Latest Odisha News

BREAKING NEWS

ଆମେରିକାର ପ୍ରଥମ କୃଷ୍ଣକାୟ ପରରାଷ୍ଟ୍ର ସଚିବ କଲିନ୍ ପାଓ୍ୱେଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ପରରାଷ୍ଟ୍ର ସଚିବ କଲିନ୍ ପାଓ୍ୱେଲଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । କରୋନା ଜନିତ ଅସୁସ୍ଥତାରେ ତାଙ୍କର ମୃତ୍ୟୁ ହୋଇଛି । ଟିକାର ଦୁଇଟି ଯାକ ଡୋଜ୍ ବି ନେଇଥିଲେ । ଆମେରିକାର ପ୍ରଥର କୃଷ୍ଣକାୟ ପରରାଷ୍ଟ୍ର ସଚିବ ଥିଲେ କଲିନ୍ ପାଓ୍ୱେଲ ।

ତାଙ୍କ କାର୍ୟ୍ୟକାଳ ସମୟରେ ଆମେରିକାର ବିଦେଶ ନୀତିରେ ଅନେକ ନୂଆ ପରିବର୍ତ୍ତନ ଆସିଥିଲା । ଆମେରିକାର ୪ ଜଣ ରାଷ୍ଟ୍ରପତିଙ୍କ ଅଧୀନରେ କାମ କରିଥିଲେ କଲିନ୍ ପାଓ୍ୱେଲ ।

କଲିନ୍ ପାଓ୍ୱେଲ ଥିଲେ ଆମେରିକା ସେନାର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ୧୯୯୧ ଉପସାଗରୀୟ ଯୁଦ୍ଧ ପରେ କଲିନ୍ ପାଓ୍ୱେଲଙ୍କ ଲୋକପ୍ରିୟତା ବଢ଼ିଯାଇଥିଲା ।

ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ବି କାମ କରିଛନ୍ତି । ରିପବ୍ଲିକାନ୍ ରାଷ୍ଟ୍ରପତି ଡୋନାଲ୍ଡ ରିଗେନଙ୍କ ସମୟରେ ୧୯୮୭ରୁ ୧୯୮୯ ଯାଏ ସେ ଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ।

Leave A Reply

Your email address will not be published.