଷରେ ମୁକୁଳିଥିଲେ  ।
Leave A Reply

Your email address will not be published.