Latest Odisha News

BREAKING NEWS

ପୂର୍ବତନ ରେଳ କର୍ମଚାରୀଙ୍କ ଘରୁ ମିଳିଲା କୋଟି କୋଟି ଟଙ୍କା ଆଉ ପୁଳା ପୁଳା ସୁନା

ଭୁବନେଶ୍ୱର: ଇଷ୍ଟକୋଷ୍ଟ ରେଲୱେର ଜଣେ ପୂର୍ବତନ ଅଧିକାରୀଙ୍କ ଘରୁ ଜବତ ହୋଇଛି ଆଖିଖୋସିଗଲା ପରି ସମ୍ପତ୍ତି । ସିବିଆଇ ତାଙ୍କ ଘରେ ଚଢଉ କରି ପାଇଛି ୧୭ କିଲୋ ସୁନା, ୧.୫୭ କୋଟି ନଗଦ କ୍ୟାସ ସହ ବିପୁଳ ସମ୍ପତ୍ତି । ଏହି ଅଧିକାରୀ ଜଣକ ହେଉଛନ୍ତି ପ୍ରମୋଦ କୁମାର ଜେନା । ସେ ରେଳ ବିଭାଗରେ ଆଇଆରଟିସି ଅଫିସର ଭାବେ କରି ଗତବର୍ଷ ନଭେମ୍ବର ମାସରେ ଅବସର ଗ୍ରହଣ କରିଛନ୍ତି ।  ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ  ଗତ ୪ ତାରିଖରେ ପି.କେ. ଜେନାଙ୍କ ଘରେ ଚଢ଼ଉ କରିଥିଲା। ଏକକାଳୀନ ତାଙ୍କର ଭୁବନେଶ୍ୱର, କଟକ ଓ ଜଗତସିଂହପୁର ସ୍ଥିତ ଘର ସମେତ ଅଫିସ୍‌ରେ ଚଢ଼ାଉ ହୋଇଥିଲା।

ଚଢାଉ ବେଳେ ୧ କୋଟି ୫୭ ଲକ୍ଷ ଟଙ୍କା ସମେତ  ବ୍ୟାଙ୍କ ଓ ପୋଷ୍ଟାଲ୍‌ ଜମା ୨ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଛି ।  ଜବତ ସୁନା ମୂଲ୍ୟ  ଯାହାର ଆନୁମାନିକ ମୂଲ୍ୟ ୮ କୋଟି ୫୦ ଲକ୍ଷ ହେବ ବୋଲି କହିଛି ସିବିଆଇ  ।    ୧୯୮୯ ମସିହାରେ ଚାକିରି ଜୀବନ ଆରମ୍ଭ କରିଥିବା ଜେନା  ୨୦୨୨ ମସିହାରେ ଅବସର ନେଇଥିଲେ।   ସିବିଆଇ ଆକାଳନ ଅନୁସାରେ ଜେନଙ୍କ ସ୍ଥାବର ଅସ୍ଥାବର ସଂପତ୍ତି ୪ କୋଟି ୨୮ ଲକ୍ଷ ଟଙ୍କାରୁ ଅଧିକ ରହିଛି।  ଯାହା ଆୟ ତୁଳନାରେ ତାଙ୍କର ଏହି ସଂପତ୍ତି ୫୯ ପ୍ରତିଶତ ଅଧିକ ବୋଲି ସିବିଆଇ ଆକଳନ କରିଛି ।

 

Leave A Reply

Your email address will not be published.