ରାହୁଲ ମାଗିଲେ ଜବାବ, ପ୍ରଶ୍ନ ପଚାରିଲେ ଜେଲରେ ପୁରାଉଛି କେନ୍ଦ୍ର ସରକାର
ଦରଦାମ ବୃଦ୍ଧିକୁ ନେଇ ରାଜଧାନୀ ଦିଲ୍ଲୀରେ କଂଗ୍ରେସର ଜବରଦସ୍ତ ବିକ୍ଷୋଭ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ କଂଗ୍ରେସ ପକ୍ଷରୁ ସାରା ଦେଶରେ ଆଜି ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ଦିଲ୍ଲୀରେ ପ୍ରବଳ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବରିଷ୍ଠ କଂଗ୍ରେସ ନେତାମାନେ ବିଜେପି ସରକାର ବିରୋଧରେ ରଣହୁଙ୍କାର କରିଥିଲେ । କଳାପୋଷାକ ପିନ୍ଧି ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରିଥିଲେ । କଂଗ୍ରେସ ପୂର୍ବତନ ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧି ମଧ୍ୟ ବିଜେପି ସରକାର ବିରୋଧରେ ଅନେକ ଅନେକ ଅଭିଯୋଗ ଆଣିଥିଲେ ।
LIVE: Press Briefing | AICC HQ | New Delhi#महंगाई_पर_हल्ला_बोल https://t.co/kS47YWtDCf
— Rahul Gandhi (@RahulGandhi) August 5, 2022
ରାହୁଲ କହିଥିଲେ ଭାରତରେ ଆଜି ଏକଛତ୍ରବାଦ ଶାସନ ଚାଲିଛି । ବିରୋଧୀଙ୍କୁ ସଂସଦରେ କହିବାକୁ ମୋଦି ସରକାର ସମୟ ଦେଉନାହାଁନ୍ତି । କେନ୍ଦ୍ରୀୟ ସଂସ୍ଥାକୁ ବିରୋଧୀଙ୍କ ବିରୋଧରେ ଜାଣିଶୁଣି ଲଗାଯାଇ ନିର୍ଯ୍ୟାତନା ଦିଆଯାଉଛି ।
Democracy is a memory. pic.twitter.com/CnobQwSm44
— Rahul Gandhi (@RahulGandhi) August 5, 2022
ସବୁ କେନ୍ଦ୍ରୀୟ ସଂସ୍ଥା ଏବେ ଆରଏସଏସର ନିୟନ୍ତ୍ରଣରେ ରହିଛି । ଆମ ସରକାର ଥିବାବେଳେ ଏହି ସବୁ ଏପରି ନଥିଲେ, ସେମାନଙ୍କର ସ୍ବାଧୀନତା ଥିଲା । ଏବେ ଏହାକୁ ଆରଏସଏସ ଏବଂ ବିଜେପି ନେତାମାନେ ନିୟନ୍ତ୍ରଣ କରୁଛନ୍ତି ।
Delhi | Congress MP Rahul Gandhi, Party's Gen Secretary Priyanka Gandhi Vadra and other Congress leaders leave from New Police Lines Kingsway Camp PS
Congress leaders were detained by police during a protest against the Central government on price rise and unemployment in Delhi pic.twitter.com/uZvfJMhiIG
— ANI (@ANI) August 5, 2022
ରାହୁଲ ଗାନ୍ଧି ପୁଣି କହିଥିଲେ ଏବେ ସବୁଠୁ ଅଧିକ ବେରୋଜଗାରୀ ଭାରତରେ ରହିଛନ୍ତି । ସରକାର ନିଯୁକ୍ତିର ନାଗନ୍ଧ ଧରୁନାହାଁନ୍ତି । କହିଲେ ଓଲଟି ଜେଲରେ ପୁରାଇବାକୁ ଧମକ ଦେଉଛନ୍ତି । ସବୁଠୁ ଅଧିମ ଦରବୃଦ୍ଧି ମଧ୍ୟ ଭାରତରେ ଦେଖାଦେଇଛି । ବିଶେଷ କରି ଖାଦ୍ୟ ଶସ୍ୟରେ ଯେଉଁଭଳି ଜିଏସଟି ଲଗାଯାଉଛି ତାହାକୁ ଏ ସରକାର ଠିକ ବୋଲି କହୁଛନ୍ତି । ବିଜେପି କେନ୍ଦ୍ରୀୟ ଏଜେନିସକୁ ଲଗାଇ କଂଗ୍ରେସ ନେତାଙ୍କ ଉପରେ ନିର୍ଯ୍ୟାତନା ଦେଉଛି ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧି । ସେ ମଧ୍ୟ କଳା ପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ ।
Delhi | Congress MPs in Parliament wear black clothes in protest against inflation and unemployment pic.twitter.com/hktfGvfDqt
— ANI (@ANI) August 5, 2022
କଂଗ୍ରେସର ସମସ୍ତ ବରିଷ୍ଠ ନେତା ଆଜି ଦିଲ୍ଲୀରେ କେନ୍ଦ୍ର ସରକାରଙ୍କୁ ବିରୋଧ ପ୍ରଦର୍ଶନରେ ସାମିଲ ହୋଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ବିରୋଧ ପ୍ରଦର୍ଶନ ବେଳେ ବହୁ ବରିଷ୍ଠ ନେତାଙ୍କୁ ଅଟକ ରଖିଥିଲେ ପୋଲିସ । ପରେ ସେମାନଙ୍କୁ ଛଡା ଯାଇଥିବା ଜଣାପଡିଛି ।
Rahul, Priyanka Gandhi and other Congress leaders released from detention
Read @ANI Story | https://t.co/ZOGXvHGxaP#BreakingNews #RahulGandhi #PriyankaGandhi #CongressProtest pic.twitter.com/OD927Vmzgb
— ANI Digital (@ani_digital) August 5, 2022
Comments are closed.