Latest Odisha News

BREAKING NEWS

ଜୁନ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ CBSE ଦଶମ ଶ୍ରେଣୀ ଫଳାଫଳ

ନୂଆଦିଲ୍ଲୀ: ସିବିଏସଇ ଦଶମ ଶ୍ରେଣୀ ଫଳାଫଳ ପ୍ରକାଶ ଲାଗି ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ୨୧.୫ ଲକ୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ଆସିବ । ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲିଖିତ ପରୀକ୍ଷାକୁ ବାତିଲ୍ କରିଥିଲା ସିବିଏସଇ ।

ବୋର୍ଡର ଗାଇଡଲାଇନ୍ ଅନୁସାରେ ୨୦ ମାର୍କ ଇଣ୍ଟରନାଲ୍ ଆସେସମେଣ୍ଟ ଥିବାବେଳେ ୮୦ ମାର୍କ ବାର୍ଷିକ ବୋର୍ଡ ପରୀକ୍ଷା ଲାଗି । ଚଳିତବର୍ଷ ବୋର୍ଡ ପରୀକ୍ଷା ହୋଇନଥିବାରୁ ୮୦ ମାର୍କ ସ୍କୁଲ୍ କର୍ତ୍ତୃପକ୍ଷ ଶିକ୍ଷାର୍ଥୀଙ୍କ ବିଭିନ୍ନ ଟେଷ୍ଟ ଓ ପରୀକ୍ଷାକୁ ନଜରରେ ରଖି ମାର୍କ ଦେବେ ।

ଏଥିପାଇଁ ସ୍କୁଲରେ କମିଟି ଗଠନ ହେବ । ପ୍ରିନ୍ସିପାଲଙ୍କ ସହ ୭ ଜଣ ଶିକ୍ଷକ ଏହି କମିଟିରେ ରହିବେ । କମିଟିରେ ସ୍କୁଲର ୫ ଜଣ ଶିକ୍ଷକ ଗଣିତ, ସାମାଜିକ ବିଜ୍ଞାନ, ବିଜ୍ଞାନ ସହ ଅନ୍ୟ ୨ଟି ଭାଷାରୁ ରହିବେ । ଏବଂ ନିକଟ ଅନ୍ୟ ସ୍କୁଲରୁ ୨ ଜଣ ଶିକ୍ଷକଙ୍କୁ କମିଟିରେ ରଖାଯିବ ।

Leave A Reply

Your email address will not be published.