Latest Odisha News

ଓଡ଼ିଶା ପୋଲିସକୁ ଆଜି ଗୁରୁମନ୍ତ୍ର ଦେବେ ସିଡିଏସ୍ ଜେନାରାଲ ବିପିନ ରାଓ୍ୱତ

ଭୁବନେଶ୍ୱର: ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ଆଜି ସମ୍ମିଳନୀରେ ପୋଲିସ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେବେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ବା ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତ । ଭର୍ଚୁଆଲରେ ଉଦବୋଧନ ଦେବେ ଜେନେରାଲ୍‌ ରାଓ୍ଵତ ।

ଦେଶର ସୁରକ୍ଷା ଦୃଷ୍ଟିକୋଣ, ପୋଲିସର ଭୂମିକା ଓ ସେମାନେ ବର୍ତ୍ତମାନ ପରିସ୍ଥିତିରେ ସାମନା କରୁଥିବା ବିଭିନ୍ନ ଚ୍ୟାଲେଞ୍ଜ ଉପରେ ଗୁରୁତ୍ୱପୂର୍ଣ୍ଣ କଥା କହିପାରନ୍ତି ଜେନେରାଲ୍‌ ରାଓ୍ଵତ । ଗତକାଲି ପୋଲିସ ସମ୍ମିଳନୀର ଥିଲା ଉଦଘାଟନୀ ଦିବସ । ପୋଲିସ ଅଧିକାରୀଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ ପୋଲିସ ଡିଜି । ଆସନ୍ତା ୩୦ ଯାଏ ଏହି ସମ୍ମିଳନୀ ଚାଲିବ ।

Leave A Reply

Your email address will not be published.