Latest Odisha News

BREAKING NEWS

ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ସ୍ଥଗିତ ଘୋଷଣା

ନୂଆଦିଲ୍ଲୀ: ସମ୍ଭାବ୍ୟ କରୋନା ସଂକ୍ରମଣ ଜନିତ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ସିବିଏସଇ ପକ୍ଷରୁ ଏବେ ଦେଶବ୍ୟାପୀ ଚାଲିଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ସ୍ଥଗିତ ରହିଥିବା ଘୋଷଣା କରାଯାଇଛି ।

ମାର୍ଚ୍ଚ ୧୯ ରୁ ୩୧ ତାରିଖ ମଧ୍ୟରେ ଭାରତ ଓ ବିଦେଶରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହେବାକୁଥିବା ଦଶମ ଓ ଦ୍ୱାଦଶ ବୋର୍ଡ଼ ପରୀକ୍ଷାକୁ ମାର୍ଚ୍ଚ ୩୧ ପରବର୍ତ୍ତୀ ତାରିଖକୁ ଘୁଞ୍ଚାଯାଇଥିବା ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

ଏସମ୍ପର୍କରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅବଗତ କରିବାପାଇଁ ସବୁ ସ୍କୁଲଗୁଡିକୁ ବୋର୍ଡ଼ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ପାଇଁ ନୂଆ ତାରିଖ ବୋର୍ଡ଼ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରି ମାର୍ଚ୍ଚ ୩୧ ସୁଦ୍ଧା ଜଣାଇ ଦିଆଯିବ ବୋଲି ପ୍ରକାଶ କରାଯାଇଛି ।

ସେହିଭଳି ଦେଶରେ ବିଭିନ୍ନ ମୂଲ୍ୟାୟନ କେନ୍ଦ୍ରରେ ଚାଲିଥିବା ସମସ୍ତ ପରୀକ୍ଷାର ମୂଲ୍ୟାୟନ କାର୍ଯ୍ୟକୁ ମଧ୍ୟ ୩୧ ମାର୍ଚ୍ଚ ୨୦୨୦ ଯାଏଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ରହିଛି । ବୋର୍ଡ଼ ଦ୍ୱାରା ପରବର୍ତ୍ତୀ ସୂଚନା ନମିଳିଲେ ସମସ୍ତ କେନ୍ଦ୍ରୀୟ ନୋଡାଲ ଅଧୀକ୍ଷକଙ୍କୁ ଏପ୍ରିଲ ୪ ପରର ମୂଲ୍ୟାୟନ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ କୁହାଯାଇଛି ।

Leave A Reply

Your email address will not be published.