Latest Odisha News

BREAKING NEWS

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଖ୍ରୀଷ୍ଟମାସରେ ସେଫ୍ଟି ସାନ୍ତା ଜରିଆରେ ସୁରକ୍ଷା ସଚେତନତାର ପ୍ରସାର

ଝାରସୁଗୁଡ଼ା: ଖ୍ରୀଷ୍ଟମାସ ଅବସରରେ ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର ପ୍ଲାଣ୍ଟ ଓ ଟାଉନସିପରେ ସେଫ୍ଟି ସାନ୍ତା ଜରିଆରେ ନିରାପତା ଅଭିଯାନର ପ୍ରସାର କରିଛି । କଂପାନିର ସୁରକ୍ଷା କର୍ମଚାରୀମାନେ ସାନ୍ତାକ୍ଲଜ୍ପରିଧାନ କରି ବିଭିନ୍ନ ପ୍ଲାଂଟ ସାଇଟ ଓ ଘରକୁ ଘର ବୁଲି କାର୍ଯ୍ୟରେ ନରାପତାବିଷୟ ଉପରେ ଗୁରୁତ୍ୱ ଦେଇଥିଲେ ।

ସୁରକ୍ଷା ସଚେତନତା ହେଉଛି ଏକ ପ୍ରାଥମିକ ଦିଗ ଓ ଏହି ଅଧିବେଶନ ଗୁଡ଼ିକ କଂପାନିର ନିରାପତା ଓ ସୁରକ୍ଷା ସଂସ୍କୃତି ଗଠନରେ ଏକ ଉପଯୋଗୀ ଉପକରଣ । କଂପାନି ଏହାର କର୍ମଚାରୀ, ବ୍ୟବସାୟ ସହଭାଗୀ ଓ ସେମାନଙ୍କ ପରିବାରକୁ ସୁରକ୍ଷା ଓ ନିରପତା ବିଷୟରେ ସଚେତନ କରିଥାଏ । ଏହି ଉଦ୍ଦେଶ୍ୟରେ ସାନ୍ତା ଜରିଆରେ ସମାଜକୁ ସୁରକ୍ଷା ସଚେତନତାର ବାର୍ତା ଦେବା କଂପାନିର ଉଦ୍ଦେଶ୍ୟ ।

ଉତ୍ସବରେ ଆନନ୍ଦ ମହୋତ୍ସବ କରିବା ବ୍ୟତୀତ ଝାରସୁଗୁଡ଼ାରେ ସୁରକ୍ଷା ସାନ୍ତା ସଚେତନତା ଅଧିବେଶନ ଆୟୋଜନ କରାଯାଇଥିଲା ଯେଉଁଥିରେ ଅଗ୍ନି ନିରାପତା ବାହିନୀ, ବ୍ୟକ୍ତିଗତ ପ୍ରତିରକ୍ଷା ଯନ୍ତ୍ରପାତି ପାଳନ ଓ ବୈଦ୍ୟୁତିକ ଯନ୍ତ୍ରପାତିର ସୁରକ୍ଷା ଦିଗରେ ସଚେତନତା ସମସ୍ତଙ୍କୁ ଉତ୍ସାହିତ କରିଥିଲା ।

କଂପାନିର ଅନନ୍ୟ ସୁରକ୍ଷା ପଦକ୍ଷେପ ବିଷୟରେ ଶ୍ରୀ ସୁନିଲ ଗୁପ୍ତା, ସିଇଓ-ବେଦାନ୍ତ ଲିଃ କହିଥିଲେ ଯେ- ଆମ କର୍ମକ୍ଷେତ୍ରରେ ସର୍ବୋଚ୍ଚ ନିରାପତା ମାନଦଣ୍ଡକୁ ବଜାୟ ରଖିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ । ନିରାପତା ସାନ୍ତା ଭଳି ଅଭିନବ ପଦକ୍ଷେପ ମାଧ୍ୟମରେ ଆମେ ପ୍ରସାରକୁ ଏକ ମଜାଳିଆ ଶୈଳୀରେ ସବୁ ମହଲରେ ପ୍ରସାର କରିପାରିଥିବାରୁ ଆନନ୍ଦିତ ।

ବେଦାନ୍ତ ଆଲୁମିନିୟମ ବୈଷୟିକୀ ଜ୍ଞାନ କୌଶଳ ଓ ଆଚରଣ ପଦ୍ଧତିକୁ ସୁରକ୍ଷା ସହିତ ଜଡ଼ିତ କରିବା ଲାଗି ପ୍ରୟାସ ଜାରି ରଖିଛି । କଂପାନି ଦ୍ୱାରା ଗ୍ରହଣ କରାଯାଇଥିବା କେତେକ ପଦକ୍ଷେପ ଗୁଡ଼ିକ ହେଉଛି:

  • ସୁରକ୍ଷା ସଂକଳ୍ପ ଯାହାକି କାର୍ଯ୍ୟସ୍ଥଳରେ ନିର୍ଦ୍ଧିଷ୍ଟ ଥିମ ଉପରେ ସୁରକ୍ଷା ସଚେତନତା ପ୍ରସାର କରିବା ପାଇଁ ସଚେତନତା ଅଭିଯାନ ।
  • ଝାରସୁଗୁଡ଼ାରେ ଏକ ସର୍ବ ମହିଳା ଅଗ୍ନିବାହିନୀ ଯେଉଁମାନେ ଜରୁରୀ ସମୟରେ ସହାୟତା ପାଇଁ ପ୍ରଶିକ୍ଷିତ ହୋଇଛନ୍ତି ।
  • ପ୍ଲାଂଟ ଓ ବାହାରେ କର୍ମଚାରୀ ଓ ବ୍ୟବସାୟୀ ସହଭାଗୀମାନଙ୍କୁ ସୁରକ୍ଷା ସଚେତନତା ପ୍ରଦାନ ଇତ୍ୟାଦି ବ୍ୟାପକ ସୁରକ୍ଷା ସଚେତନତା ପ୍ରସାର ଦିଗରେ କଂପାନି ପକ୍ଷରୁ ଯତ୍ନ ନିଆଯାଉଛି ।
  • ନିୟମିତ ମକ୍ ଡ୍ରିଲ୍ସ ଏବଂ ସୁରକ୍ଷା କ୍ୟାମ୍ପେନ ଜାତୀୟ ବିପର୍ଯ୍ୟୟ ହ୍ରାସ ବଳ (ଏନଡିଆରଏଫ) ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓଏସଡିଏମଏ) ଙ୍କ ସହଯୋଗରେ ସୁରକ୍ଷା ସଚେତନତା ଅଧିବେଶନ ଆୟୋଜିତ ହୋଇଛି ।
  • ‘ପେହେଚାନ୍‌’ ସୁରକ୍ଷା ଇନଡକ୍ସନ୍ ପ୍ରୋଗ୍ରାମ୍ ଯାହା ନୂତନ ନିଯୁକ୍ତମାନଙ୍କ ମଧ୍ୟରେ ଏକ ସୁରକ୍ଷା- ସଂସ୍କୃତି ଗଠନ କରିବାକୁ ଏବଂ ସେମାନଙ୍କୁ ଦୃଡ ସୁରକ୍ଷା ପରିଚାଳନା ପ୍ରଣାଳୀ ସହିତ ପରିଚିତ କରିବାକୁ ଚେଷ୍ଟା କରେ ।
  • ଫାୟାର ଷ୍ଟିୱାର୍ଡ ପଦକ୍ଷେପ ଯେଉଁଥିରେ ଅଗ୍ନି ନିରାପତା କର୍ମଚାରୀମାନେ ବ୍ୟବସାୟ ସହଭାଗୀମାନଙ୍କୁ ଅଗ୍ନି ନିରାପତା, ଅନସାଇଟ୍ ଜରୁରୀକାଳୀନ ଯୋଜନା ଏବଂ ଅଗ୍ନି ନିର୍ବାପକ ମୌ ଳିକ ବିଷୟରେ ସଚେତନ କରନ୍ତି ।
  • ଅଗ୍ନି, ବୈଦ୍ୟୁତିକ ଏବଂ ଘରୋଇ ସୁରକ୍ଷା ବିଷୟରେ କମ୍ପାନୀର କର୍ମଚାରୀ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ବିଦ୍ୟାଳୟ ଛାତ୍ର ଏବଂ ସମ୍ପ୍ରଦାୟର ସଦସ୍ୟମାନଙ୍କ ପାଇଁ ତାଲିମ ଅଧିବେଶନ ।

ଏହି ଅଧିବେଶନରେ ଅଂଶଗ୍ରହଣ କରିଥିବା କର୍ମଚାରୀଙ୍କ ମଧ୍ୟରୁ ସଂଜୀବ କୁମାର ଜେନା କହିଛନ୍ତି, “ବେଦାନ୍ତ ଆଲୁମିନିୟମ ଦ୍ୱାରା ପରିଚାଳିତ ଅଧିବେଶନ ଅତ୍ୟନ୍ତ ଆକର୍ଷଣୀୟ ଏବଂ ସୂଚନାଯୋଗ୍ୟ ଥିଲା । କର୍ମଚାରୀଙ୍କ ପରିବାର, ବିଶେଷକରି ପିଲାମାନେ, ନିରାପଦ ଅଭ୍ୟାସକୁ ଗ୍ରହଣ କରିବା ପାଇଁ ଅଧିକ ଗ୍ରହଣୀୟ ଅଟନ୍ତି, ଯେତେବେଳେ ସେମାନେ ଏହି ପରି ସ୍ମରଣୀୟ ଉପାୟରେ ରିଲେ କରନ୍ତି, ଯାହାକି ବାସ୍ତବିକ ଗୁରୁତ୍ୱପୂର୍ଣ ଅଟେ । ଏହିପରି ସଚେତନତା ଶିବିର ଆୟୋଜନ କରିଥିବାରୁ ମୁଁ କମ୍ପାନୀକୁ ଧନ୍ୟବାଦ ଦେଉଛି ଯାହା ଆମକୁ ସୁରକ୍ଷିତ ରଖିବାରେ ସରଳ ସୁରକ୍ଷା ବ୍ୟବସ୍ଥା ଏବଂ ଅଭ୍ୟାସ କିପରି ସାହାଯ୍ୟ କରେ ତାହା ବୁଝାଇଥାଏ । ”

ବେଦାନ୍ତ ଆଲୁମିନିୟମ ଉତ୍ପାଦନ କରିବାରେ ଭାରତର ବୃହତମ ଉତ୍ପାଦକ ଓ ଆର୍ଥିକ ବର୍ଷ ୨୨ରେ ୨.୨୬ ମିଲିୟନ ଟନ ଆଲୁମିନିୟମ ଉତ୍ପାଦନ କରିଛି । ଏହା ବିଶ୍ୱଶ୍ରେଣୀର ୧.୭୫ ଏମଟିପିଏ ଆଲୁମିନିୟମ ସ୍ମେଲଟର ପ୍ଲାଂଟ ଓ ଝାରସୁଗୁଡ଼ାରେ ୩୬୧୫ ମେୱାର ତାପଜ ବିଜୁଳି ଉତ୍ପାଦନ କରୁଛି । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ଏକମାତ୍ର ଭାରତୀୟ ସ୍ମେଲଟର ଭାବରେ ବିଶ୍ୱକୁ ୧ ନିୟୂତ ଟନ ଉତ୍ପାଦନ ଓ ଏକସପୋର୍ଟ କ୍ଲବ । ବେଦାନ୍ତର ଝାରସୁଗୁଡ଼ା ହେଉଛି ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ । ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତି, ଆର ଆଣ୍ଡ ଡି ଓ ଅଭିନବ ଦକ୍ଷତାକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave A Reply

Your email address will not be published.