Latest Odisha News

BREAKING NEWS

ବିଜେପି ଟିକଟରେ ଜଗତସିଂହପୁର ଲୋକସଭା ଆସନରୁ ଲଢିବେ ବିଭୁ ତରାଇ

ଭୁବନେଶ୍ୱର : ଓଡିଶା ଲୋକସଭା ଓ ବିଧାନସଭା ଆସନ ଲାଗି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଶନିବାର ଦିନ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ଦଳ ପକ୍ଷରୁ ଓଡିଶାର ଗୋଟିଏ ଲୋକସଭା ଆସନ ଓ ୨ଟି ବିଧାନସଭା ନିର୍ବାଚନୀମଣ୍ଡଳୀ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

ବିଜେପି ଜଗତସିଂହପୁର ଲୋକସଭା ଆସନରୁ ବିଭୁ ତରାଇଙ୍କୁ ଟିକେଟ୍ ଦେଇଛି ।

ସୂଚନାଯୋଗ୍ୟ କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ଶ୍ରୀଯୁକ୍ତ ତରାଇ ଟିକେଟ୍ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ଏପ୍ରିଲ୍ ୪ ତାରିଖରେ ଦଳରୁ ଇସ୍ତଫା ଦେଇଥିଲେ । ଆହୁରି ମଧ୍ୟ କଂଗ୍ରେସ ତାଙ୍କୁ ତିର୍ତ୍ତୋଲ ବିଧାନସଭା ଆସନରୁ ପ୍ରାର୍ଥୀ ଭାବେ ଚୟନ କରିଥିଲା ।

୨ଟି ବିଧାନସଭା ନିର୍ବାଚନୀମଣ୍ଡଳୀର ପ୍ରାର୍ଥୀ ହେଲେ-

କେନ୍ଦ୍ରାପଡା- ସୁନକର ବେହେରା

କାକଟପୁର- ରବି ମଲ୍ଲିକ

Leave A Reply

Your email address will not be published.