Latest Odisha News

BREAKING NEWS

ପରୀକ୍ଷା ଚାଲିଥିବାବେଳେ ଖସି ପଡିଲା ଫ୍ୟାନ

କଟକ: କଟକ ଜିଲ୍ଲା ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଅଘଟଣ । ପରୀକ୍ଷା ଚାଲିଥିବାବେଳେ ଖସିପଡିଲା ଫ୍ୟାନ । ଫ୍ୟାନ ତଳେ ବସିଥିବା  ୨ ଛାତ୍ରଙ୍କ ଉପରେ ଏହା ଛିଡ଼ିପଡ଼ିଥିବା ଜଣାପଡ଼ିଛି । ଫଳରେ ଉଭୟେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆାହତ ଛାତ୍ର ଦ୍ୱୟ ହେଲେ ସମୀର ସେଠୀ ଓ ତାପସ ଜେନା  ।

ମିଳିଥିବା ଖବରରୁ ଜଣାଯାଇଛି,  ଜଣେ ଛାତ୍ରଙ୍କ ବେକରେ ଆଘାତ ଲାଗିଥିବାବେଳେ ଅନ୍ୟ ଜଣେ ଛାତ୍ରଙ୍କ ମୁଣ୍ଡରେ ଆଘାତ ଲାଗିଛି । ଉଭୟେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ବିଭାଗର ଛାତ୍ର । ସମୀରଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ  ତାପସଙ୍କ ବେକରେ ଆଘାତ ଲାଗିଛି । ଏହି ଘଟଣା ପରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନ ଭୟଭୀତ ହୋଇ ଯାଇଥିଲେ ।

ଏହି ଘଟଣା ପରେ କଲେଜର ଅବ୍ୟବସ୍ଥା ପଦାକୁ ଆସିଛି । ଖରାଦିନ ପୂର୍ବରୁ ଫ୍ୟାନକୁ କାହିଁକି ମରାମତି କରାଯାଇ ନାହିଁ ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି

Leave A Reply

Your email address will not be published.