Latest Odisha News

BREAKING NEWS

ଓଡ଼ିଶା ଲାଗି ୨୦୧୪ ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଛି କେନ୍ଦ୍ର: ନବୀନ

ନବରଙ୍ଗରପୁର: ୨୦୧୪ ନିର୍ବାଚନରେ ଓଡ଼ିଶା ଲାଗି ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି କେନ୍ଦ୍ର, ବୋଲି ଶନିବାର ଦିନ ଏକ ନିର୍ବାଚନୀ ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବରଙ୍ଗପୁର ଜିଲ୍ଲା ରାଇଗଡ଼ଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ନବୀନ କହିଛନ୍ତି, ନବରଙ୍ଗପୁର ଜିଲ୍ଲାରେ ରେଳପଥ ନିର୍ମାଣ କରିବା ଏବଂ ଧାନର ସର୍ବନିମ୍ନ ମୂଲ୍ୟକୁ (ଏମଏସପି)ଦ୍ୱିଗୁଣିତ ବୃଦ୍ଧି କରିବାକୁ କେନ୍ଦ୍ର ପ୍ରତିଶୃତି ଦେଇଥିଲା । “ସେହି ପ୍ରତିଶ୍ରୁତି ଗୁଡ଼ିକ କୁଆଡ଼େ ଗଲା?,” ବୋଲି ନବୀନ ପ୍ରଶ୍ନ ପଚାରିଛନ୍ତି ।

କେନ୍ଦ୍ର ସରକାର ତଥା ବିଜେପିଠାରୁ ଜନସାଧାରଣ ସ୍ପଷ୍ଟିକରଣ ଚାହୁଁଛନ୍ତି, କାହିଁକି କେନ୍ଦ୍ର କେବିକେ ଯୋଜନା ବନ୍ଦ କରିଦେଇଛି, ପ୍ରତିବର୍ଷ ୨ କୋଟି ଯୁବାବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ କେନ୍ଦ୍ର ମଧ୍ୟ ପ୍ରତିଶ୍ରୁତି ଦେଇଥିଲା । ମହାନଦୀକୁ ଜଳ ପ୍ରବାହ କାହିଁକି ବନ୍ଦ ହୋଇଛି? କେନ୍ଦ୍ରକୁ ସମାଲୋଚନା କରି ଏହିପରି ପ୍ରଶ୍ନ ପଚାରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ।

ଆଜିର ଏହି ବିଶାଳ ଜନସମାବେଶକୁ ସମ୍ବୋଧିତ କରିବା ଅବସରରେ ନବୀନ କେନ୍ଦ୍ରକୁ କଟାକ୍ଷ କରି କହିଛନ୍ତି,


କେନ୍ଦ୍ରର ଓଡ଼ିଶା ପ୍ରତି କେନ୍ଦ୍ର ସମ୍ପୂର୍ଣ୍ଣ ଉଦାସୀନତା ପ୍ରଦର୍ଶନ କରିଛି । କେନ୍ଦ୍ରର କୌଣସି ନେତୃବର୍ଗ ଓଡ଼ିଶାର ପ୍ରାକୃତିକ ଦୁର୍ବିପାକ ସମୟରେ ଆସି ନାହାନ୍ତି । ଏପରିକି କୌଣସି କେନ୍ଦ୍ରୀୟ ବିଜେପି ନେତୃବର୍ଗ ଗତ ୫ ବର୍ଷ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଗସ୍ତ କରିନାହାନ୍ତି ।

କେନ୍ଦ୍ରକୁ କଡ୍ଡା ସମାଲୋଚନା କରି ନବୀନ କହିଛନ୍ତି, ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କ ବୃତି କାଟିଦେବା ତଥା ରାଜ୍ୟର ଚାଷୀଙ୍କୁ ଫସଲ ବୀମା ଦେବାରେ କେନ୍ଦ୍ର ଅହେତୁକ ଅବହେଳା କରିଛନ୍ତି, ବୋଲି ନବୀନ ଏହି ସଭାରେ କହିଛନ୍ତି ।

କାଳିଆ ଯୋଜନାକୁ ତାଙ୍କ ସରକାର ଅଗ୍ରାଧିକାର ଦେଇ ଆସିଛି ବୋଲି ସେ କହିଛନ୍ତି । ଏପର୍ଯ୍ୟନ୍ତ ପ୍ରାୟ ୪୦ ଲକ୍ଷ କୃଷକ ଆର୍ଥିକ ସହାୟତା ପାଇପାରିଛନ୍ତି । ସେ ଯଦି ପୁନର୍ବାର କ୍ଷମତାକୁ ଆସନ୍ତି ତେବେ, ଆଗାମୀ ଦିନରେ ଆହୁରି ୨୫ ଲକ୍ଷ ଯୋଗ୍ୟ କୃଷକମାନେ ଏହି ଯୋଜନା ଅନୁଯାୟୀ ଉପକୃତ ହୋଇପାରିବେ, ଯୋଗ୍ୟ ଚାଷୀଙ୍କ ଖାତାକୁ ୧୦ ହଜାର ଟଙ୍କା ଲେଖାଏଁ ସିଧା ଆର୍ଥିକ ସହାୟତା ପହଞ୍ଚିପାରିବ । ଏହି କାଳିଆ ଯୋଜନା ଅନ୍ତର୍ଗତ କୌଣସି ଚାଷୀ ବା ଯୋଗ୍ୟ ହିତାଧିକାରୀ ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହେବେ ନାହିଁ ବୋଲି ଏହି ବିଶାଳ ଜନସମାବେଶରେ ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।

Leave A Reply

Your email address will not be published.