Latest Odisha News

ଆମେରିକା ଏକାସାଙ୍ଗେ ୪ଟି ଐତିହାସିକ ସଙ୍କଟ ଦେଇ ଗତି କରୁଛି; ଜୋ ବାଇଡେନ୍‌

ନୂଆଦିଲ୍ଲୀ: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ରବିବାର କହିଛନ୍ତି ଯେ ତାଙ୍କ ଦେଶ ଏକାସାଙ୍ଗରେ ଚାରୋଟି ଐତିହାସିକ ସଙ୍କଟ ଦେଇ ଗତି କରୁଛି ଏବଂ ସମୟ ସୀମାକୁ ମୁକାବିଲା କରିବା ପାଇଁ ତାଙ୍କ ଦଳ କଠିନ ପରିଶ୍ରମ କରୁଛି।

“କୋଭିଡ୍-୧୯ ଆରମ୍ଭ କରି ଅର୍ଥନୀତି, ଜଳବାୟୁ ପରିବର୍ତ୍ତନ ଏବଂ ଜାତିଗତ ନ୍ୟାୟ ପର୍ଯ୍ୟନ୍ତ – ଆମ ଦେଶ ଏକାସାଙ୍ଗରେ ଚାରୋଟି  ଐତିହାସିକ ସଙ୍କଟ ଦେଇ ଗତି କରୁଛି। ଏ ନେଇ ବାଇଡେନ୍‌ ଟ୍ୱିଟ କରି କହିଛନ୍ତି ଯେ ଆସନ୍ତା ମାସଠାରୁ ସମୟ ନଷ୍ଟ ନ କରି ମୁଁ ଏବଂ ମୋର ଦଳ କଠିନ ପରିଶ୍ରମ କରିବୁ।

ବାଇଡେନ୍‌ଙ୍କ ଟ୍ୱିଟର କିଛି ଘଣ୍ଟା ପରେ ରାଷ୍ଟ୍ରପତି ଟ୍ରମ୍ପ ଆନୁଷ୍ଠାନିକ ଭାବରେ ଟ୍ରିଲିୟନ ଡଲାର କରୋନାଭାଇରସ ରିଲିଫ ଏବଂ ସରକାରୀ ଖର୍ଚ୍ଚ ବିଲରେ ଦସ୍ତଖତ କରିଛନ୍ତି ବୋଲି ଦି ହିଲ ରିପୋର୍ଟ କରିଛି।

ଶନିବାର ଦିନ ବାଇଡେନ୍‌ ଡୋନାଲ୍ଡ ଟ୍ରମ୍ପଙ୍କୁ “ଦାୟିତ୍ବର ଅପବ୍ୟବହାର” କରିଥିବା ଅଭିଯୋଗ କରିଛନ୍ତି ଏବଂ ବିଚାରାଧୀନ ଥିବା କୋଭିଡ-୧୯ ରିଲିଫ ବିଲରେ ତୁରନ୍ତ ଦସ୍ତଖତ କରିବାକୁ ରାଷ୍ଟ୍ରପତିଙ୍କୁ ଦାବି କରିଛନ୍ତି।

Comments are closed.