Latest Odisha News

ଅନଲାଇନରେ ସିଟ୍ ବେଲ୍ଟ ଆଲାରାମ ଷ୍ଟପର୍ କ୍ଲିପ୍ ବିକ୍ରି, ଆମାଜନ ଭଳି ସଂସ୍ଥା ବିରୋଧରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଗ୍ରାହକ ସୁରକ୍ଷା ଆଇନ, ୨୦୧୯ ର ଉଲ୍ଲଂଘନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) କାର ସିଟ୍ ବେଲ୍ଟ ଆଲାରାମ ଷ୍ଟପର୍ କ୍ଲିପ୍ ବିକ୍ରୟ କରୁଥିବାରୁ ଟପ୍ ପାଞ୍ଚଟି ଇ-କମର୍ସ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଜାରି କରିଛି। ଏହି କ୍ଲିପ୍ ଗୁଡିକ ସିଟ୍ ବେଲ୍ଟ ନ ପିନ୍ଧିବା ସମୟରେ ଆଲାରାମ ବିପ୍ ବନ୍ଦ କରି ଗ୍ରାହକଙ୍କ ଜୀବନକୁ ବିପଦରେ ପକାଇଥାଏ।

ମୁଖ୍ୟ କମିଶନର ଶ୍ରୀମତୀ ନିଧି ଖାରେଙ୍କ ନେତୃତ୍ୱରେ ସିସିପିଏ ଆମାଜନ, ଫ୍ଲିପକାର୍ଟ, ସ୍ନାପଡାଲ, ସପ୍‌କ୍ଲୁଜ ଏବଂ ମେସୋ ଗ୍ରାହକଙ୍କ ଅଧିକାର ଉଲ୍ଲଂଘନ ଏବଂ ଅନୈତିକ ବାଣିଜ୍ୟ ଅଭ୍ୟାସ ବିରୁଦ୍ଧରେ ନିର୍ଦ୍ଦେଶ ଦେଇଛି।

କାର୍ ସିଟ୍ ବେଲ୍ଟ ଆଲାରାମ ଷ୍ଟପର୍ କ୍ଲିପ୍ ବିକ୍ରୟ ପ୍ରସଙ୍ଗ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଚିଠି ମାଧ୍ୟମରେ ଗ୍ରାହକ ବ୍ୟାପାର ବିଭାଗ ଦ୍ୱାରା ସିସିପିଏକୁ ନୋଟିସ ପ୍ରଦାନ କରାଯାଇଛି। ଏହି ଚିଠିରେ କାର୍ ସିଟ୍ ବେଲ୍ଟ ଆଲାରାମ ଷ୍ଟପର୍ କ୍ଲିପଗୁଡିକର ଖୋଲା ବିକ୍ରୟ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଛି ଏବଂ ତ୍ରୁଟିପୂର୍ଣ୍ଣ ବିକ୍ରେତା / ଅନଲାଇନ୍ ପ୍ଲାଟଫର୍ମ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯାଇଛି। ଅଧିକନ୍ତୁ, କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ର ନିୟମ ୧୩୮ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ କରିଥାଏ ଢ ଅବଶ୍ୟ, ଏହିପରି ଆଇଟମଗୁଡିକର ଅନଲାଇନ୍ ବିକ୍ରୟ ଯାହା ସିଟ୍ ବେଲ୍ଟ ନ ପିନ୍ଧିବା ସମୟରେ ଆଲାରାମ ବିପ୍ ବନ୍ଦ କରି ଯାତ୍ରୀଙ୍କ ସୁରକ୍ଷାକୁ କ୍ଷୁର୍ଣ୍ଣ କରିଥାଏ, ଏହା ଗ୍ରାହକଙ୍କ ଜୀବନ ଏବଂ ନିରାପତ୍ତା ପାଇଁ ବିପଦପୂର୍ଣ୍ଣ ହୋଇପାରେ।

ସିସିପିଏ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶକୁ ଧ୍ୟାନରେ ରଖି ସମସ୍ତ ପାଞ୍ଚଟି ଇ-କମର୍ସ ସଂସ୍ଥା ଦ୍ବାରା ଅନୁପାଳନ ରିପୋର୍ଟ ଦାଖଲ କରାଯାଇଥିଲା। ସିସିପିଏ ର ପଦକ୍ଷେପ ଉପରେ ଆଧାର କରି ପ୍ରାୟ ୧୩,୧୧୮ କାର ସିଟ ବେଲ୍‌ଟ ଆଲାରାମ ଷ୍ଟପର କ୍ଲିପ୍‌ସ କୁ ଇକମର୍ସ ପ୍ଲାଟଫର୍ମରୁ ଡିଲିଷ୍ଟ କରାଯାଇଛି।

Leave A Reply

Your email address will not be published.