Latest Odisha News

BREAKING NEWS

ସିବିଏସଇ ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ୨୦୨୩ରେ ହେବାକୁ ଥିବା ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ସିବିଏସ୍ଇ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଉଭୟ ଶ୍ରେଣୀର ପରୀକ୍ଷା ୧୫ ଫେବୃଆରୀରୁ ଆରମ୍ଭ ହେବ। ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ୧୦ମ ପରୀକ୍ଷା ଜାରି ରହିବ, ଦ୍ୱାଦଶ ବୋର୍ଡ ପରୀକ୍ଷା ଏପ୍ରିଲ୍ ୫ରେ ଶେଷ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

BjdElectrycity

ସିବିଏସଇ ନିକଟରେ ପ୍ରାକ୍ଟିକାଲ୍ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରିଥିଲା। ଜାନୁୟାରୀ ୨, ୨୦୨୩ ରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ସିବିଏସଇଏହାର ଅଫିସିଆଲ୍ ୱେବସାଇଟରେ ସବିଶେଷ ତଥ୍ଯ ପ୍ରଦାନ କରିଛି।

ଅନ୍ତିମ ଶିକ୍ଷା ବର୍ଷରେ ସିବିଏସଇ ଦ୍ୱାଦଶ ପରୀକ୍ଷା ଦୁଇଟି ଟର୍ମରେ କରାଯାଇଥିଲା। ଡିସେମ୍ବର ୧ ରେ ଟର୍ମ ୧ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ସିବିଏସଇ ଦ୍ୱାଦଶ ଟର୍ମ ୨ ପରୀକ୍ଷା ୨୬ ଏପ୍ରିଲରେ ଆରମ୍ଭ ହୋଇଥିଲା। ତେବେ ଚଳିତ ବର୍ଷ ପରୀକ୍ଷା କେବଳ ଥରେ କରାଯିବ।

ଜାନୁଆରୀରେ ସିବିଏସଇ ଦ୍ୱାଦଶ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପ୍ରଦାନ କରାଯାଇପାରିବ। ତେବେ ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।

Leave A Reply

Your email address will not be published.