Latest Odisha News

BREAKING NEWS

ଆଦିବାସୀଙ୍କ ଅଭିନବ ଉଦ୍ୟମ : ବିଷାକ୍ତ ଗଛରୁ ତିଆରି କଲେ ସୁନ୍ଦର କଳାକୃତି

ଚେନ୍ନାଇ : ଆଦିବାସୀଙ୍କର ଅଭିନବ ଉଦ୍ୟମ । ଜଙ୍ଗଲରେ ଥିବା ବିଷାକ୍ତ ପ୍ରଜାତିର ଗଛର ଡ଼ାଳ ଓ ଗଣ୍ଡିକୁ ବ୍ୟହବାର କରି ସୁନ୍ଦର କାରୁକାର୍ଯ୍ୟ କରି ସେମାନେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଏବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ତାମିଲନାଡ଼ୁ ରାଜ୍ୟର ମୁଦୁମଲାଇ ଅଂଚଳର ଜଙ୍ଗଲରେ ଅନେକ ବିଷାକ୍ତ ଗଛ ରହିିଛି । ଯାହା ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିଲା । ବିଶେଷକରି ଏହା ପରିବେଶକୁ ପ୍ରଦୂଷିତ କରିବା ସହ ଏହାର ଡ଼ାଳପତ୍ର ଖାଇ ଅନେକ ପଶୁପକ୍ଷୀ ମୃତ୍ୟୁମୁଖରେ ପଡ଼ୁଥିଲେ । କିନ୍ତୁ ସେଠାକାର ଆଦିବାସୀମାନେ ଏହି ଗଛକୁ କାଟି ସେଥିରେ ତିଆରି କରିଛନ୍ତି ସୁନ୍ଦର କାରୁକାର୍ଯ୍ୟ ସମ୍ପନ୍ନ ହାତୀ ।

ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ଏହି ଭିଡିଓକୁ ସୋସିଆଲ ମିଡିଆ ସେୟାର କରିଛନ୍ତି । ଭିଡିଓ ସୂଚନାରେ ସେ ଲେଖିଛନ୍ତି, ମୁଦୁମଲାଇର ୭୦ଜଣ ଆଦିବାସୀ ଲେଂଟାନା ପ୍ରଜାତିର ବିଷାକ୍ତ ଗଛ କାଠରୁ ହାତୀ ଆକୃତିର ସୁନ୍ଦର କଳାକୃତି ତିଆରି କରିଛନ୍ତି । ଏଥିଲାଗି ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ମଧ୍ୟ ପଡ଼ିଛିି ।

ନିକଟରେ ଚେନ୍ନାଇର ଇଲିଅଟ୍ ବେଳାଭୂମିରେ ଆୟୋଜିତ ପ୍ରଦର୍ଶନୀରେ ଏହି ଅବିକଳ ହାତୀ ଆକୃତିର କଳାକୃତି ପ୍ରଦର୍ଶିତ ହୋଇଥିଲା । ଯାହାକୁ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା । ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ ଆଇଏଏସ୍ ଅଧିକାରୀଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓ ଦେଖିବା ପରେ ତାମିଲନାଡୁର ଏହି ଆଦିବାସୀମାନଙ୍କ ପ୍ରତିଭାକୁ ଭରପୂର ପ୍ରଶଂସା ମିଳିଛି ।

Leave A Reply

Your email address will not be published.