Latest Odisha News

BREAKING NEWS

ଦିଲ୍ଲୀ ଉପମୁ୍ଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ, ସ୍ବାଗତ କଲେ ସିସୋଦିଆ 

ଦିଲ୍ଲୀ : ଦିଲ୍ଲୀ ଉପମୁ୍ଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ । ଟୁଇଟ କରି ସିବିଆଇଙ୍କୁ ସ୍ବାଗତ କଲେ ସିସୋଦିଆ  ।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ହିନ୍ଦୀରେ ଏକ ଟୁଇଟ୍ କରି ସୂଚନା ଦେଇଛନ୍ତି , “ସିବିଆଇ ଆସିଛି “। ଆମେ ତାଙ୍କୁ  ସ୍ୱାଗତକରୁଛୁ । ଆମେ ଅତ୍ୟନ୍ତ ସଚ୍ଚୋଟ। ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ତିଆରି କରିବା ରେ ଆମକୁ କେହି ଅଟକାଇ ପାରିବେ ନାହିଁ “।  ସେ କହିଛନ୍ତି ଦେଶରେ ଯେଉଁମାନେ ଭଲ କାମ କରନ୍ତି କେନ୍ଦ୍ର ତାଙ୍କୁ ହଇରାଣ କରେ । ଆଉ ବାସ ଏହି କାରଣ ପାଇଁ ଆମ ଦେଶ ବର୍ତ୍ତମାନ ସୁଦ୍ଧା ଏକ ନମ୍ବର ହୋଇ ପାରୁ ନାହିଁ ।ଦିଲ୍ଲୀର ଡେପୁଟି ସିଏମ୍ ମନୀଷ ସିସୋଡିଆ କହିଛନ୍ତି ଯେ ସେ ସିବିଆଇଙ୍କୁ  ସହଯୋଗ କରିବେ, ଯାହା ଫଳରେ ସତ୍ୟ ସାମ୍ନାକୁ ଆସିବ।

ଅନ୍ୟ ଏକ ଟୁଇଟରେ ଲେଖିଛନ୍ତି , ଆପଣ ଯଦି କୌଣସି ଭଲ କାର୍ଯ୍ୟ କରୁଛନ୍ତି ତେବେ ଏହାର ଉପହାର ଆପଣଙ୍କୁ  ନିଶ୍ଚୟ ମିଳିବ । କାହାକୁ ଟିକଏ ବିଳମ୍ବରେ ମିଳିପାରେ ତ ଆଉ କେଉଁଠି ବାସ କିଛି ଘଣ୍ଟା ମଧ୍ୟରେ ଆପଣଙ୍କୁ ଆପଣଙ୍କର କଷ୍ଟର ଫଳ ମିଳିଯାଏ ।

ଗତକାଲି ଆମେରିକାର ଚର୍ଚ୍ଚିତ ଖବରକାଗଜ ରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ଶିଶୋଡିଆଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା । ବାସ ଖବର ପ୍ରକାଶ ପାଇବାର କିଛି ସମୟ ପରେ କେନ୍ଦ୍ର ତାର ଉପହାର ପଠାଇଛନ୍ତି । ଆଉ ଉପହାର ହେଉଛି ଶିଶୋଡିଆଙ୍କ ଘରେ ହୋଇଛି ସିବିଆଇ ରେଡ । ଏହି ରେଡ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଟ୍ୱିଟରେ ଏହି କଥା ଲେଖିଛନ୍ତି । ସେ କହିଛନ୍ତି ଆପଣ କରୁଥିବା କାର୍ଯ୍ୟ ପାଇଁ ସାରା ବିଶ୍ୱରେ ଯେତେବେଳେ ପ୍ରଶଂସା କରାଯାଏ ଏଥିରୁ କେନ୍ଦ୍ର କିପରି ବାଦ ପଡିବ, କେନ୍ଦ୍ର ସରକାର ମଧ୍ୟ ଉପହାର ପଠାଇ ଦିଅନ୍ତି ।

ସୂଚନାମୁତାବକ ଆଜି ସିବିଆଇ ଦିଲ୍ଲୀର ୧୦ ଟି ସ୍ଥାନରେ ଚଢ଼ାଉ କରିଛି, ଯେଉଁଥିରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘର ମଧ୍ୟ ସାମିଲ ରହିଛି । ଦିଲ୍ଲୀ ସିଏମ ଅରବିନ୍ଦ  ତାଙ୍କ ଟ୍ୱିଟରେ ଏହି ଘଟଣା ଉପରେ ଅନେକ ପୋଷ୍ଟ କରିଛନ୍ତି । ସେ ଆହୁରି କହିଛନ୍ତି ସିବିଆଇଙ୍କୁ ସ୍ୱାଗତ କିନ୍ତୁ ଏହି ଚଢ଼ାଉରେ କିଛି ତାଙ୍କର ହାତରେ ଲାଗିବ ନାହିଁ । ଆପ ମୁଖିଆଙ୍କ ଦ୍ୱାରା କୁହାଯାଇଥିବା କଥାରେ ବହୁ ଲୋକ ତାଙ୍କର ସମର୍ଥନ ମଧ୍ୟ ଜଣାଇଛନ୍ତି । ସମର୍ଥକମାନେ କିଛି ଏଭଳି   ଲେଖିଛନ୍ତି, କେନ୍ଦ୍ର ସିବିଆଇ ଆଉ ଅନ୍ୟ ଏଜେନ୍ସିଙ୍କୁ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରୁଛି । ତେଣୁ ଏହି ଭଳି ସିବିଆଇ ର ଅପବ୍ୟବହାର କାର୍ଯ୍ୟକୁ ବନ୍ଦ କରନ୍ତୁ ଏବ୍ଂ  ଯେଉଁମାନେ ଦେଶର ପ୍ରଗତିରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ହଇରାଣ ନକରିବା ସମର୍ଥକ ମାନେ କହିଛନ୍ତି  ।

Leave A Reply

Your email address will not be published.