Latest Odisha News

BREAKING NEWS

ସିସିଡିର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଭାରତର ସର୍ବବୃହତ କଫି ସପ୍ ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ତଥା ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ବୁଧବାର ଦିନ ନେତ୍ରାବତୀ ନଦୀ ମଧ୍ୟରୁ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ପ୍ରାୟ ୬ଟା ୩୦ମି. ସମୟରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ମାଙ୍ଗାଲୁରୁସି୍ଥତ ନେତ୍ରାବତୀ ନଦୀ ବ୍ରିଜ୍ ନିକଟରେ ତାଙ୍କ କାରରୁ କୌଣସିକାରଣବଶତଃ ଓହ୍ଲାଇ ପଡିଥିଲେ । ପାଖାପାଖି ୧ଘଣ୍ଟା ପରେ ମଧ୍ୟ ସେ ନଫେରିବାରୁ ଡ୍ରାଇଭର ଜଣକ ତାଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ ।

Leave A Reply

Your email address will not be published.