Latest Odisha News

ଆଧାର-ଭୋଟର ଲିଙ୍କ ସମୟ ସୀମା ବର୍ଷେ ଘୁଞ୍ଚିଲା; ଜାଣନ୍ତୁ, କେମିତି କରିବେ ଲିଙ୍କ

ଭୁବନେଶ୍ୱର: ସ। ମାର୍ଚ୍ଚ ୩୧ ତାରିଖ ୨୦୨୪ ପର୍ଯ୍ୟନ୍ତ ପୁଣି ବଢିଲା ଅବଧି । ଅଧିକାରୀକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆଧାର-ଭୋଟର ଲିଙ୍କ ପାଇଁ ଲୋକଙ୍କୁ ପୁଣି ଏକ ବର୍ଷ ସମୟ ଦିଆଯାଇଛି । ଏହି ସମୟସୀମା ଭିତରେ ଠିକ ଭାବେ ସମସ୍ତଙ୍କୁ ଆଧାର-ଭୋଟର ଲିଙ୍କ କରାଇବାକୁ ପଡିବ ବୋଲି କୁହାଯାଇଛି ।

ଆଧାର-ଭୋଟର ଲିଙ୍କ ପାଇଁ ପୂର୍ବରୁ ଡେଡଲାଇନ ଏପ୍ରିଲ ୧ ରଖାଯାଇଥିଲା । ଏହାର ସମୟସୀମା ପୁଣି ଏକ ବର୍ଷ ବଢାଇ ଦେବା ପରେ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ୨୦୨୨ ଜୁନ ୧ ତାରିଖରେ ଆଇନ ମନ୍ତ୍ରାଳୟ ପକ୍ଷରୁ ଆଧାର-ଭୋଟର ଲିଙ୍କ କରିବା ପାଇଁ କୁହାଯାଇଥିଲା ।

ଇଲେକ୍ସନ କମିଶନ ଅଫ ଇଣ୍ଡିଆ ପକ୍ଷରୁ ମଧ୍ୟ ଏହି  ଲିଙ୍କକୁ ଗୁରୁତ୍ୱ ଦିଆଯାଉଥିଲା । ଏହାଦ୍ୱାରା ଜଣେ ବ୍ୟକ୍ତଙ୍କ ନାଁ ଦୁଇଟି ନିର୍ବାଚନମଣ୍ଡଳୀରେ ଥିଲେ କିମ୍ବା ଗୋଟିଏ ନିର୍ବାଚନମଣ୍ଡଳୀରେ ଜଣେ ବ୍ୟକ୍ତିଙ୍କ ନାଁ ୨ ଥର ଥିଲେ ତାହା ଜଣାପଡିଯବ । ଏହାବ୍ୟତୀତ ବିଭିନ୍ନ କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ଏହି ଆଧାର-ଭୋଟର ଲିଙ୍କକୁ ଗୁରୁତ୍ୱ ଦିଆଯାଉଛି ।

କେମିତି କରିବେ ଭୋଟର-ଆଧାର ଲିଙ୍କ

୧-ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋର ବା ଆପ ଷ୍ଟୋରରୁ ‘ଭୋଟର ହେଲପ ଲାଇନ ଆପ୍’ ଡାଉନଲୋଡ କର ଇନଷ୍ଟଲ କରନ୍ତୁ ।

୨-ଆପ ଖୋଲିବା ପରେ ‘ଆଇ ଏଗ୍ରି’ ଉପରେ କ୍ଲିକ କରନ୍ତୁ । ତା‘ ପରେ ‘Next.’ରେ କ୍ଲିକ କରନ୍ତୁ ।

3-ଏବେ ଭୋଟର ରେଜିଷ୍ଟ୍ରେଶନରେ କ୍ଲିକ କରନ୍ତୁ । ତା’ ପରେ ଇଲେକ୍ଟ୍ରୋରାଲ ଅଥେଣ୍ଟିକେଶନ ଫର୍ମକୁ ଯାଆନ୍ତୁ ।

୪-ଏହାପରେ Let’s Start ଅପସନରେ କ୍ଲିକ କରନ୍ତୁ । ତା‘ ପରେ ମୋବାଇଲ ନମ୍ବର ଟାଇପ କରନ୍ତୁ ଏବଂ Send OTP ରେ କ୍ଲିକ କରନ୍ତୁ ।

୫-ଓଟିପି ପାଇବା ପରେ ‘Yes I have Voter Id’ରେ କ୍ଲିକ କରନ୍ତୁ । ଏହା ପରେ ‘Next.’ ଅପସନରେ କ୍ଲିକ କରନ୍ତୁ ।

୬-ଏବେ ନିଜର ଭୋଟର ଆଇଡି ଟାଇପ କରନ୍ତୁ  କିମ୍ବା EPIC ନମ୍ବର ଟାଇପ କରନ୍ତୁ । ଏହାପରେ ତୁମର ରାଜ୍ୟର ନାଁ ସିଲେକ୍ଟ କରିବା ସହ Fetch details ରେ କ୍ଲିକ କରନ୍ତୁ । ତା ପରେ Proceed ଅପସନରେ କ୍ଲିକ କରନ୍ତୁ ।

୭-ସ୍କ୍ରିନରେ ଦେଖାଉଥିବା ବିବରଣୀକୁ ଭଲ କରି ପଢିନିଅନ୍ତୁ । ସମସ୍ତ ତଥ୍ୟ ଠିକ ଥିଲେ Next ଅପସନରେ କ୍ଲିକ କରନ୍ତୁ ।

୮-ଏହାପରେ ଆଧାର ନମ୍ବର, ମୋବାଇଲ ନମ୍ବର, ଦରଖାସ୍ତ ଆବେଦନର ସ୍ଥାନ ଦିଅନ୍ତୁ। ଏହାପରେ Doneରେ କ୍ଲିକ କରନ୍ତୁ ।

୯-ଏହାପରେ  6B ଫର୍ମର ପେଜ ସ୍କ୍ରିନରେ ଡିସପ୍ଲେ ହେବ । ସମ୍ପୂର୍ଣ୍ଣ ବିବରଣୀ ଭଲକରି ଦେଖିନେବା ପରେ 6B ଫର୍ମ ସବମିଶନ ପାଇଁ କନଫର୍ମ ଅପ୍ସନରେ କ୍ଲିକ କରନ୍ତୁ ।

Leave A Reply

Your email address will not be published.