Latest Odisha News

BREAKING NEWS

ଆଶାକର୍ମୀଙ୍କ ଟ୍ରାଭେଲ୍ ଆଲାଉନ୍ସ ବୃଦ୍ଧି କଲେ କେନ୍ଦ୍ରସରକାର

ନୂଆଦିଲ୍ଲୀ : ଆଶାକର୍ମୀ ମାନଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ବୁଧବାର ଦିନ ଠାରୁ ଦେଶରେ କର୍ମରତ ସମସ୍ତ ଆଶାକର୍ମୀଙ୍କ ଟ୍ରାଭେଲ୍ ଆଲାଉନ୍ସ (ଗସ୍ତ ଭତ୍ତା) କୁ ବୃଦ୍ଧି କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ସମସ୍ତ ଆଶାକର୍ମୀଙ୍କ ପରିବର୍ତ୍ତିତ (ଟିଏ) ଅନୁସାରେ ୨୫୦ ଟଙ୍କା ପରିବର୍ତ୍ତେ ୩୦୦ ଟଙ୍କା ପାଇବେ ।

ଏଥିସହିତ ଯେଉଁ ଆଶାକର୍ମୀ ମାସିକ ୨୫୦ ଟଙ୍କା ହିସାବରେ ୨୦ ଦିନରେ ୫ହଜାର ପାଉଥିଲେ କିନ୍ତୁ ଏହି ବର୍ଦ୍ଧିତ ଭତ୍ତା ଅନୁସାରେ ଆଶାକର୍ମୀ ମାନେ ମାସିକ ୩ଶହ ଟଙ୍କା ହିସାବରେ ମୋଟ ୬ ହଜାର ଟଙ୍କା ପାଇବେ ।

Leave A Reply

Your email address will not be published.