Latest Odisha News

BREAKING NEWS

ମଣିପୁରରେ ମହିଳାଙ୍କ ସହ ବର୍ବରତା ମାମଲାର ଯାଞ୍ଚ କରିବ ସିବିଆଇ, ରାଜ୍ୟ ବାହାରେ ହେବ ଟ୍ରାଏଲ୍

ନୂଆଦିଲ୍ଲୀ: ମହିଳାଙ୍କୁ ବିବସ୍ତ୍ର କରି ଚଲାଇବା ଘଟଣାର ତଦନ୍ତ କରିବ ସିବିଆଇ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଣିପୁରରେ ମହିଳାଙ୍କ ସହ ବର୍ବରତା ମାମଲାର ସବିଆଇ ତଦନ୍ତ ପାଇଁ ସୁପାରିସ୍ କରିଛି । ମଣିପୁର ମାମଲାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ହେଉଥିବା ବେଳେ ସରକାର ସିବିଆଇ ତଦନ୍ତ ନିଷ୍ପତ୍ତି ନେଇଛନ୍ତି ।

ପିଟିଆଇ ଅନୁସାରେ, ଯେଉଁ ମୋବାଇଲରେ ମହିଳାଙ୍କ ଭିଡିଓ ସୁଟ୍ ହୋଇଥିଲା ତାକୁ ଜବତ କରାଯାଇଛି । ଯିଏ ଭିଡିଓ ସୁଟ୍ କରିଥିଲେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି । କେନ୍ଦ୍ର ସରକାର କୁକି ଓ ମୈତଇ ଉଭୟ ସମ୍ପ୍ରଦାୟ ସହ ଆଲୋଚନା କରିଥିବା ଜଣାପଡ଼ିଛି ।

ତେବେ ମହିଳାଙ୍କ ସହ ବର୍ବରତା ମାମଲାର ଟ୍ରାଏଲ୍ ମଣିପୁର ବାହାରେ ଉତ୍ତରପୂର୍ବ ରାଜ୍ୟରେ କରିବାକୁ ସରକାର ଚାହୁଁଛନ୍ତି । ଏନେଇ ସରକାର କୋର୍ଟରେ ସତ୍ୟପାଠ ଦେବେ । ସଂସଦର ମୌସୁମୀ ଅଧିବେଶନ ସମୟରେ ମଣିପୁରର ଭିଡିଓ ଭାଇରାଲ୍ ହୋଇଥିଲା । ଯାହାକୁ ନେଇ ସଂସଦରେ ହଟ୍ଟଗୋଳ ଲାଗି ରହିଛି । ବିରୋଧୀ ଦାବି କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ମନ୍ତବ୍ୟ ରଖନ୍ତୁ ।

ମେ ୩ରୁ ମଣିପୁର ଅଶାନ୍ତ ହୋଇ ଉଠିଥିବା ବେଳେ ୩୫ ହଜାର ଅତିରିକ୍ତ ଫୋର୍ସ ମୁତୟନ ହୋଇଛନ୍ତି । କୁକି ଓ ମୈତେଇ ସମ୍ପଦ୍ରାୟ ମଧ୍ୟରେ ହୋଇଥିବା ହିଂସାରେ ଏବେ ସୁଦ୍ଧା ୧୬୦ ଜଣଙ୍କ ଜୀବନ ଯାଇଛି । ତେବେ ମେ ୪ରେ ଦୁଇ ମହିଳାଙ୍କ ସହ ଘଟିଥିବା ବର୍ବରତାର ଭିଡିଓ ଭାଇରାଲ୍ ପରେ ଦେଶବ୍ୟାପୀ ଆକ୍ରୋଶ ଦେଖା ଦେଇଛି ।

Leave A Reply

Your email address will not be published.