Latest Odisha News

BREAKING NEWS

ମହିଳା ବକ୍ସିଂ ଚାମ୍ପିୟନଶିପ: ନିଖତ, ନୀତୁ, ମନୀଷା କ୍ୱାର୍ଟରରେ

ନୂଆଦିଲ୍ଲୀ: ଟାଇଟଲ ଫେଭରାଇଟ ନିଖତ ଜରୀନଙ୍କ ସମେତ ଭାରତର ୩ ବକ୍ସର ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଚାମ୍ପିୟନ ନିଖତ ୫୦ କିଗ୍ରା କାଟାଗୋରୀର ପ୍ରି-କ୍ୱାର୍ଟର ମୁକାବିଲାରେ ମେକ୍ସିକୋର ଫାତିମା ହେରାରାଙ୍କୁ ସହଜରେ ପରାସ୍ତ କରିଥିଲେ । ପରବର୍ତୀ ରାଉଣ୍ଡରେ ସେ ଥାଇଲାଣ୍ଡର ଛୁଥମେତ ରକ୍ଷତଙ୍କୁ ଭେଟିବେ । ସେହିପରି ୪୮ କିଗ୍ରା କାଟାଗୋରୀରେ ନୀତୁ କାଜକସ୍ତାନର ସୁମୈୟା କୋସିମୋୱା ଓ ୫୭ କିଗ୍ରା ବିଭାଗରେ ମନୀଷା ତୁର୍କୀର ନୁର ତୁରହାନଙ୍କୁ ହରାଇ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

ଏହି ୨ଟି ଯାକ ମୁକାବିଲାକୁ ରେଫରୀ ଅଧାରୁ ବନ୍ଦ କରି ଭାରତୀୟ ବକ୍ସରଙ୍କୁ ବିଜୟୀ ଘୋଷିତ କରିଥିଲେ । ଚଳିତ ଚାମ୍ପିୟନଶିପରେ ଭାରତୀୟ ବକ୍ସରଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଏ ପର୍ଯ୍ୟନ୍ତ ନୀତୁ, ନିଖିତ, ସାକ୍ଷୀ ଚୌଧୁରୀ, ଜସ୍ମିନ, ଲୋଭଲିନା ବୋରଗୋହେନ, ସାୱିଟୀ ବୁରା, ନୂପୁର ଶେରନ ବୁଧବାର କ୍ୱାର୍ଟର ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ ।

Leave A Reply

Your email address will not be published.